ନମସ୍କାର ବନ୍ଧୁଗଣ । କୋରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ସ୍ରୁତି କରୁଥିବା ବେଳେ ବର୍ତ୍ତମାନ ସାରା ବିଶ୍ବରେ କୋରୋନାର ନୂଆ ରୂପ ଓମିକ୍ରନ ଭ୍ୟାରିଆଣ୍ଟ କୁ ନେଇ ଗୋଟିଏ ପରେ ଗୋଟିଏ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି । ଏ ଯାଏଁ ଗୋଟିଏ ପରେ ଗୋଟିଏ ୭୭ଟି ଦେଶରେ ଚିହ୍ନଟ ହେଲେଣି ଓମିକ୍ରନ ସଂକ୍ରାମକ ଭ୍ୟାରିଆଣ୍ଟ । ଯେଉଁ ଦେଶରେ ଚିନ୍ତା କରାଯାଇ ନାହି ସେହି ଦେଶରେ ଓମିକ୍ରନ ହେବାର ସନ୍ଦେହ କରା ଯାଇଛି ।
କୋରୋନାର ଅନେକ ଭ୍ୟାରିଆଣ୍ଟ ତୁଳନାରେ ଓମିକ୍ରନ ଭ୍ୟାରିଆଣ୍ଟ ଦ୍ରୁତ ଗତିରେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏ ନେଇ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପକ୍ଷ ରୁ ସୂଚନା ଜାରି ରହିଛି । ଏହି ନୂଆ ଭ୍ୟାରିଆଣ୍ଟ କୁ ଲୋକ ମାନେ ହାଲକା ଭାବେ ମନେ କରୁଛନ୍ତି । ଓମିକ୍ରନ ଦ୍ଵାରା କମ ସ୍ୱାସ୍ଥ୍ୟ ଅବସ୍ଥା ସୃଷ୍ଟି ହୋଇଥିଲେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ।
ଏ ନେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ପ୍ରଭାବ ପଡିପାରେ ବୋଲି ଆଶଙ୍କା କରା ଯାଉଛି । ଏଥି ସହ ବହୁ ବିଧ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ବୁଷ୍ଟର ଡ଼ୋଜ ନେବା ପାଇଁ ସ୍ୱାସ୍ଥ୍ୟ ସଂଘଠନ ମତ ଦେଇଛି । ତେବେ ଅନେକ ଦେଶରେ ଓମିକ୍ରନ ଭ୍ୟାରିଆଣ୍ଟ ତୀବ୍ର ଗତିରେ ବଢିବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବାଢୁଛି ।
ଏ ନେଇ ଲୋକ ମାନଙ୍କ ମନରେ କିଛି ପରିମାଣରେ ଭୟ ସୃଷ୍ଟି ହେଉଛି । କାରଣ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବ୍ୟକ୍ତି ଙ୍କୁ ଚିହ୍ନଟ କରିବା ପାଇଁ ଏକ ନୂଆ କୀଟ ପ୍ରସ୍ତୁତ କରା ଯାଇଛି । ଏହି କୀଟ ଜରିଆରେ ମାତ୍ର ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରାଯାଇ ପାରିବ ।
ତେବେ ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ଏ ନେଇ ଲୋକ ମାନଙ୍କୁ ଅଧିକ ସଚେତନ ରହିବା ପାଇଁ ପରାମର୍ଶ ଦେଇଛି । ପୂର୍ବ ଭଳି ମାସ୍କ ଲଗାଇବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସୂଚନା ରହିଛି ।
ଓମିକ୍ରନ ଭ୍ୟାରିଆଣ୍ଟ ରେ କୌଣସି ବ୍ୟକ୍ତିର ଏ ଯାଏଁ ମୃ-ତ୍ୟୁ ନ ହୋଇଥିଲେ ମଧ୍ୟ ଏହାର ବ୍ୟାପିବାର ପ୍ରକ୍ରିୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି ଯାହା ବର୍ତ୍ତମାନ ସବୁଠାରୁ ବଡ ଚିନ୍ତା ଜନକ ବିଷୟ ହୋଇ ପଡିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।