ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବହୁ ଚର୍ଚ୍ଚିତ ବ୍ରଂହପୁରା ସହରର ଦମ୍ପତି ତପସ୍ଵିନୀ ଦାସ ଓ ତାଙ୍କ ସ୍ଵାମୀ ଡାକ୍ତର ସୁମିତ ସାହୁଙ୍କ ବୈବାହିକ ଜୀବନୀକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ସାଧାରଣ ରେ ଉଠୁଥିବା କିଛି ପ୍ରଶ୍ନ ସମ୍ପର୍କରେ ଯଦି ଆଲୋଚନା କରାଯାଏ ତେବେ ତପସ୍ଵିନୀ ଦାସ ବା ଡିମ୍ପଲ ଙ୍କୁ ସୁମିତ ବିବାହ କରିଛନ୍ତି । ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିବା ମଧ୍ୟ ସୁମିତ ସ୍ଵୀକାର କରିଛନ୍ତି ।
ଉଭୟଙ୍କ ବୈବାହିକ ସଂପର୍କକୁ କୋର୍ଟ ମଧ୍ୟ ସ୍ଵୀକାର କରିଛନ୍ତି ବୋଲି ସୂଚନା ମିଳିଛି । ଯଦି ଏହି କଥା ସୁମିତ ଓ କୋର୍ଟ ସ୍ଵୀକାର କରୁଛନ୍ତି ତେବେ ତପସ୍ଵିନୀଙ୍କର ସୁମିତଙ୍କ ଘରେ ରହିବାର ପୁରା ଅଧିକାର ରହିଛି । ତେବେ ଶାଶୁଘାର ଆଗରେ ତମ୍ବୁ ବାନ୍ଧି ଶିତ କାକର ରେ ତପସ୍ଵିନୀ ବସି ରହିଛନ୍ତି ଏହାର କାରଣ କଣ ହୋଇପାରେ ।
ଅନ୍ୟ କ୍ଷେତ୍ର ରେ SDJM କୋର୍ଟ ନିର୍ଦେଶ ଅନୁସାରେ ଦୁହେଁ ଘରଭଡା ନେଇ ଏକାଠି ରହିବା କଥା । କିନ୍ତୁ ଅଚାନକ ସୁମିତ ଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପରେ ସେ କୁଆଡେ ଫେରା ହୋଇ ଯାଇଛନ୍ତି ଯାହା ବିଷୟରେ ତପସ୍ଵିନୀ କିଛି ଜାଣି ନାହାନ୍ତି । ଯଦି ସ୍ଵାମୀର ଦେହ ଖରାପ ଅଛି ତେବେ ସ୍ତ୍ରୀ ପାଖରେ ରହିବାରେ ଅସୁବିଧା କଣ ଅଛି ସବୁଠାରୁ ବଡ ପ୍ରଶ୍ନ ଏବେ ଜୋର ଧରିଛି ।
କୋର୍ଟର ନିର୍ଦେଶ ଅନୁସାରେ ସୁମିତଙ୍କ ବାପା ପ୍ରମୋଦ ସାହୁ କଣ ପାଇଁ ତପସ୍ଵିନୀଙ୍କୁ ଘୃକୁ ଯିବା ପାଇଁ ବନ୍ଦ କରିଛନ୍ତି ଏ ବାବଦରେ ପ୍ରଶ୍ନ କରିଛନ୍ତି ଆଡିସ୍ନାଲ ପୋଲିସ କମିଶନଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ମାନେ ଏ କଥା ହୃଦଙ୍ଗମ କରି ସାରିଲେଣି ।
ତପସ୍ଵିନୀଙ୍କୁ ତାଙ୍କ ସ୍ଵାମୀଙ୍କ ଘରେ ରହିବାର ଆବଶ୍ୟକତା ରହିଛି ବୋଲି ସମସ୍ତରେ ହୃଦୟଙ୍ଗମ କରି ସାରିଲେଣି । ଯଦି ଏହି କଥା କୋର୍ଟ ପୋଲିସଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକ ମାନେ ବୁଝି ସାରିଲେଣି ତେବେ ସୁମିତଙ୍କ ବାପା କଣ ପାଇଁ ଗେଟ ବନ୍ଦ କରି ରଖିଛନ୍ତି ସୁମତଙ୍କ ମନରେ ପ୍ରଶ୍ନ ଉଠୁଛି । ଯଦି ସୁମିତ ତପସ୍ଵିନୀଙ୍କୁ ସ୍ତ୍ରୀ ଭାବେ ଗ୍ରହଣ କରି ସାରିଛନ୍ତି ତେବେ ଶ୍ଵଶୁର ପ୍ରମୋଦ ସାହୁ ଦୁହିଙ୍କ ମଧ୍ୟରେ ପାଚେରି ସାଜି ଠିଆ ହୋଇଛନ୍ତି କଣ ପାଇଁ ।
ପ୍ରମୋଦ ସାହୁ ପୋଲିସ ପ୍ରଶାସନଙ୍କ କଥାକୁ ଖାତିର କରୁ ନାହାନ୍ତି । କୁହା ଯାଉହୀ କି ତାଙ୍କର ବଡ ବଡ ନେତାଙ୍କ ସହ ସମ୍ପର୍କ ରହିଛି । ଏହି କାରଣରୁ ସୁମିତଙ୍କ ବାପା ପ୍ରମୋଦ ସାହୁ କୋର୍ଟ ଠାରୁ ଆରମ୍ଭ କରି ପୋଲିସ ପ୍ରସାଶନ ଯାଏଁ କାହା କଥା ଶୁଣିବାକୁ ରାଜି ନୁହନ୍ତି । ତେବେ ସତରେ କଣ ସୁମିତଙ୍କ ବାପାଙ୍କ ହାତ ଏତେ ଲମ୍ବା ହୋଇପାରେ ତାହା ଏବେ ବଡ ପ୍ରଶ୍ନ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।