ଆନ୍ଧ୍ରପ୍ରଦେଶରେ ପ୍ରକୃତିର ତାଣ୍ଡବ, ଦେଖନ୍ତୁ ପ୍ରଖର ଜଳ ସ୍ରୋତରେ ଭାସି ଯାଉ ଯାଉ କିପରି ବଞ୍ଚିଲା ଲୋକଟିର ଜୀବନ, ଦେଖନ୍ତୁ Video

ବର୍ତ୍ତମାନ ଭାରତର କେତେକ ରାଜ୍ୟରେ ବନ୍ୟା ଭଳି ସ୍ଥିତି ଦେଖା ଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ବି ପାଣି ମଧ୍ୟରେ ଲୋକମାନେ ଫ-ସି ରହିଛନ୍ତି ଓ ସରକାର ବି ଯଥା ଶୀଘ୍ର ସେମାନଙ୍କୁ ଉ-ଦ୍ଧା-ର କରିବା ପାଇଁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହା ମଧ୍ୟରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସୁଛି । କର୍ନାଟକର ତୁମକୁରୁରେ ବନ୍ୟା ପାଣିରେ ଭାସିଗଲା ଯୁବକ । କିନ୍ତୁ ବାଇକରେ ବସିଥିବା ଯୁବକର ଜୀବନ ଅଳ୍ପକେ ବଞ୍ଚିଗଲା । କହିବାକୁ ଗଲେ ଏଠି ବନ୍ୟାର ପାଣି ରାସ୍ତା ଉପରକୁ ଆସି ଯାଇଥିଲା ।

ପାଣିର ଶ୍ରୋତ ବହୁତ ପ୍ରଖର ଥିଲା । ଯେଉଁଥିରେ ଯୁବକ ନିଜ ବାଇକ ସହିତ ଭାସିଗଲା । କିନ୍ତୁ ଭଲ କଥା ଏହା ଅଟେ କି ପାଣିରେ ଅଳ୍ପ ରାସ୍ତା ଭସି ଯିବା ପରେ ଯୁବକକୁ କୂଳ ମିଳିଗଲା ଓ ତାର ଜୀବନ ବଞ୍ଚି ଗଲା ।

କର୍ନାଟକରେ କେତେକ ଅଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି । ଆହୁରି ବର୍ଷା ହେବାର ଅନୁମାନ ବି କରାଯାଉଛି । ରାଜ୍ୟରେ କେତେକ ସ୍ଥାନରେ ଏହିଭଳି ଘଟଣା ବି ଘଟି ଯାଇଛି । ଏହା ମଧ୍ୟରେ ଗୋଟିଏ ଭି-ଡି-ଓ ସାମ୍ନାକୁ ଆସୁଛି, ଯେଉଁଥିରେ ବନ୍ୟାରେ ବୁଡି ଯାଇଥିବା ତୁମକୁରୁର ରାସ୍ତା ଉପରେ ବହୁତ ଲୋକମାନେ ନିଜକୁ ସନ୍ତୁଳିତ କରୁଥିବା ଦେଖା ଯାଉଛନ୍ତି । ଏମାନେ ପାଣିର ପ୍ରଖର ଶ୍ରୋତ ମଧ୍ୟରୁ ବାହାରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ।

କିନ୍ତୁ ଏହା ମଧ୍ୟରେ ପାଣିର ପ୍ରବଳ ଶ୍ରୋତ ମଝିରେ ଜଣେ ବ୍ୟକ୍ତି କମଜୋର ପଡିଗଲା । ଯାହାକୁ ବଞ୍ଚାଇବା ପାଇଁ ଆଉ ଜଣେ ବ୍ୟକ୍ତି ଚେଷ୍ଟା କରୁଛି । କିନ୍ତୁ ସେ ତାକୁ ଟାଣି ପାରୁ ନ ଥିଲା ଓ ଶେଷରେ ବ୍ୟକ୍ତି ଜଣକ ମୋଟରସାଇକେଲ ସହ ପାଣିରେ ଭାସି ଗଲା । ପାଣିରେ ଭାସି ଯିବା ପରେ ବ୍ୟକ୍ତି ଜଣକ ନିଜର ବାଇକକୁ ଛାଡି ନ ଥିଲା । ସେ ପାଣିରେ ବାଇକ ସହିତ କିଛି ସମୟ ପର୍ଯ୍ୟନ୍ତ ଭାସି ଚାଲୁଥିଲା ଓ ପାଣିରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଥିଲା ଓ କିଛି ସମୟ ପରେ ସେ ରାସ୍ତା କଡରେ ପହଞ୍ଚି ଗଲା ।

କର୍ନାଟକରେ କିଛି ଦିନ ହେବ ପ୍ରବଳ ବର୍ଷା ହୋଇଛି । ଭାରତର ମୌସମ ବିଭାଗ ରବିବାର ସକାଳେ ପର୍ଯ୍ୟନ୍ତ ଦକ୍ଷିଣ କର୍ନାଟକ, ଉତ୍ତର କର୍ନାଟକ, ମଲନାଡ ଓ ତଟବର୍ତ୍ତୀ କର୍ନାଟକ କ୍ଷେତ୍ର ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ସହିତ କର୍ନାଟକର ବାକି ଅଞ୍ଚଳରେ ଅଳ୍ପ କିମ୍ବା ମଧ୍ୟମ ଧରଣର ବର୍ଷା ହେବାର ସୂଚନା ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *