ଗୁରୁ ଶୁକ୍ଲାଚାର୍ଜ୍ୟ ମହାନ ଜ୍ଞାନୀ ଓ ନୀତିକାର ଥିଲେ ଯିଏ ନିଜର ବୁଦ୍ଧି ବଳରେ ଅନେକ ଥର ଅସୁର ମାନଙ୍କୁ ସ୍ଵର୍ଗର ରାଜପାଠ ଦେଇଥିଲେ । ତାଙ୍କର ଏମିତି କିଛି ନୀତିବାଣୀ ରହିଛି ଯାହାର ବିଶେଷ ମହତ୍ଵ ରହିଛି । ଜୀବନରେ କେଉଁ କାମ କରିଲେ ମଣିଷ ସୁଖ ଶାନ୍ତି ପ୍ରାପ୍ତ କରିବା ତାହା ଗୁରୁ ଶୁକ୍ଲାଚାର୍ଜ୍ୟ କହିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୁରୁ ଶୁକ୍ଲାଚାର୍ଜ୍ୟଙ୍କ ଏମିତି ୯ଟି ଗୁପ୍ତ କଥା ବିଷୟରେ କହିବାକୁ ଯାଉଛୁ ଯାହା ପ୍ରତେକ ମଣିଷକୁ ମାନିବା ଉଚିତ ।
୧- ଦୈତ୍ୟଗୁରୁ ଶୁକ୍ଲାଚାର୍ଜ୍ୟଙ୍କ ମତରେ ମଣିଷକୁ ନିଜର ଆୟୁ ବିଷୟରେ ଗୁପ୍ତ ରଖିବା ଉଚିତ । ଯଦି ଆପଣ ନିଜର ଆୟୁ ବିଷୟରେ ଅନ୍ୟକୁ କହିବେ ତେବେ ଆପଣଙ୍କର କୌଶଳ ଓ କ୍ଷମତା ବିଷୟରେ ଶତ୍ରୁ ମାନେ ଜାଣିପାରି କ୍ଷତି କରି ପାରନ୍ତି ।
୨- ଦୁନିଆରେ ପ୍ରତେକ ବ୍ୟକ୍ତି ଧନୀ ହେବାକୁ ଇଛା କରିଥାଏ । ଦୈତ୍ୟଗୁରୁ ଶୁକ୍ଲାଚାର୍ଜ୍ୟଙ୍କ ମତରେ ଆପଣ ଯେତେ ଟଙ୍କା ରୋଜଗାର କରୁଛନ୍ତି ବା ଯେତେ ବଡ ଧନୀ ହେଇଥାନ୍ତୁ ନାଁ କାହିଁକି ଅନ୍ୟକୁ ଏହା ବିଷୟରେ ସୂଚିତ କରିବା ଅନୁଚିତ । ଆପଣଙ୍କ ପାଖରେ ଯେତେ ଟଙ୍କା ଥାଉ ଏହାର ପ୍ରଦର୍ଶନ ଅନ୍ୟ ଆଗରେ ନ କରି ଗୁପ୍ତ ରଖିବା ଉଚିତ ।
୩- ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ନିଜର ପରିବାରର ଗୋପନୀୟ କଥା ଅନ୍ୟ ଆଗରେ ପ୍ରକାଶ କରିଥାନ୍ତି । ଗୁରୁ ଶୁକ୍ଲାଚାର୍ଜ୍ୟଙ୍କ ମତରେ ନିଜର ପରିବାର ଗୁପ୍ତ କଥା ଅନ୍ୟ ଆଗରେ କହିବା ଦ୍ଵାରା ଅନ୍ୟ ମାନେ ଏହାର ଫାଇଦା ଉଠାଇଥାନ୍ତି । ଯାହା ଦ୍ଵାରା ଆପଣଙ୍କୁ ପରେ ଅ-ନୁ-ତା-ପ କରିବାକୁ ପଡିଥାଏ ।
୪- ସଂସାରରେ ପ୍ରତେକ ବ୍ୟକ୍ତି ଲାଳସାରେ ବୁଡି ରହିଥାଏ । ଜୀବନରେ ସଫଳତା ହାସଲ କରିବା ପାଇଁ ବ୍ୟକ୍ତି ମନ୍ତ୍ର ଜପ କରିଥାଏ । ଗୁରୁ ଶୁକ୍ଲାଚାର୍ଜ୍ୟଙ୍କ ମତରେ ଆପଣ ଯେଉଁ ମନ୍ତ୍ର ଉଚ୍ଚାରଣ କରୁଛନ୍ତି ତାହା ଅନ୍ୟ ଆଗରେ ନ କହି ଗୁପ୍ତ ରଖିବା ଉଚିତ ।
୫- ଲୋକ ମାନେ ନିଜର ବ୍ୟକ୍ତିଗତ କଥା ଅନ୍ୟ ଆଗରେ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହି । ଏହି ବିଷୟରେ ଶୁକ୍ଲାଚାର୍ଜ୍ୟଙ୍କ ମତ ହେଉଛି ନିଜର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଅନ୍ୟ ଆଗରେ ପ୍ରକାଶ କରିବା ଦ୍ଵାରା ନିଜକୁ ପ-ରି-ହା-ସର ସାମନା କରିବାକୁ ପଡିଥାଏ । ତେଣୁ ନିଜର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଗୁପ୍ତ ରଖିବା ଉଚିତ ।
୬- ଶୁକ୍ଲାଚାର୍ଜ୍ୟଙ୍କ ମତରେ ଆପଣ ଯଦି ରୋଗ୍ରାଗ୍ରସ୍ତ ହୋଇଥାନ୍ତି ଓ ଔଷଧର ସେବନ କରୁଥାନ୍ତି ତେବେ ଏହାର ପ୍ରକାଶ ଅନ୍ୟ ଆଗରେ କରନ୍ତୁ ନାହି । ଏହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ରୋଗ ହେଇଥିବାର ଫାଇଦା ଉଠାଇଥାନ୍ତି ।
୭- ଯଦି ଆପଣ ଅନ୍ୟକୁ କିଛି ଦାନ ଧର୍ମ କରୁଛନ୍ତି ତେବେ ତାହା ଅନ୍ୟ ଆଗରେ କୁହନ୍ତୁ ନାହି । ଏପରି କରିବା ଦ୍ଵାରା ଆପଣଙ୍କୁ ପୂଣ୍ୟ ଫଳ ମିଳିବ ନାହି ।
୮- ବ୍ୟକ୍ତି ନିଜର ପ୍ରଶଂସା ଓ ସମ୍ମାନ ଅନୁ ଆଗରେ କରିଥାଏ ନିଜର ହିଁ କ୍ଷତି ହୋଇଥାଏ । ଏହାକୁ ଗୁପ୍ତ ରଖିବା ଉଚିତ । ଆପଣ ଯେଉଁଠାରେ ଅ-ପ-ମା-ନି-ତ ହୋଇଛନ୍ତି ଅନ୍ୟ ଆଗରେ ବଖାଣିବା ଅନୁଚିତ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।