କଣ ଆପଣଙ୍କ ପିଲାଙ୍କର ପାଠ ପଢାରେ ମନ ଲାଗୁ ନାହିଁ କି ? ତେବେ ଏହାକୁ ନିଶ୍ଚୟ ଦେଖନ୍ତୁ- Parenting Tips

ଆଜିର ବ୍ୟସ୍ତ ବହୁଳ ଜୀବନରେ ପ୍ରତେକ ବ୍ୟକ୍ତି ନିଜର କାମରେ ବ୍ୟସ୍ତ ରହୁଛତି । ଉଭୟ ମା ଓ ବାପା ନିଜର ପିଲାଙ୍କୁ ଅଧିକ ସମୟ ଦେଇଅପାରୁ ନାହାନ୍ତି । ଏହାର କାରଣ ହେଉଛି ଉଭୟ ବାପା ମା ଦୁହେଁ ଚାକିରି କ୍ଷେତ୍ର ରେ ବ୍ୟସ୍ତ ରହୁଛନ୍ତି । ପିଲା ମାନେ ସ୍କୁଲରୁ ଫେରିବା ପରେ ନିଜ କାମରେ ବ୍ୟସ୍ତ ରହୁଛନ୍ତି । କିନ୍ତୁ ପାଠ ପଢା ରେ ଅଧିକ ମନ ଦେଉ ନାହାନ୍ତି ପିଲା ମାନେ । କାରଣ ସେମାନକୁ ଠିକ ଗାଇଡ ଦେବା ଏପାଇଁ ତାଙ୍କର ବାପା ମା ମାନେ ତାଙ୍କ ପାଖରେ ରହୁ ନାହାନ୍ତି ।

ଯାହା ଫଳରେ ପିଲା ମାନେ ଶିକ୍ଷା କ୍ଷେତ୍ର ରେ ପଛରେ ରହି ଯାଉଛନ୍ତି । ଅଧିକାଂଶ ପିଲା ମାନେ ସୋସିଆଲ ମିଡିଆରେ ନିଜର ଅଧିକ ସମୟ ଦେଉଛନ୍ତି । ଆଜିର ଇଣ୍ଟରନେଟ ଦୁନିଆରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବଡ ପିଲା ମାନେ ଫେସବୁକ, ଇଂଷ୍ଟାଗ୍ରାମ ଭଳି ଅନେକ ଆପ ବ୍ୟବହାର ଅଧିକ ମାତ୍ରା ରେ କରୁଛନ୍ତି ।

ଯାହା ପାଇଁ ସେମାନଙ୍କର ମାନସିକ ତଥା ଭୌତିକ ବିକାଶ ସଠିକ ଭାବେ ହୋଇପାରୁ ନାହି । ଏହାର ପରିଣାମ ସ୍ୱରୂପ ପିଲା ମାନେ ପାଠ ପଢା ରେ ଅଧିକ ରୁଚି ରଖୁ ନାହାନ୍ତି । ଏଥିପାଇଁ ପ୍ରତେକ ବାପା ମା ଙ୍କୁ ନିଜର ଦୈନନ୍ଦିନ ଜୀବନ ଶୈଳୀରୁ କିଛି ସମୟ ଅବହାର କରି ପିଲା ମାନଙ୍କୁ ଦେବା ଉଚିତ ।

ବାପା ମା ଉଭୟ ପିଲାଙ୍କୁ ପାଠ ପଢିବା ପାଇଁ ପ୍ରୋଶ୍ଚାହନ ଦେବା ଉଚିତ । ଯେମିତି ଯଦି କୌଣସି ପିଲାର ଗଠିତ ବା ଅନ୍ୟ କୌଣସି ବିଷୟ ବସ୍ତୁରେ ଆଗ୍ରହ ଆସୁ ନାହି ତେବେ ସେହି କ୍ଷେତ୍ର ରେ ବାପା ମା ପିଲାଙ୍କୁ ସେହି ବିଷୟ ଉପରେ ଅଧିକ ଗୁରତ୍ଵ ଦେବା ପାଇଁ କହିବା ଉଚିତ ।

ଏହା ସହ ପିଲା ମାନେ ଯଦି କୌଣସି ବିଷୟ ବୁଝିପାରୁ ନାହାନ୍ତି ତେବେ ତାଙ୍କ ବାପା ମା ମାନେ ଯାହା ସହଜ ଓ ସରଳ ହେବ ସେହି ଉପାୟରେ ପିଲା ମାନଙ୍କୁ ବୁଝାଇବା ଉଚିତ । ଯାହା ଦ୍ଵାରା ପିଲା ମାନଙ୍କର ପାଠ ପଢା ରେ ଆଗ୍ରହ ଆସିବ । ଏହା ସହ ପିଲା ମାନେ ଯଦି ପରୀକ୍ଷା ପାଇଁ ପ୍ରସ୍ତୁତି ନ କରି ମୋବାଇଲ ଦେଖୁଛନ୍ତି ତାହାର କାରଣ ହେଉଛି କେବଳ ବାପା ମା ଙ୍କର ଅବହେଳା ।

ସେଥିପାଇଁ ପିଲା ମାନଙ୍କୁ ଯେତେ ସମ୍ଭବ ଅଧିକ ସମୟ ଦେଇ ତାଙ୍କର ପାଠ ପଢା ପ୍ରତି ଅଧିକ ଆଗ୍ରହ ଜାଗୃତ କରିବା ଉଚିତ । ତାଙ୍କୁ ସବୁ ବିଷୟରେ ଜ୍ଞାନ ଦେବା ସହ ବୁଝାଇବା ଉକିତ । ଏପରି କରିବା ଦ୍ଵାରା ପିଲା ମାନେ ମନ ଦେଇ ପାଠ ପଢିବା ସହ ପରୀକ୍ଷା ରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇ ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କର ପିଲା ମାନଙ୍କ ପାଠ ପଢାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *