ଆଜିକାଲି ଅନ୍ୟ କାହାର ସମ୍ପତ୍ତି ଉପରେ କବଜା କରିବା ବହୁତ ହିଁ ସହଜ କଥା ହୋଇ ଯାଇଛି । କିନ୍ତୁ ଯଦି ଆମେ କୌଣସି ଅଚଳ ସମ୍ପତ୍ତି ବିଷୟରେ କହିବୁ ତେବେ ସମ୍ପତ୍ତି ଉପରେ ତାର ମାଳିକାର କବଜା ଥିବା ବହୁତ ଜରୁରୀ ଅଟେ ଓ ଆଇନ ରୂପରେ ବି ଅଧିକାର ଥିବା ଜରୁରୀ ଅଟେ । କେହି ବି ସମ୍ପତ୍ତିର ମାଳିକାର ବିନା ଇଚ୍ଛାରେ ତାର ସମ୍ପତ୍ତି ଉପରେ କବଜା କରି ପାରିବ ନାହିଁ ।
ସମ୍ପତ୍ତିର ମାଳିକାର ବିନା ଇଚ୍ଛାରେ ତାକୁ ସମ୍ପତ୍ତିରୁ ବେଦଖଲ ବି କରି ପାରିବ ନାହିଁ । କିନ୍ତୁ ବର୍ତ୍ତମାନ ଏମିତି ବହୁତ ମାମଲା ଦେଖିବାକୁ ମିଳିଥାଏ ଯେଉଁଠି କିଛି ଲୋକମାନେ ଅନ୍ୟ କାହାର ସମ୍ପତ୍ତିକୁ କବଜା କରି ନେଉଛନ୍ତି ଓ ସମ୍ପତ୍ତିର ଅସଲ ମାଲିକକୁ ବେଦଖଲ କରି ଦେଉଛନ୍ତି ।
ଏହି ବେଦଖଲ କୌଣସି ବି କାଗଜପତ୍ର ଦ୍ଵାରା ହୋଇ ନ ଥାଏ ଏମିତିରେ ଚାଳନ୍ତୁ ଜାଣିବା ଆମର ଭାରତର ଆଇନ ଏହା ବିଷୟରେ କଣ କହୁଛି । କହିଦେଉଛୁ କି ସମ୍ପତ୍ତିକୁ ଅବୈଧ କବଜାରୁ ମୁକ୍ତ କରିବା ପାଇଁ ଆଇପିସିର ୩ ଟି ଧାରା ଲାଗୁ ହୋଇଥାଏ । ଯେମିତି କି ଆଇପିସି ଧାରା ୪୨୦, ଆଇପିସି ୪୦୬ ଓ ଆଇପିସି ଧାରା ୪୬୭ ଅଟେ । ଚାଳନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା
ଆଇପିସି ଧାରା ୪୨୦
ଭାରତୀୟ ଦଣ୍ଡ ବିଧାନ ଅର୍ଥାତ ଆଇପିସି ଧାରା ୪୨୦ ଏକ ସାର୍ବଭୌମିକ ଧାରା ଅଟେ ଓ ଏହି ଧାରା ଧୋଖାଧାଡିର ବହୁତ ମାମଲା ଉପରେ ପ୍ରଯୁଜ୍ୟ ହୋଇଥାଏ । କୌଣସି ବ୍ୟକ୍ତିକୁ ତାର ସମ୍ପତ୍ତି ଦ୍ଵାରା ଅପରାଧିକ ବଳ ମାଧ୍ୟମରେ ବେଦଖଲ କରିବା ଉପରେ ଏହି ଧାରା ଲାଗୁ କରାଯାଏ ଓ ପୋଲିସ ଏହି ଧାରା ଅନୁସାରେ କାର୍ଯ୍ୟକାରୀ କରି ପାରିବ । କିନ୍ତୁ ଏହା ପୂର୍ବରୁ ସମ୍ପତ୍ତିର ଅସଲ ମାଲିକକୁ ସମ୍ପତ୍ତି ଉପରେ ନିଜର ଅଧିକାର ପ୍ରମାଣିତ କରିବାକୁ ପଡିବ ।
ଆଇପିସି ଧାରା ୪୦୬
ଆଇପିସି ଧାରା ୪୦୬ରେ ଖତିୟାନ ମାମାଳା ଲାଗି ହୋଇଥାଏ । ଏହି ଧାରା ନୁସାରେ କୌଣସି ବ୍ୟକ୍ତିର ସମ୍ପତ୍ତିରେ ବିଶ୍ଵାସ ଆଧାରରେ ତା ଉପରେ କବଜା କରିନେବେ ତ ଏହା ଏକ ବହୁତ ବଡ ଅପରାଧ ଅଟେ । ପୀଡ଼ିତା ଏହି ଧାରା ଅନୁସାରେ ଥାନାରେ ଅଭିଯୋଗ ବି କରି ପାରିବେ ।
ଆଇପିସି ଧାରା ୪୬୭
ଭାରତୀୟ ଦଣ୍ଡ ବିଧାନ ଅନୁସାରେ ଧାରା ୪୬୭ କୂଟନୀତି ଉପରେ ଲାଗୁ ହୋଇଥାଏ । ଯଦି କୌଣସି ସମ୍ପତ୍ତିକୁ ମିଥ୍ୟା କାଗଜପତ୍ର ଦ୍ଵାରା ନିଜର କରି ନିଆ ଯାଉଛି ତେବ ପୀଡ଼ିତା ଏହି ଧାରା ଅନ୍ତର୍ଗତ ଅଭିଯୋଗ କରି ପାରିବେ । ଏହା ଛଡା ଆହୁରି ବହୁତ ଆକ୍ଟ ଓ ଧାରା ଅଛି ଯାହା ସାହାର୍ଯ୍ୟରେ ପୀଡ଼ିତା ନିଜର ସମ୍ପତ୍ତି ଫେରିବା ପାଇଁ କୋର୍ଟରେ କେସ କରି ପାରିବ ।