ଦେବେନ୍ଦ୍ରଙ୍କୁ ସଲାମ ! ଯାହାଙ୍କ ମହାନତାର କାହାଣୀ ଶୁଣି ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ମାଗଣା ଶିକ୍ଷା ଦାନ କରି ଗରିବ ଛାତ୍ରଛାତ୍ରୀଙ୍କ ପାଇ ସାଜିଛନ୍ତି ଦେବଦୂତ । ମାଗଣା ଶିକ୍ଷା ଦାନ କରି ଏବେ ଚର୍ଚ୍ଚା ରେ ଅଛନ୍ତି ଦୁର୍ଗମ ଅଞ୍ଚଳର ଆଦିବାସୀ ଯୁବକ । ସେ ପେଷାରେ ଜଣେ ଅବକାରୀ କନେଷ୍ଟବଳ । କିନ୍ତୁ ତାଙ୍କର ଲକ୍ଷ୍ୟ ହେଉଛି ଗରିବ ପିଲା ମାନଙ୍କୁ ପାଠ ପଢାଇବା । କୋରୋନା ମହାମାରୀ ସମୟରେ ଶିକ୍ଷା ଅନ୍ଧାର ଭିତରକୁ ଯାଉଥିବା ବେଳେ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଲୋକ ସାଜିଛନ୍ତି ଏହି ଆଦିବାସୀ ଯୁବକ ଦେବେନ୍ଦ୍ର ସମରଥ ।

ଗରିବ ପିଲାଙ୍କର ଶିକ୍ଷା କ୍ଷେତ୍ରରେ ସାରଥି ସାଜିଛନ୍ତି ନାରଙ୍ଗପୁର କୋଷା ଗୁମୁରା ବ୍ଲକ କର୍ଚାମାଳ ଗାଁ ର ଦେବେନ୍ଦ୍ର ସମରଥ । ଅବକାରୀ ବିଭାଗରେ ଅସ୍ଥାୟୀ ଭାବେ କାମ କରୁଥିବା ଦେବେନ୍ଦ୍ର ବଳକା ସମୟରେ ପିଲାଙ୍କୁ ମାଗଣାରେ ଶିକ୍ଷା ଦାନ କରନ୍ତି । ସରକାରି ଶିକ୍ଷା ହେବା ଆଶାରେ ଦେବେନ୍ଦ୍ର ୨୦୧୭ରେ ଶିକ୍ଷକ ପ୍ରଶିକ୍ଷଣ ତାଲିମ ଶିକ୍ଷା ଗ୍ରହଣ କରିବା ସହ OTT ପରୀକ୍ଷାରେ ସଫଳତା ପାଇଛନ୍ତି । କିନ୍ତୁ ଶିକ୍ଷକ ଚାକିରି ନ ମିଳିବାରୁ ପରିବାରର ଆର୍ଥିକ ଅନଟନ ଦୂର କରିବା ପାଇଁ ଦେବେନ୍ଦ୍ର ଅବକାରୀ ବିଭାଗରେ ଅସ୍ଥାୟୀ କର୍ମଚାରୀ ଭାବେ ଯୋଗ ଦେଇଛନ୍ତି ।

କିନ୍ତୁ ତାଙ୍କର ଶିକ୍ଷା କାମ ଜାରି ରଖିଛନ୍ତି । କୋରୋନା ସମୟରେ ଛାତ୍ର ଛାତ୍ରୀ ମାଙ୍କର କଲେଜ ସ୍କୁଲ ବନ୍ଦ ଥିବା ବେଳେ ଶିକ୍ଷାରେ ପ୍ରଭାବ ପଡିଛି । ଏହାକୁ ସୁଧାରିଇବା ପାଇଁ କୋରୋନା କଟଣା ଭିତରେ ପାଠ ପଢାଉଛନ୍ତି ଦେବେନ୍ଦ୍ର । ତାଙ୍କ ପାଠ ପଢାରେ ବିଦ୍ୟାର୍ଥୀ ମାନେ ଖୁସି ଥିବା ବେଳେ ଗାଁ ଲୋକ ମାନେ ଦେବେନ୍ଦ୍ରଙ୍କର ଏହି ମହାନ କାମ ପାଇଁ ପ୍ରଶଂସା କରିଛନ୍ତି । ଛାତ୍ର ଛାତ୍ରୀ ମାନେ କହିଛନ୍ତି ଯେ କୋରୋନା ସମୟରେ ତାଙ୍କର ପାଠ ପଢା ରେ ବାଧା ସୃଷ୍ଟି ହୋଇଥିଲା । ଯେମିତି ଲାଗୁଥିଲା କି ସେମାନଙ୍କର ଭବିଷ୍ୟତ ଅନ୍ଧାର ହୋଇଯିବ ।

କିନ୍ତୁ ଦେବେନ୍ଦ୍ର ତାଙ୍କୁ ଶିକ୍ଷା ଦାନ କରି ଯେଉଁ ସାହାଜ୍ଯ କରିଛନ୍ତି ସେଥିପାଇଁ ଚିର ଦିନ ପାଇଁ ଦେବେନ୍ଦ୍ରଙ୍କ ଚିରରୁଣୀ ହୋଇ ରହିବେ ବୋଲି ପିଲା ମାନେ ମତଦାନ ଦେଇହକନ୍ତି । ଏହା ସହ ପିଲା ମାନଙ୍କର ଅଭିଭାବକ ମାନେ ମଧ୍ୟ ଦେବେନ୍ଦ୍ର ଙ୍କର ତାରିଫ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ତାଙ୍କ ପିଲା ମାନଙ୍କର ପାଠ ପଢା ବନ୍ଦ ହେବ ସମୟରେ ସେମାନଙ୍କୁ ମାଗଣା ଶିକ୍ଷା ଦାନ ପାଇଁ ଆଗେଇ ଆସିଥିଲେ ଦେବେନ୍ଦ୍ର ।

ତେବେ ପିଲା ମାନେ ଦେବେନ୍ଦ୍ର ଙ୍କ ପାଠ ପଢା ରେ ସନ୍ତୁଷ୍ଟ ଥିବା ସହ ବେଶ ଆନନ୍ଦ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଦେବେନ୍ଦ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଉ ବୋଲି ଗାଁ ଲୋକ ମାନେ କାମନା କରିଛନ୍ତି । ଶିକ୍ଷା କ୍ଷେତ୍ର ରେ ପଛରେ ଥିବା ନବରଙ୍ଗପୁର ଜିଲ୍ଲା ରେ ଶିକ୍ଷାର ଭିତ୍ତି ଭୂମି ସଜାଡିବାରେ ଦେବେନ୍ଦ୍ର ଙ୍କର ଏହି ଗୁରୁତ୍ଵ ପୂର୍ଣ୍ଣ ଅବାଦନ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ହେବ ।

ବନ୍ଧୁଗଣ ଆପଣ ମାନଙ୍କର ଦେବେନ୍ଦ୍ରଙ୍କର ଶିକ୍ଷା ଦାନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *