ନମସ୍କାର ବନ୍ଧୁଗଣ । ବିନା କୋଚିଙ୍ଗରେ ଆଜି IAS । ଦିନେ ଚାହା ବିକୁଥିଲେ ଆଜି ସେ କଲେକ୍ଟର ଝେବେ । IAS ପାଇଅବା ପାଇଁ କେତେ ଯେ ସଂଘର୍ଷ କରିବାକୁ ପଡିଥାଏ ତାହା ଆପଣ ମାନେ ଜାଣିଥିବେ । ରାତି ଦିନ ଅକ୍ଲାନ୍ତ ପରିଶ୍ରମ କରିବା ପାଇଁ ଏହି ପରୀକ୍ଷାରେ ଉତିର୍ଣ୍ଣ ହୋଇଥାଏ ବ୍ୟକ୍ତି । ଆଜିକାଲି ଏହି ଚାକିରି ପାଇଁ କେତେ ଯେ କୋଚିଙ୍ଗ ସେଣ୍ଟର ଆମ ଦେଶରେ ଖୋଲିଛି ତାହାର ଗଣନା କରି ହେବ ନାହି ।
ବିନା କୋଚିଙ୍ଗରେ ଆଇଏସ ହେବା ସହଜ ଏହି କଥାଟି ବିଶ୍ଵାସ ନ ହେଲେ ମଧ୍ୟ ସତ ଅଟେ । ଏହି କଥାକୁ ସତ ପ୍ରମାଣ କରି ଦେଖାଇଛନ୍ତି ଜେଣ ଆଇଏସ ଚାହା ବିକାଳି । ଅନେକ ସମୟରେ କୌଣସି ସମସ୍ଯା ଯୋଗୁ ବ୍ୟକ୍ତି ଆଇଏସ ଚାକିରି ଦେଇପାରି ନ ଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶର ବରଲି ରେ ରହୁଥିବା ହିମାଂଶୁ ଗୁପ୍ତା କିଛି ଏମିତି କାମ କରି ଦେଖାଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।
ପାଠ ପଢିବା ପାଇଁ ଅର୍ଥ ବାଧକ ସାଜିଥିଲେ ମଧ୍ୟ ସେ ହାର ମାନି ନ ଥିଲେ । ଆଇଏସ ପରୀକ୍ଷା ପାଇଁ କୋଚିଙ୍ଗର ଆବଶ୍ୟକତା ଥିବା ବେଳେ ହିମାଂଶୁଙ୍କର ଆର୍ଥିକ ସ୍ଥିତି ଠିକ ନ ଥିବାରୁ ସେ କୋଚିଙ୍ଗ ନେଇପାରି ନ ଥିଲେ । ସେ ନିଜର ସ୍ଵପ୍ନ ପୂରଣ କରିବା ପାଇଁ ଚାହା ଦୋକାନ କରିବାକୁ ପଛେଇ ନ ଥିଲେ ।
ସେ ଚାହା ଦୋକାନ କରି ମ୍ନିଜର ପରିବାର ପୋଷଣ କରିବା ସହ ସମୟ ବାହାର କରି ପାଠ ମଧ୍ୟ ପଢିଥାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଖବକାଜ । ବଡ ପଦବୀ ପାଇଁ ଦରକାର ନାହି ବଡ ସହର । ହିମାଂଶୁ ପ୍ରତେକ ଦିନ ସକାଳ ୪ଟା ରୁ ରାତି ୧୧ଟା ଯାଏଁ ଦୋକାନ ଖୋଲିଥାନ୍ତି ।
ଏହି ସମୟ ମଧ୍ୟରେ ସେ ନୀତିଦିନ ଖବରକାଗଜ ପଢିବାକୁ ଭୁଲନ୍ତି ନାହି । ତାଙ୍କ ଆଇଏସ ପାଇବା ପଛରେ ଖବରକାଗଜର ସବୁଠାରୁ ବଡ ଭୂମିକା ରହିଛି ବୋଲି ସେ ନିଜ ମତରେ କହିଛନ୍ତି । ସେ ଦିଲ୍ଲୀ ବିଶ୍ଵ ହିନ୍ଦୁ ବିଦ୍ୟାଳୟ କଲେଜରୁ ସ୍ନାତକ ହାସଲ କରିବା ପରେ ଆଇଏସ ଅଫିସର ହେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।
ଏହା ପରେ ନିଜ ପରିବାରର ଜୀବିକା ନିର୍ବାହ ପାଇଁ ଏକ ସରକାରୀ କଲେଜରେ ତ୍ରିଶଶ ସ୍କଲାର ଭାବେ ଯୋଗ ହୋଇଥିଲେ । ଏହା ପରେ ସେ ନିଜକୁ ଆଇଏସ ପରୀକ୍ଷା ପାଇଁ ପ୍ରସ୍ତୁତ କରି ପାରିଥିଲେ । କୋଚିଙ୍ଗ ନ ନେଇ ଥିବାରୁ ସେ ପରିକ୍ଷାରେ ଦୁଇ ଥର ସଫଳ ନ ହୋଇଥିଲେ ମଧ୍ୟ ହାର ମାନି ନ ଥିଲେ ।
ଏହା ପରେ ତୃତୀୟ ଥର ପରୀକ୍ଷାରେ ସେ ଆଇଏସ ପାଇଥିଲେ । ସେ ମତ ଦେଇଛନ୍ତି ଯେ ଆମ ସମସ୍ତଙ୍କ ଚିନ୍ତାଧାରା ଛୋଟ ବା ବଡ ସହରରେ ରହୁଥିବା ବ୍ୟକ୍ତି ବିନା କୋଚିଙ୍ଗରେ ଆଇଏସ ହେବା ଅସମ୍ଭବ । କିନ୍ତୁ ଏହା ସଂପୂର୍ଣ୍ଣ ଭୂଲ ଓ ଇଚ୍ଛା ଶକ୍ତି ଥିଲେ ସଫଳତା ପାଇହେବ ବୋଲି ହିମାଂଶୁ କହିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ହିମାଂଶୁଙ୍କ ସଫଳତାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।