ଦେଖନ୍ତୁ Video: ଆନ୍ଧ୍ରରୁ ଦଳବଳ ଧରି ମାଡି ଆସିଲେ, ଭୋଜିଭାତ କରି ପଳେଇଲେ…

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଆନ୍ଧ୍ର ରୁ ଦଳ ଧରି ସୀମାନ୍ତ ଓଡିଶାରେ ଦେଓମାଳୀ ପର୍ବତରେ ରହିଛି ବିଜୟ ନଗରମ ଜିଲ୍ଲାପାଳ ସରକାରୀ ଗାଡିରେ ବିରାଟ ପଟୁଆ ଧରି ପହଞ୍ଚିଛନ୍ତି ଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ । ସୂଚନା ଅନୁସରେ ଗତ କାଲି ପ୍ରାୟ ଦିନ ୧୧ଟା ସମୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ସେଠାରେ ଜିଲ୍ଲାପାଳ ଙ୍କ ସମେତ ସମସ୍ତ ଜିଲ୍ଲା ଅଧିକାରି ମାନେ ସେଠିକାର ପ୍ରାକୃତିକ ଦୃଶ୍ୟ ଦେଖିବା ସହ ଭ୍ରମଣ କରି ଭୋଜିଭାତ କରି ପୁଣି ଫେରି ଆସିଛନ୍ତି ।

ଏ ସବୁ ଭିତରେ ଆନ୍ଧ୍ର ପ୍ରଦେଶର ବିଜୟ ନଗରାମ ଜିଲ୍ଲାପାଳଙ୍କ ଗତି ବିଧିକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । କୋରାପୁଟ ଜିଲ୍ଲା କୁଣ୍ଡିମିରୁ  ଏହି ସରକାରୀ ଗାଡି ଗୁଡିକ ଗୋଟିଏ ଆଡକୁ ମୁହାଁଇଲା । ଏହା ପରେ ଏହି ସରାକରି ଗୁଡିକ ଦେଓମାଳୀ ରାସ୍ତା ଆଡକୁ ମୁହାଣି ଥିଲା । ଏପରି ଗତି ବିଧି ଉପରେ କଡା ନଜର ରଖିଥିଲେ ସେଠିକାର ସ୍ଥାନୀୟ ଲୋକ ମାନେ । କୋରାପୁଟ ଜିଲ୍ଲାର ବରିଷ୍ଠ ଅଧିକାରୀ ଏହି ସବୁ ଉପରେ କଡା ନଜର ରଖିଥିଲେ ।

ତେବେ ବିଜୟ ନଗରମ ଜିଲ୍ଲାପାଳ ସୂର୍ଯ୍ୟ କୁମାରୀ ଓ ୬୦ରୁ ୭୦ ଜଣ ପ୍ରଶାସନିକ ଅଧିକାରୀ ଦେଓମାଳୀ ପରେ ପଟାଙ୍ଗି ବ୍ଲକ ଗାର୍ଲିକ ବ୍ଲକ ଜଳ ପ୍ରପାତ ଯାଇଥିଲେ । ସେଠାରୁ ପୁଣି ପଟାଙ୍ଗି ବାଟ ଦେଇ ଆନ୍ଧ୍ର ପ୍ରଦେଶକୁ ଫେରିଥିଲେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀ ମାନେ । ତେବେ ଦେଓମାଳୀରେ ଅତିରିକ୍ତ ଜିଲ୍ଲାପାଳ ଓ ଗାରଳିକ ବ୍ଲକରେ ପତାଡି ପୋଲିସ ଓ ଭିଡିଓ ଜଗି ରହିଥିଲେ । ଜିଲ୍ଲାପାଳ ଙ୍କ ସମେତ ଅନଧର ସରକାରୀ କର୍ମଚାରୀଙ୍କର ଏପରି ଅଚାନକ ଗସ୍ତ ନେଇ ଅନେକ ଚର୍ଚ୍ଚା ଚାଲିଛି ସ୍ଥାନୀୟ ଅଞ୍ଚଳ ରେ ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ଜିଲ୍ଲାପାଳ ଓ ସରକାରୀ କର୍ମଚାରୀ ମାନେ ଦେଓନାଳୀ ରେ ବୁଲିବା ସହ ସେଠାରେ କିପରି ଭାବେ ମନୋରଞ୍ଜନ କରୁଛନ୍ତି । ଯେଉଁଠାରେ ଆନ୍ଧ୍ର ପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏହି ସମୟରେ ଜିଲ୍ଲାପାଳ ଙ୍କର ଦେଓମାଳୀ ଯାତ୍ରା କରିବା କୁ ନେଇ ସାଧାରଣ ଜନତା ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ବନ୍ଧୁଗଣ ଏଭଳି ସମୟରେ ଜିଲ୍ଲାପାଳଙ୍କ ଏପରି ଦେଓମାଳୀ ଗସ୍ତ କେତେ ଦୂର ଠିକ ନାଁ ଭୁଲ ତାହା ଆପଣ ମାନେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *