ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ବ୍ରଂହପୁର ସହରର ବୋହୁ ତପସ୍ଵୀନି ଦାସ ନିଜ ସ୍ଵାମୀଙ୍କ ଘରକୁ ଫେରିବା ପାଇଁ ସଂ-ଘ-ର୍ଷ ଜାରି ରଖିଛନ୍ତି । ବର୍ତ୍ତମାନ ତାଙ୍କ ସ୍ଵାମୀ ସୁମିତ କୁଆଡେ ପଳାୟନ କରିବା ପରେ ପୁଣି ଥରେ ପୂର୍ବ ଭଳି ଶାଶୁଘର ଘର ଆଗରେ ବସିଛନ୍ତି ତପସ୍ଵିନୀ ଦାସ । ସେ କହିଛନ୍ତି ଯେ ସେ ତାଙ୍କ ସ୍ଵାମୀଙ୍କ ଘର ଆଗରେ ରହିବେ, ଖାଇବେ ଏଠାରୁ କୁଆଡେ ବି ହଟିବେ ନାହି ।
ସେ IICଙ୍କୁ ଲିଖିତ ଆକାରରେ ଲେଖିକି ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହି । କେତେ ଦିନ ମୁଁ ଏକା ରହିବି ଆଉ ନି-ର୍ଯ୍ୟା-ତ-ନା ସହିଛି ପ୍ରଶ୍ନ କରିଛନ୍ତି ତପସ୍ଵୀନୀ । ସେ ପ୍ରଥମରୁ ପିଟିସନ ରଖିଲେ ସେ ତାଙ୍କ ସ୍ଵାମୀଙ୍କ ସହ ତାଙ୍କ ଶାଶୁଘରେ ରହିବେ । କିନ୍ତୁ ସୁମିତଙ୍କ ଓକିଲ ମାନ୍ୟବର କୋର୍ଟଙ୍କୁ ଆସନ୍ତା ୧୫ ଦିନ ପାଇଁ ସମୟ ମାଗିଥିଲେ ମଧ୍ୟ କୋର୍ଟ ତାଙ୍କୁ ଆସନ୍ତା ୨୦ ରେ ଜବାବ ଦେବାକୁ କହିଛନ୍ତି ।
କୋର୍ଟର ନିର୍ଦେଶକୁ ସୁମିତ ଯେପରି ଭାବେ ଉଲଂଘନ କରି କୁଆଡେ ପଳାଇ ଯାଇଛନ୍ତି ତାହାର ପିଟିସନ ସେ ଲିକିତ ଆକାରରେ ଲେଖିକି ଦେଇଛନ୍ତି । ଗତ କାଲି SDJM କୋର୍ଟରେ ତପସ୍ଵିନୀଙ୍କୁ ଜଜ କହିଥିଲେ ଏଭଳି କେସ ପୋଲିସରେ ବା ମାଜିଷ୍ଟ୍ରେଟଙ୍କ ପାଖରେ ଅପିଲ କରାଯାଏ ।
ତପସ୍ଵିନୀ ନିଜେ ଆସ୍କା ପୋଲିସ ଷ୍ଟେସନରେ ଏ ଘଟଣା ବାବଦରେ ଖବର ଦେଇ ସାରିଛନ୍ତି । ଏ ନେଇ କୌଣସି ପ୍ରକାର କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଇ ନାହି ବୋଲି ତପସ୍ଵିନୀ ରାଏ ଦେଇଛନ୍ତି । ସେ ତାଙ୍କ ଓକିଲଙ୍କ ଜରିଆରେ ଏହା ବାବଦରେ ମାଜିଷ୍ଟ୍ରେଟଙ୍କ ପାଖରେ ଅପିଲ କରିବେ ।
କୋର୍ଟର ନିର୍ଦେଶ ଅନୁଯାୟୀ ଯେଉଁ ଘରେ ତପସ୍ଵିନୀ ଓ ସୁମିତ ରହୁଥିଲେ ତାହର ସବୁ ବିଲ ସେ ଇଯେ ଦେଇଛନ୍ତି । ତାଙ୍କୁ ଯେତେ କଷ୍ଟ ହୋଇଥିଲେ ମଧ୍ୟ ସେ ଏହାର ସାମାନ କରିଛନ୍ତି । ସେ ଆଉ IBରେ କେତେ ଦିନ ରହିବେ କାହା ଭରସାରେ ରହିବେ ବୋଲି ତପସ୍ଵିନୀ କହିଛନ୍ତି । ସେ କହିଛନ୍ତି ଯେଉଁ ଠାରେ ସ୍ଵାମୀ ଶାଶୁ ଶଶୁର ରୁହନ୍ତି ସେଇଟା ହେଉଛି ସୁରକ୍ଷିତ ସ୍ଥାନ ଯାହା ପାଇଁ ସେ ପୁଣି ଥରେ ତାଙ୍କ ସ୍ଵାମୀଙ୍କ ଘରେ ଆଗରେ ଧାରଣା ଦେଇଛନ୍ତି ।
କୋର୍ଟର ନିର୍ଦେଶ ଅନୁଯାୟୀ ସେ କେଉଁଠି ରହିବେ ତାହା ଉଲେଖ ହୋଇ ନାହି । ତେବେ ସେ ରାତି କେଉଁଠି କାଟିବେ ବୋଲି ପ୍ରଶ୍ନ କରିଛନ୍ତି । ତାଙ୍କୁ ନ୍ୟାୟ ନ ମିଳିବା ଯାଏଁ ସ୍ବୀକୃତି ନ୍ୟାୟ ନ ମିଳିବା ଯାଏଁ ସେ ଏମିତି ସୁମିତଙ୍କ ଘର ଆଗରେ ରହିବେ ବୋଲି ଅଣ୍ଟା ଭିଡିଛନ୍ତି ତପସ୍ଵିନୀ ।
ପ୍ରମିଳା ମାଉସୀ ତାଙ୍କୁ ପୂର୍ବ ଭଳି ସାହାଜ୍ଯ କରିବା ପାଇଁ ତପସ୍ଵିନୀ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ଭଳି ଯେଉଁ ହଜାର ହଜାର ଝିଅ ମାନେ ଏପରି ଶିକାର ହେଉଛନ୍ତି ସେମାନେ ଆଗକୁ ଆସି ନ୍ୟାୟ ପାଇଁ ଲଢେଇ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।