ବିପଦ ଆସିବା ପୂର୍ବରୁ ମିଳିଥାଏ ଏହି 5ଟି ସଙ୍କେତ, ଗରିବ ହେବାର କାରଣ….Ajira Anuchinta

ଘରେ ହେଉଥିବା ଛୋଟ ଛୋଟ କଥାରେ ଏମିତି କିଛି ସଙ୍କେତ ରହିଥାଏ ତାହା ବୁଝି ପାରିଲେ ଭବିଷ୍ୟତରେ କେଉଁ ସବୁ ସମସ୍ଯା ଆସିବାର ଥାଏ ତାହା ଜାଣିହେବ । କିଛି ସଙ୍କେତ ଏମିତି ଅଛି ଯାହା ଦ୍ଵାରା ଜଣା ପଡିଥାଏ ଯେ ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିବାକୁ ଯାଉଛି । ଅଜଯ ଆମେ ଆପଣ ମାନଙ୍କୁ ଘରକୁ କେଉଁ ସଙ୍କେତ ଆସିଲେ ଜାଣିହେବ କି ଦରିଦ୍ରତା ଆସିବାକୁ ଯାଉଛି ସେହି ବିଷୟରେ କହିବାକୁ ଯାଉଛୁ ।

ଘରକୁ କୌଣସି ବିପଦ ଆସିଲେ ପ୍ରଥମେ ତୁଳସୀ ଗଛ ସୁଖୀ ଯାଇଥାଏ । ଏହା ସହ ଘରେ ଥିବା କୌଣସି ଗଛ ଗୁଡିକ ଶୁଖିଗଲେ ବ୍ୟକ୍ତି ଜୀବନରେ ଦରିଦ୍ରତା ଆସିବାକୁ ଯାଉଛି । ତେଣୁ ଗଛ ଗୁଡିକ ହରାଭରା ରହିବା ଉଚିତ । ଝାଡୁ ହେଉଛି ମା ଲକ୍ଷ୍ମୀଙ୍କର ପ୍ରତୀକ ।

ଝାଡୁକୁ କେବେ ଠିଆ କରିବେ ନାହି ଯାହା ଦ୍ଵାରା ଘରେ କଳହ ହେବା ସହ ଦରିଦ୍ରତା ବଢିଥାଏ । ତେଣୁ ଝାଡୁକୁ ସର୍ବଦା ଶୁଆଇକି ରଖନ୍ତୁ । ଯଦି କୌଣସି ବ୍ୟକ୍ତି ବାହାରକୁ ଯାଉଛନ୍ତି ତେବେ ତାଙ୍କର ଯିବାର କିଛି ସମୟ ପରେ ଝାଡୁ ଘରେ ଲଗାଇବା ଉଚିତ ।

ଝାଡୁକୁ ସର୍ବଦା ଲୁଚାଇ ରଖିବା ଉଚିତ । କାରଣ ଝାଡୁକୁ ଏଣେତେଣେ ରଖିଲେ ଘରେ ଧନର ଅଭାବ ଦେଖା ଯାଇଥାଏ । କେବେ ବି ଝାଡୁକୁ ଗୋଇଠା ମାରିବା ଅନୁଚିତ । ଯେଉଁ ଘରେ କ୍ଷୀର ଉତୁରି ଯାଇଥାଏ ସେହି ଘରେ ଦରିଦ୍ରତା ଦେଖା ଯାଇଥାଏ ।

ଯଦି ଆପଣ କୌଣସି କାମରେ ଘରୁ ବାହାରି ଯାଉଛନ୍ତି ସେହି ସମୟରେ ଝିଟିପିଟି ଦର୍ଶନ ହେଲେ ଆପଣଙ୍କର ଖରାପ ସମୟ ଆସିବାକୁ ଯାଉଛି ବୋଲି ସଙ୍କେତ ହୋଇଥାଏ । ଯଦି ଆପଣ ନୂଆ ଘର ନେଇଛନ୍ତି ଓ ସେହି ଘରେ ଝିଟିପିଟି ମରିଥାଏ ତେବେ ଗୃହ ପ୍ରବେଶ ପୂର୍ବରୁ ପୂଜା ପାଠ କରିବା ଉଚିତ ।

ଯଦି ଆପଣଙ୍କ ମଥା ଉପରେ ଝିଟିପିଟି ପଡେ ତେବେ ଧନ ଲାଭ ହେବାର ସୂଚନା ଦେଇଥାଏ । ଯଦି ଝିଟିପିଟି ଚୁଟି ଉପରେ ପଡେ ତେବେ ଆଗକୁ ବିପଦ ଆସିବାର ସୂଚନା ମିଳିଥାଏ । ମହିଳା ମାନଙ୍କର ବାମ ଆଖି ଡେଇଁଲେ ଆପଣଙ୍କ ଜୀବନରେ ଶୁଭ କାମ ହେବାକୁ ଯାଉଛି । ଯଦି ବାମ ଆଖି ଚାରି ପାଖରୁ ଫଡଫଡ ହୋଇଥାଏ ତେବେ ବିବାହ ଯୋଗ ରହିଛି ।

ମହିଳା ମାନଙ୍କର ଡାହାଣ ଆଖି ଡେଇଁଲେ ଅଶୁଭ ହୋଇଥାଏ । ଏହା ଦ୍ଵାରତା ଜୀବନରେ ବିପଦ ଆସିପାରେ । ପୁରୁଷ ମାନଙ୍କ ଅବମ ଆଖି ଡେଇଁଲେ ଜୀବନରେ ଦୁଖ କଷ୍ଟ ଆସିବାର ସୂଚନା ମିଳିଥାଏ । ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଦେଉଁଥାଏ ତେବେ ଶୁଭ ସମାଚାର ଆସିବାର ସୂଚନା ମିଳିଥାଏ ।

ଯଦି କାଉ କୌଣସି ନାରୀର ମୁଣ୍ଡ ଉପରେ ବସିଯାଏ ତେବେ ତାର ସ୍ଵାମୀ ଜୀବନରେ ବିପଦ ଆସିବାର ସୂଚନା ଦେଇଥାଏ । ଯଦି ବହୁତ କାଉ ଘରର ଛାତରେ ବସି ରାବିଥାନ୍ତି ତେବେ ଘରେ ବଡ ବିପଦ ଆସିବାର ସୂଚନା ମିଳିଥାଏ । ଘରେ କାଚ ଜିନିଷ ବାରମ୍ବାର ଭାଙ୍ଗୁଥିଲେ ଏହା ଦରିଦ୍ରତା ଆସିବାର ସଙ୍କେତ ଦେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *