୨୦୨୨କୁ ଆହୁରି ସମୟ ଅଛି । ଏମିତିରେ ସମସ୍ତେ ଚାହୁଁଥିବେ କି ଆସନ୍ତା ବର୍ଷ ତାଙ୍କର ଭଲରେ ଆରମ୍ଭ ହେଉ । ବର୍ଷର ଆରମ୍ଭ କିଛି ଭଲ ଓ ସକରାତ୍ମକ ଅନ୍ଦାଜରେ ହେଉ । ଏମିତିରେ ଆପଣ ଆସନ୍ତା ବର୍ଷରେ ଉନ୍ନତି ଓ ଅଧିକ ଆୟ ପାଇଁ କିଛି ବାସ୍ତୁ ଉପାୟ କରି ପାରିବେ । ତେବେ ଚାଳନ୍ତୁ ଜାଣିବା ସେହି ବାସ୍ତୁ ନିୟମ । ଯାହାକୁ ଆପଣାଇ ଆପଣ ଜୀବନରେ ସୁଖମୟ ଓ ସୁଖ ସମୃଦ୍ଧି ଆଣି ପାରିବେ । ଜାଣନ୍ତୁ ନୂଆ ବର୍ଷରେ କେଉଁ ସବୁ ଜିନଷକୁ ଘରକୁ ଆଣିବା ଶୁଭ ହୋଇଥାଏ ।
ଚାନ୍ଦିର ହାତୀ
ନୂଆ ବର୍ଷରେ ଚାନ୍ଦିର ହାତୀ ଯଦି ଘରେ ରଖୁଛନ୍ତି ତେବେ ଏହାର ଚମତ୍କାରୀ ପ୍ରଭାବ ପଡିଥାଏ । ଆପଣଙ୍କ ବ୍ୟାପାର ଓ ଚାକିରିରେ ଉନ୍ନତି ହେବା ସହିତ ଶାନ୍ତି ଓ ସୁଖ ସମୃଦ୍ଧି ମଧ୍ୟ ପ୍ରାପ୍ତି ହୋଇଥାଏ । ରାହୁ ଓ କେତୁର ପ୍ରଭାବରୁ ବି ମୁକ୍ତି ମିଳିଥାଏ ।
ତୁଲସୀ ଗଛ କିମ୍ବା ମନି ପ୍ଳାଣ୍ଟ
ନୂଆ ବର୍ଷରେ ଘରେ ତୁଲସୀ ଗଛ କିମ୍ବା ମନି ପ୍ଳାଣ୍ଟ ଲଗାଇବା ଉଚିତ । ଏହା ବହୁତ ହିଁ ଶୁଭ ହୋଇଥାଏ ।
ଧାତୁର କଇଁଛ
ଆପଣ ନୂଆ ବର୍ଷରେ ଭଲ ଧାତୁର, ଚାନ୍ଦି କିମ୍ବା ପିତ୍ତଳରେ ତିଆରି କଇଁଛ ତିଆରି କରି ଘରେ ରଖନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ଏହାକୁ ଘରର ଉତ୍ତର ଦିଗରେ ରଖିବା ଦ୍ଵାରା ନକାରାତ୍ମକ ଊର୍ଜା ଦୂର ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ଆସିଥାଏ ।
ଲାଫିଙ୍ଗ ବୁଦ୍ଧା
ନୂତନ ବର୍ଷରେ ଲାଫିଙ୍ଗ ବୁଦ୍ଧା ବି ଆପଣ ଘରେ ଆଣି ପାରିବେ । ଏହାକୁ ସବୁବେଳେ ଉତ୍ତର – ପୂର୍ବ ଦିଗରେ ରଖନ୍ତୁ । ଘରେ ଏହାକୁ ରଖିବା ଦ୍ଵାରା ଟଙ୍କାର କେବେ ବି ଅଭାବ ରହିବ ନାହିଁ ।
ମୟୂର ପର
ମୟୂର ପରକୁ ଅତନ୍ତ ଶୁଭ ଓ ଚମତ୍କାରୀ କୁହାଯାଏ । ଏହା ଆପଣଙ୍କ ଜୀବନରେ ଆସୁଥିବା ସମସ୍ତ ବାଧାକୁ ଦୂର କରିଥାଏ । କିନ୍ତୁ ଘରେ ସବୁବେଳେ ୧ ରୁ ୩ ଟି ମୟୂର ପର ରଖନ୍ତୁ ।
ମୋତି ଶଙ୍ଖ
ନୂଆ ବର୍ଷରେ ମୋତି ଶଙ୍ଖ ଆଣିବା ବି ଶୁଭ ହୋଇଥାଏ । ଏହି ଶଙ୍ଖ ଅନ୍ୟ ଶଙ୍ଖ ଠାରୁ ଅଳ୍ପ ଚମକଦାର ହୋଇଥାଏ । ଏହାକୁ ସଠିକ ରୂପରେ ପୂଜା କରିବା ପରେ ଯଦି ତିଜୋରିରେ ରଖା ଯାଏ ତେବେ ଘର, କାର୍ଯ୍ୟସ୍ଥଳ ତଥା ଭଣ୍ଡାରରେ ଟଙ୍କା ରହିଥାଏ ଓ ଆମଦାନୀ ବି ବଢିବାକୁ ଲାଗିଥାଏ ।
ଗୋମତୀ ଚକ୍ର
ଗୋମତୀ ଚକ୍ର ବହୁତ ହିଁ ଚମତ୍କାରୀ ହୋଇଥାଏ । ଏହାକୁ ଘରେ ରଖିବା ଦ୍ଵାରା ଶତ୍ରୁ ବାଧା ଦୂର ହୋଇଯାଏ । ଏହାକୁ ଆଣି ଆପଣ ସିନ୍ଦୁରର ଡବା ଭିତରେ ରଖନ୍ତୁ । ଆପଣ ୧୧ ଟି ଗୋମତୀ ଚକ୍ରକୁ ହଳଦିଆ କପଡାରେ ବାନ୍ଧି ତିଜୋରିରେ ରଖିବା ଦ୍ଵାରା ଉନ୍ନତି ହୋଇଥାଏ ।
ସ୍ୱାସ୍ତିକର ଚିତ୍ର
ଘରେ ସ୍ୱାସ୍ତିକର ଚିତ୍ର ରଖିବା ଦ୍ଵାରା ମନୋକାମନା ପୂର୍ଣ ହୋଇଥାଏ । ପୁରାଣରେ ସ୍ୱାସ୍ତିକକୁ ମାତା ଲକ୍ଷ୍ମୀ ଓ ଗଣେଶଙ୍କ ପ୍ରତୀକ ବୋଲି କୁହାଯାଇଛି । ସ୍ୱାସ୍ତିକ ପରିବାର, ଧନ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାକୁ ଦୂର କରିଥାଏ ।