ଅଚାନକ ବିଚ ରାସ୍ତାରେ ଉଡିବାକୁ ଲାଗିଲା ପୁଳା ପୁଳା ଟଙ୍କା, ଗାଡି ଅଟକାଇ ଗୋଟାଇବାରେ ଲାଗିଲେ ଲୋକେ, ଭିଡିଓ ଭାଇରାଲ୍…

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତେକ ବ୍ୟକ୍ତି ଧନୀ ହେବାକୁ ଇଚ୍ଛା କରିଥାଏ । କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁ ମାନେ ଟଙ୍କା ଦେଖିବା ମାତ୍ରେ ସବୁ କିଛି ଭୁଲି ଯାଆନ୍ତି । ତେବେ କଣ ଆପଣ ମାନେ କେତେ ରାସ୍ତା ରେ ଯାଉଥିବା ସମୟରେ ଟଙ୍କା ବିଡା ଉଡୁ ଥିବାର ଦେଖିଛନ୍ତି ? ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ କରିବା ଭଳି ଲାଗୁଥିଲେ ମଧ୍ୟ ସତ୍ୟ ଅଟେ । ଏପରି ନିଆରା ଘଟଣା ଦେଖିବାକୁ ମିଳିଛି ଆମେରିକାର ଦକ୍ଷିଣ କାର୍ଲିଫର୍ଣ୍ଣିୟା ର ଏକ ରାଜପଥ ରେ । ସୂଚନା ଅନୁସାରେ ଗୋଟିଏ ବଡ ଗାଡି ରେ ଟଙ୍କା ର ବାକ୍ସ ଯାଉଥିଲା ।

ଠିକ ସେହି ସମୟରେ ନୋଟ ଗୁଡିକ ରାସ୍ତା ରେ ଖସି ପଡିଥିଲା । ଏହା ପରେ ରାସ୍ତା ରେ ଖାଲି ଡଲାର ଉଡିବାକୁ ଲାଗିଲା । ଏହାର ଫାଇଦା ଉଠାଇ ରାସ୍ତା ରେ ଯାଉଅଥିବା ଲୋକ ମାନେ ପୁଳା ପୁଳା ଟଙ୍କା ନିଜ ସହ ବୋହି ନେଇ ଯାଉଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ବସ୍ତୁ ହୋଇ ପଡିଛି । ଏହା ବ୍ଯତୀତ ରାସ୍ତା ରେ ଯାଉଥିବା ସହ ସହ ଗାଡି ଚାଳକ ମାନେ ମଧ୍ୟ ଏହି ଟଙ୍କା ଗୁଡିକ ବୋହି ନେବାରେ ଲଗାଇଛନ୍ତି ।

ସୂଚନା ଯୋଗ୍ୟ କି ଟଙ୍କା ବୋଝେଇ ଟ୍ରକ ଟି ସାନ ଡିଏଗୋ ରୁ ଫେଡେରାଲ ଡ଼ିପୋଜିଟ ବିମା ର ଗୋଟିଏ ଅଫିସକୁ ଯାଉଥିଲା । ଟ୍ରକ ଟି ପ୍ରାୟ ସକାଳ ୯ଟା ୧୫ ମିନିଟ ରେ ଯାଉଥିବା ବେଳେ ରାଜପଥରେ ଟଙ୍କା ବ୍ୟାଗ ଟଙ୍କା ଖୋଲି ଯାଇଥିଲା । ଏହା ପରେ ନୋଟ ଗୁଡିକ ରାସ୍ତା ରେ ଖସିବା ଆରମ୍ବ ହୋଇଗଲା । ଶେଷରେ ଜାତୀୟ ରାଜପଥ ରେ ନୋଟ ଗୁଡିକ ପୁଳା ପୁଳା କରି ଗଦା ହୋଇ ଯାଇଥିଲା ।

ଦକ୍ଷିଣ କାର୍ଲିଫର୍ଣ୍ଣିଆର କାର୍ଲସବାଡର ପ୍ରମୁଖ ରାସ୍ତା ରେ ଏତେ ଡଲାର ପଡି ଥିବାର ଦେଖି ଲୋକ ମାନେ ବୋହି ନେଇଗଲେ । ଏହି ବିରଳ ଦୃଶ୍ୟ ଡେମି ବଗବି ନାମକ ଜଣେ ବଡିବିଲଡର ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ପୋଷ୍ଟ ରେ ଟଙ୍କା ଗୁଡିକ କିପରି ରାସ୍ତା ରେ ପଡିଛି ଓ ଲୋକ ମାନେ କିପରି ନୋଟ ନିଜ ସହ ନେଇ ଯାଉଛନ୍ତି ତାହା ଦୃଶ୍ୟ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *