ପିଲାମାନଙ୍କ ଠାରେ ପରିବର୍ତ୍ତନ କଣ ପାଇଁ ଆସେ ନାହିଁ? ପିଲା ମାନଙ୍କୁ କେମିତି ବୁଝାଇବେ ? Parenting Tips

ଆଜିକାଲି ପିଲା ମାନଙ୍କ ପାଇଁ ବାପା ମା ଙ୍କ ପାଖରେ ଅଧିକ ସମୟ ନାହି । କାରଣ ବାପା ମା ମାନେ ଚାକିରି କରିବାକୁ ବାହାରକୁ ଯାଉଛନ୍ତି ଯାହା ପିଲା ମାନେ ନିଜର ଏକୁଟିଆ ଦୂର କରିବା ପାଇଁ ମୋବାଇଲ ଦେଖୁଛନ୍ତି । ଯାହାର ପ୍ରଭାବ ତାଙ୍କର ବ୍ରେନ ଉପରେ ଅଧିକ ପଡୁଛି । କାରଣ ଆଜିର ଇଣ୍ଟର୍ନେଟ ଦୁନିଆରେ ଏମିତି ଅନେକ ଆପ ରହିଛି ଯାହା ପିଲା ମାନେ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । କିନ୍ତୁ ଏହାର କିଛି ଭଲ ପ୍ରଭାବ ପିଲାଙ୍କ ଉପରେ ପଡୁଥିବା ବେଳେ କିଛି ଖରାପ ପ୍ରଭାବ ପଡୁଛି ।

ଯାହା ପାଇଁ ବାପା ମା ମାନେ ନିଜ ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖିବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । ପ୍ରଥମେ ବାପା ମା ମାନେ ନିଜ ପିଲାଙ୍କୁ ବୁଝାଇବାକୁ ଚେଷ୍ଟା କରିଥାନ୍ତି । ଯଦି ପିଲା ମାନେ ନ ମାଣନ୍ତି ତେବେ ବାପା ମା ମାନେ ପିଲାଙ୍କୁ ଡରାଇ ଧମକାଇ ତାଙ୍କୁ ମା-ଡ ମା-ରି ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥାନ୍ତି ।

ଏହା ଦ୍ଵାରା ପିଲା ମାନେ ଅଧିକ ଜିଦିଆ ସ୍ଵଭବର ହୋଇଥାନ୍ତି । ପିଲା ମାନେ ଅଧିକ ଜିଦିଆ ହେଲେ ବାପା ମା ଙ୍କର କୌଣସି କଥା ଆଉ ଶୁଣନ୍ତି ନାହି । ତେବେ ଏଥିପାଇଁ ବାପା ମା ଙ୍କୁ ଧର୍ଯ୍ୟ ସହକାରେ ନିଜ ପିଲା ଙ୍କୁ ବୁଝାଇବାକୁ ପଡିବ ।

ଯଦି ଦରକାର ପଡେ ତେବେ ବାପା ମା ମାନେ ପିଲାଙ୍କର କୌଣସି କଥା ପୂରଣ କରିବେ ଯାହା ସେମାନଙ୍କର ଇଚ୍ଛା ଥିବ । କିନ୍ତୁ ଯଦି ସେହି କଥା ଟି ବାପା ମା ଙ୍କୁ ଠିକ ବୋଲି ଲାଗିବ ତେବେ ସେହି କ୍ଷେତ୍ର ରେ ଆପଣ ନିଜର ପିଲାର ଡିମାଣ୍ଡ ପୁରା କରି ପାରିବେ । ପିଲାଙ୍କୁ ଯେତେ ସମ୍ଭବ ସ୍ନେହା, ଶ୍ରଦ୍ଧା ରେ ବୁଝାଇବାକୁ ଚେଷ୍ଟା କରିବା ଉଚିତ ।

କେବେ ବି ପିଲାଙ୍କ ଉପରେ ହାତ ଉଠାଇବା ଉଚିତ ନୁହେଁ । ଏହା ଦ୍ଵାରା ପିଲା ମାନେ ଅଧିକ ଖରାପ ହୋଇଥାନ୍ତି । ଯେତେ ସମ୍ଭବ ପିଲା ମାନଙ୍କ ଠାରେ ଭଲ ସଂସ୍କୃତି ବା ଶିକ୍ଷା ଦେବା ଉଚିତ । ତାଙ୍କୁ କିଛି ସମୟ ପାଇଁ ବାହାରକୁ ବୁଲାଇ ନେବା ଉଚିତ । ଯାହା ଦ୍ଵାରା ତାଙ୍କର ମାଇଣ୍ଡ ଫ୍ରେସ ରହିବ । ପିଲା ମାନେ କଣ ଇଚ୍ଛା କରନ୍ତି ।

ତାଙ୍କର ପସନ୍ଦ ନାଁ ପସନ୍ଦ କଣ ରହିଛି ତାହା ପ୍ରତେକ ବାପା ମା ଜଣାଇବା ଉଚିତ । ପିଲା କଣ ଖାଇବାକୁ ଭଲ ପାଏ, ତାର କେଉଁ ବିଷୟ ପ୍ରତି ଅଧିକ ରୁଚି ରହିଛି ଏ ସବୁ ବାପା ମା ମାନେ ଜାଣିବା ଉଚିତ । ତେବେ ପିଲାଙ୍କୁ ଯେତେ ସରଳ ଓ ସହଜ ଉପାୟରେ ବୁଝାଇବାକୁ ଚେଷ୍ଟା କରିଲେ ସେମାନେ ତାଙ୍କ ଜୀବନରେ ସଫଳ ହୋଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *