ପ୍ରେତ କଣ ହୋଇଥାଏ ଓ ଏମାନେ କଣ ଖାଇଥାନ୍ତି ? Garuda Purana

ସମସ୍ତେ ଜାଣିଛନ୍ତି କି ଗୋଟିଏ ମଣିଷ କଣ ଖାଇଥାଏ । କିନ୍ତୁ ଏହି ମଣିଷ ଦୁନିଆ ବାହାରେ ଏମିତି ବି ଗୋଟିଏ ଦୁନିଆ ଅଛି ଯେଉଁଠି ଭୂତ ପ୍ରେତ ରୁହନ୍ତି । ପ୍ରାୟତଃ ଲୋକମାନେ ଏହାକୁ ଅନ୍ଧ ବିଶ୍ଵାସ ବୋଲି କୁହନ୍ତି । କିନ୍ତୁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ପ୍ରେତ କଣ ଅଟେ ଓ ସେମାନେ କଣ ଖାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ । ଶାସ୍ତ୍ରରେ କୁହାଯାଉଛି କି ଯେଉଁ ଲୋକମାନେ ନିଜର ପୁରା ଜୀବନ କାଳରେ ଅଧିକ ପାପ କରିଛନ୍ତି ସେମାନେ ନା ହିଁ ସ୍ଵର୍ଗ ଯାଆନ୍ତି ଓ ନା ହିଁ ନର୍କକୁ ।

ସେମାନଙ୍କ ଭାଗ୍ୟରେ କିଛି ଅଲଗା ହିଁ ଲେଖା ହୋଇଛି । ସେମାନେ ସେମାନଙ୍କର କର୍ମ ଆଧାରରେ ଗୋଟିଏ ନିଶ୍ଚିତ ସମୟ କାଳ ପର୍ଯ୍ୟନ୍ତ ପ୍ରେତ ହୋଇ ଯାଆନ୍ତି । ଶାସ୍ତ୍ରରେ ବର୍ଣିତ ଏକ କଥା ଅନୁସାରେ ଥରେ ଗୋଟିଏ ରାଜା ଜଙ୍ଗଲକୁ ଶିକାର କରିବା ପାଇଁ ଯାଇ ଥିଲେ ।

ସେହି ସମୟରେ ସେ ଗୋଟିଏ ଗଛ ତଳେ ବିଶ୍ରାମ କରୁଥିଲେ କି ସେହି ସମୟରେ ସେ ଭୋକ ଉପାସରେ ବ୍ୟାକୁଳ, ଉପରକୁ ଉଠିବା ଚୁଟି ଓ ଭୟଙ୍କର ରୂପରେ ଦେଖା ଯାଉଥିବା ଗୋଟିଏ ପ୍ରେତ ଦେଖିଲେ । ଯାହାକୁ ଦେଖିବା ମାତ୍ରେ ରାଜା ଡରିଗଲେ । ପ୍ରେତ ବି ଘଞ୍ଚ ଜଙ୍ଗଲରେ ରାଜାଙ୍କୁ ଦେଖି ଡରିଗଲା । ରାଜା ପ୍ରେତକୁ ପ୍ରଶ୍ନ କରିଲେ କି ସେ ପ୍ରେତ କେମିତି ହେଲେ । ଆପଣ ଏଥିରୁ କେମିତି ମୁକ୍ତି ପାଇବେ । ପ୍ରେତ ଜବାବ ଦେଲେ କି ମୁଁ ନିରନ୍ତର ଦେବ ପୂଜା କରୁଥିଲି ଓ ଯଜ୍ଞ କରି ଦେବତାମାନଙ୍କୁ ପ୍ରସନ୍ନ ବି କରିଥିଲି ।

ଦାନ କରି ବ୍ରାହ୍ମଣଙ୍କୁ ବି ସନ୍ତୁଷ୍ଟ କରିଥିଲି । କିନ୍ତୁ ମୋର ଏହି ସବୁ କର୍ମ ଖରାପ ବ୍ୟବହାର କାରଣରୁ ନିସଫଳ ହୋଇଗଲା । ଯେଉଁ କାରଣରୁ ମୁଁ ପ୍ରେତ ହୋଇଛି । ମୋର କେହି ପୁତ୍ର ନ ଥିଲେ, କୌଣସି ବନ୍ଧୁ ନାହାନ୍ତି ଓ ଏମିତି ବି କୌଣସି ବ୍ୟକ୍ତି ନ ଥିଲେ ଯିଏ ମୋର ପିଣ୍ଡଦାନ କରିବ । କହିଦେଉଛୁ କି ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଏ ନାହିଁ ସେ ପ୍ରେତ ହୋଇ ଯାଆନ୍ତି । ପ୍ରେତ ରାଜାଙ୍କୁ ଅନୁରୋଧ କରିଲେ କି ଆପଣ ମୋର ଉଦ୍ଧାର କରନ୍ତୁ ।

ଏହି ଜଙ୍ଗଲରେ ଫଳ ଓ ପାଣି ଅଛି ତଥାପି ମୁଁ ଭୋକ ଓ ଶୋଷିଲା ରହିଥାଏ । ରାଜା କହିଲେ କି ତୁମେ କେଉଁଭଳି ଭାବରେ ନିଜର ଭୋଜନ ଗ୍ରହଣ କର । ପ୍ରେତ କହିଲା କି ଯେଉଁ ଘରେ ଅଧିକ ଝଗଡା ହୋଇଥାଏ ସେହି ଘରେ ମୁଁ ଭୋଜନ କରିଥାଏ ଓ ଯେଉଁ ଘର ଅପରିଷ୍କାର ଥାଏ ସେହି ସ୍ଥାନରେ ବି ପ୍ରେତ ଭୋଜନ କରିଥାନ୍ତି । ଅର୍ଥାତ ଯେଉଁ ଆପଣଙ୍କୁ କହିଦେଉଛୁ କି ଯେଉଁ ମଣିଷ ଝଗଡା କରିଥାଏ, ଚୋରୀ କରିଥାଏ କିମ୍ବା ଖରାପ କାର୍ଯ୍ୟ କରିଥାନ୍ତି ସେମାନଙ୍କ ଉପରେ ପ୍ରେତର ପ୍ରଭାବ ଅଧିକ ପଡିଥାଏ । ପ୍ରେତ ଏମାନଙ୍କ ଦ୍ଵାରା ହିଁ ନିଜର ମନକୁ ସନ୍ତୁଷ୍ଟ କରିଥାଏ ।

Leave a Reply

Your email address will not be published. Required fields are marked *