ଆଜିର ବ୍ୟସ୍ତ ବହୁଳ ଜୀବନରେ ମାତା ପିତା ନିଜର ସନ୍ତାନ ମାନଙ୍କୁ ସମୟ ଦେଇପାରୁ ନାହାନ୍ତି । ଯାହା ପାଇଁ ପିଲା ମାନେ ମା ବାପାଙ୍କ କଥା ଶୁଣିବାକୁ ରାଜି ହେଉ ନାହାନ୍ତି । କାରଣ ଆଜିକାଲି ସବୁ ଘରେ ବାପା ମା ଉଭୟ ଚାକିରି କରୁଛନ୍ତି । ଯାହା ପାଇଁ ପିଲା ମାନଙ୍କ ସହ ସମୟ ବିତାଇବା ପାଇଁ ସେମାନଙ୍କୁ ସମୟ ମିଳୁ ନାହି । ଯାହା ଫଳରେ ପିଲା ମାନେ ଅଧିକାଂଶ ମୋବାଇଲ ବା ଟିଭି ଦେଖି ନିଜର ସମୟ ଅତିବାହିତ କରୁଛନ୍ତି ।
ଯେଉଁ ବୟସରେ ପିଲା ମାନେ ନିଜ ବାପା ମା ଙ୍କ ସହ ସମୟ ବିତାଇବା କଥା ସେହି ସମୟରେ ସେମାନେ ଅଧିକାଂଶ ସମୟ ମୋବାଇଲ ରେ ସମୟ ବିତାଉଛନ୍ତି । ଯାହା ସେମାନଙ୍କ ମାନସିକ ସ୍ତର ରେ ଗଭୀର ପ୍ରଭାବ ପକାଉଚି । କିଛି କ୍ଷେତ୍ର ରେ ବାପା ମା ମାନେ ନିଜର ପିଲାଙ୍କ ସମାନ ଅନ୍ୟ ପିଲା ମାନଙ୍କର ତୁଳନା କରିଥାନ୍ତି ।
ଯାହା ପାଇଁ କିଛି ପିଲା ମାନେ ନିଜ ବାପା ମାଙ୍କର ଏହି ନିସ୍ପତି ରେ ଆଗ୍ରହ ପ୍ରକାଶ କରନ୍ତି ନାହି । ଦୁନିଆରେ ପ୍ରତେକ ପିଲାର ଅଙ୍ଗ ପ୍ରତେଙ୍ଗ ଏକା ହୋଇଥିଲେ ସେମାନଙ୍କର ସ୍ଵଭାବ, ଜୀବନ ଶୈଳୀ, କଥା କହିବାର ଶୈଳୀ ଅନ୍ୟ ମାନଙ୍କ ଅପେକ୍ଷା ଅଲଗା ହୋଇଥାଏ । ଯାହା କିଛି ବାପା ମା ଭୁଲି ଯାଇଥାନ୍ତି ।
ନିଜ ପିଲାଙ୍କ ତୁଳନା ଅନ୍ୟ ପିଲାଙ୍କ ସହ କରିବା କେତେ ଦୂର ଯଥାର୍ଥ ତାହା ବାପା ମା ମାନେ ବୁଝି ପାରନ୍ତି ନାହି । ଏହାର ପ୍ରଭାବ ପିଲାଙ୍କ ମାନସିକ ସ୍ତର ଉପରେ ଅଧିକ ପଡିଥାଏ । ତେଣୁ ପ୍ରତେକ ବାପା ମା ନିଜ ପିଲାକୁ ଅନ୍ୟ ପିଲାଙ୍କ ସହ ତୁଳନା କରିବା ବଦଳରେ ନିଜ ପିଲାର କେତେ ବୁଦ୍ଧି ଅଛି ସେ କେଉଁ କ୍ଷେତ୍ର ରେ ନିଜର ଭଲ ପ୍ରଦର୍ଶନ କରୁଛି ତାହା ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ ।
ପିଲା ମାନଙ୍କର କମ୍ଜୋରି କଣ ତାହା ନ ଭାବି ପିଲାଙ୍କ ତହରେ କଣ କଳା ରହିଛି ତାହା ଉପରେ ବାପା ମା ଅଧିକ ଧ୍ୟାନ ଦେବା ଉଚିତ । ଏପରି କରିବା ଦ୍ଵାରା ବାପା ମା ପିଲାଙ୍କର ଭୌତିକ ବିକାଶ କରିବାରେ ସହାୟକ ହୋଇ ପାରିବେ ।
ଯଦି ବାପା ମା ନିଜ ପିଲାର ସବୁଠାରୁ ବଡ କଳା ବିଷୟରେ ଜାଣି ପାରିବେ ତେବେ ସେହି କ୍ଷେତ୍ର ରେ ଆଗକୁ ଯିବା ପାଇଁ ପିଲାଙ୍କୁ ପ୍ରେରଣା ଦେଇ ପାରିବେ । ପିଲାଙ୍କର ପ୍ରତେକ ଟି ନିସ୍ପତି କୁ ବାପା ମା ମାନେ ଭଲ ଭାବେ ବୁଝିବା ସହ ତାଙ୍କ ପାଇଁ ଯାହା ଠିକ ତାହା ଉପରେ ଅଧିକ ଧ୍ୟାନ ଦେବା ଉଚିତ । ଏପରି କରିବା ଦ୍ଵାରା ବାପା ମା ମାନେ ନିଜ ପିଲାଙ୍କର ଉନ୍ନତି ଆଡକୁ ଅଗ୍ରସର କରାଇ ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।