ପ୍ରତେକ ବ୍ୟକ୍ତି ନିଜ ଜୀବନରେ ଧନୀ ହେବାକୁ ଇଚ୍ଛା କରିଥାଏ । କିଛି ବ୍ୟକ୍ତି ଅନେକ ପରିଶ୍ରମ କରି ଖୁବ କମ ରୋଜଗାର କରିଥାନ୍ତି ତ ଆଉ କିଛି କମ ପରିଶ୍ରମ କରି ଅଧିକ ଟଙ୍କା ରୋଜଗାର କରିଥାନ୍ତି । କିଛି ଲୋକ ମାନେ ମନିପର୍ସରେ ଟଙ୍କା ରଖି ସକାଳୁ ବାହାରକୁ ଯିବା ସମୟରେ ଟଙ୍କା ଭର୍ତ୍ତି ଥାଏ । କିନ୍ତୁ ଘରକୁ ଫେରିବା ସମୟରେ ଟଙ୍କା ଯେତିକି ଥିଲା ତା ଠାରୁ କେତେ ଗୁଣା କମ ଟଙ୍କା ରହିଥାଏ । ଯାହା ଦ୍ଵାରା ଆର୍ଥିକ ଅଭାବ ଦେଖା ଯାଇଥାଏ ।
ଆଜି ଆମେ ଆପଣ ମାନଙ୍କୁ ମନିପର୍ସରେ କେଉଁ ଜିନିଷ ରଖିଲେ ଧନ ବୃଦ୍ଧି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯଦି ଆପଣଙ୍କୁ କେହି ପର୍ସ ଉପହାର ଦେଇଥାନ୍ତି ତାହା ଶୁଭ ହୋଇଥାଏ । ପ୍ରତିବର୍ଷ ଆପଣ ନିଜର ପୁରୁଣା ପର୍ସକୁ ବଦଳାଇ ଦିଅନ୍ତୁ । ଯଦି ଏପରି ନ କରାଯାଏ ତେବେ ଅଭାବ ଦେଖା ଯାଇଥାଏ । ପର୍ସକୁ କିଛି ସମୟରେ ହଳଦୀ ପାଣିରେ ଧୋଇ ଦେଲେ ଧନ ଜନିତ ସମସ୍ୟା ଦେଖାଯାଏ ନାହି ।
୨- ପୁରୁଣା ପର୍ସ ବଦଳାଇ ନୂଆ ପର୍ସ ନେଲେ ପୁରୁଣା ପର୍ସକୁ ଏଣେତେଣେ ନ ଫିଙ୍ଗି ଗଛ ମୂଳେ ରଖି ଦିଅନ୍ତୁ । ପୁରୁଣା ପର୍ସକୁ ଅନ୍ୟକୁ ଦାନ ଦେବା ଅନୁଚିତ । ପ୍ରତି ମାସରେ ସାଲାରି ପାଇବା ପରେ ନିଜ ପର୍ସରେ କିଛି ଟଙ୍କା ରଖିବା ସହ ଘରର ସଦସ୍ୟଙ୍କୁ ଦେବା ସହ ଭଗବାନଙ୍କ ନିକଟରେ କିଛି ଟଙ୍କା ରଖନ୍ତୁ ।
୩- ପର୍ସରେ ଟଙ୍କା ରଖିବା ବେଳେ ସିଧା ଭାବେ ନୋଟ ରଖନ୍ତୁ । ପର୍ସରେ କାହାରି ଫୋଟୋ ବା ବିଲ ବା ଭିଜିଟିଙ୍ଗ କାର୍ଡ ରଖନ୍ତୁ ନାହି । ଏହା ଦ୍ଵାରା ଧନ ହାନି ହେବା ସହ ଖରାପ ଊର୍ଜା ସୃଷ୍ଟି ହୋଇଥାଏ ।
୪- କାମରୁ ଫେରିବା ପରେ ଆପଣ ନିଜ ପର୍ସକୁ ଘରର କୌଣସି ସଦସ୍ୟକୁ ଦେଇ ଆଲମାରିରେ ରଖି ଦିଅନ୍ତୁ । ତା ପର ଦିନ ସକାଳେ ସେହି ପର୍ସକୁ ନେଇ ଆପଣ କାମକୁ ଯାଇ ପାରିବେ । କିନ୍ତୁ ପର୍ସରୁ ଟଙ୍କା ଚୋରୀ କରିବା ଦ୍ଵାରା ଧନ ହାନି ହୋଇଥାଏ ।
୫- ପର୍ସକୁ କୌଣସି ଜାଗାରେ ଝୁଲାଇ ରଖନ୍ତୁ ନାହି । ସବୁବେଳେ ପର୍ସକୁ କୌଣସି ନିର୍ଦିଷ୍ଟ ଜାଗାରେ ରଖନ୍ତୁ । ରୂପା କଏନ ପୂଜା କରି ପର୍ସରେ ରଖିଲେ ଧନ ବୃଦ୍ଧି ହୋଇଥାଏ । ଏହା ସହ କଉଡି ବା ଗୋମତୀ ଚକ୍ର ପୂଜା କରି ପର୍ସରେ ରଖିଲେ ଧାନ ବୃଦ୍ଧି ହୋଇଥାଏ ।
୬- ୨୧ଟି ଅରୁଆ ଚାଉଳ ମା ଲକ୍ଷ୍ମୀଙ୍କ ପାଖରେ ପୂଜା କରି ନାଲି କପଡାରେ ବାନ୍ଧି ପର୍ସରେ ରଖିଲେ ଧନର ଆଗମନ ହୋଇଥାଏ । ଏହା ବ୍ଯତୀତ ଓସ୍ତ ପତ୍ରରେ ଶ୍ରୀ ଲେଖି ପର୍ସରେ ସେତେ ଦିନ ଯାଏଁ ରଖନ୍ତୁ ଯେଉଁ ଯାଏଁ ପତ୍ର ସୁଖୀ ନ ଯାଇଛି । ଏହା ପରେ ନୂଆ ଓସ୍ତ ପାତ୍ର ଆଣି ରଖନ୍ତୁ । ନାଲି, ହଳଦିଆ ବା ଧଳା ରଙ୍ଗର ପର୍ସ କିଣିଲେ ଶୁଭ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।