ଭୋକ ନ ଲାଗିବାର କାରଣ, ଲକ୍ଷଣ ଓ ଚିକିତ୍ସା କଣ ରହିଛି ? ଭୋକ ନ ଲାଗିବା ଦେଇଥାଏ ଏହି ଭୟଙ୍କର ସଂକେତ- Health Tips

ଆଜିକାଲି ଲୋକ ମାନେ କାମ ଭିତରେ ବ୍ୟସ୍ତ ରହୁ ଠିଆବାରୁ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେଇପାରୁ ନାହାନ୍ତି । କିନ୍ତୁ କିଛି ଲୋକଙ୍କ ଠାରେ ଭୋକ ଲାଗେ ନାହି । ଦିନ ଭିତରେ ଭୋକ ନ ଲାଗିବା ଏହା ଏକ ବଡ ରୋଗର ସୂଚନା ଦେଇଥାଏ । ଯଦି କୌଣସି ବ୍ୟକ୍ତି ଙ୍କ ଠାରେ ଏଭଳି ସମସ୍ଯା ଦେଖା ଯାଉଥାଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । ପେଟ ଉପରେ ଶରୀରର ସବୁ କାର୍ଯ୍ୟ ନିର୍ଭର କରିଥାଏ ।

ଏହା ସହ ପେଟ ସାହା ଆମ ମସ୍ତିସ୍କର ମଧ୍ୟ ସମ୍ପର୍କ ରହିଛି । ଯଦି କୌଣସି ବ୍ୟକ୍ତି ଚିନ୍ତାରେ ରହିଛନ୍ତି ବା ଡିପ୍ରେସନରେ ଅଛନ୍ତି ବା ଆପଣଙ୍କ ମୁଣ୍ଡରେ କୌଣସି କଥା ଚାଲିଛି ତେବେ ସେହି କ୍ଷେତ୍ରରେ ପେଟ ରୋଗ ହୋଇଥାଏ । ଯଦି ଆପଣଙ୍କର ପେଟ ରୋଗ ହୋଇଛି ତେବେ ଆପଣଙ୍କର ଡିପ୍ରେସନ ଦେଖା ଯାଇଥାଏ ।

ଅନେକ କ୍ଷେତ୍ରରେ ରାତିରେ ନିଦ ନ ଲାଗିଲେ ପେଟ ରୋଗ ହୋଇଥାଏ ତ ପେଟ ରୋଗ ହୋଇଥିଲେ ରାତିରେ ନିଦ ହୁଏ ନାହି । ଆପଣ ଯଦି ଦିନକୁ ୩ ଥରରୁ ଅଧିକ ଖାଉଛନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିଥାଏ । ଯଦି ଆପଣଙ୍କ ଖାଦ୍ୟ ଖାଇବା ସମୟରେ ଆପଣଙ୍କୁ ଭୋକ ଲାଗୁ ନାହି ତେବେ ଏହା ଏକ ବଡ ସମସ୍ଯା ହୋଇଥାଏ ।

ଆମ ଜୀବନ ଶୈଳୀ ମହଦ୍ଯରେ ସକାଳେ ଜଳଖିଆରେ କଣ ଖାଉଛୁ, ଦ୍ଵିପହରରେ କଣ ଖାଉଛୁ ଓ ରାତିରେ କଣ କାହାଉଛୁ ତାହା ଆମର ଜୀବନ ଧାରଣ ଉପରେ ନିର୍ଭର କରିଥାଏ । ଆମେ କେଉଁ ତେଲ ଖାଉଛୁ ଓ କେଉଁ ପ୍ରକାର ଖାଦ୍ୟ ଖାଉଛୁ ତାହା ଆମର ଜୀବନ ଧାରଣ ଉପରେ ନିର୍ଭର କରିଥାଏ ।

ପରେ ରୋଗ ପାଇଁ ଅନେକ କାରଣ ରହିଥାଏ । ଯଦି ଆପଣ ଦିନକୁ ୪ ଥରରୁ ଅଧିକ ସମୟ ଖାଉଛନ୍ତି ବା ରାତି ଅନିଦ୍ରା ହେଉଛନ୍ତି ବା ଅଧିକ ତେଲ ଜାତୀୟ ଖାଦ୍ୟ ଖାଉଛନ୍ତି ବା ଆମିଷ ଅଧିକ ଖାଉଛନ୍ତି ବା ଘି ଖାଉଛନ୍ତି ତେବେ ପେଟ ଖରାପ ହୋଇଥାଏ । ଯଦି ଆପଣ ଠିକ ସମୟରେ ଖାଉ ନାହାନ୍ତି ତେବେ ଏହା ପେଟ ରୋଗର କାରଣ ହୋଇଥାଏ ।

ଅନେକ ଲୋକ ମାନଙ୍କର ରାତିରେ ଡେରିରେ ଖାଇଥାନ୍ତି ସେମାନଙ୍କର ପାଚନ କ୍ରିୟା ଠିକ ଭାବେ ହୋଇପାରେ ନାହି ଯାହା ପାଇଁ ପେଟ ରୋଗ ଦେଖାଯାଏ । ଏହା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଯଦି ଆପଣ ରାତିରେ ଅଧିକ ଡେରିରେ ଖାଉଛନ୍ତି ଓ ଆପଣଙ୍କର ପାଚନ କ୍ରିୟା ଠିକ ହେଉ ନାହି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଠିକ ନାହାଇ ବୋଲି ଜାଣି ପାରିବେ ।

ଏଭଳି ସ୍ଥିତିରେ ଆପଣଙ୍କ ମୁଣ୍ଡ ଭାରି ଲାଗିବା ସହ ବାନ୍ତି ଲାଗୁଥିବା ବା ରାତିରେ ନିଦେ ହେଉ ନ ଥିବ ବା ଶରୀର ଦୁର୍ବଳ ଲାଗୁଥିବ ତେବେ ଏହା ଏକ ବଡ ସମସ୍ଯା ହୋଇପାରେ । ଏଥିପାଇଁ ସମୟରେ ଖାଇବା ସହ ବ୍ୟାୟାମ କରିବା ଉଚିତ ଯାହା ଦ୍ଵାରା ଭୋକ ଠିକରେ ଲାଗିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *