କହିଦେଉଛୁ କି ତପସ୍ଵିନୀ ପୁଣି ଥରେ ସୁମିତଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ସେ ସେଠି ଟେଣ୍ଟ ଲଗାଇ ରହିବା ସହ ସେଠି ହିଁ ରୋଷେଇ କରି ଖାଉଛନ୍ତି । ଏମିତିରେ ପୁଣି ଥରେ ତପସ୍ଵିନୀ ଓ ସୁମିତଙ୍କୁ ନେଇ ଚର୍ଚା ଆରମ୍ଭ ହୋଇ ଯାଇଛି । ଏହା ମଧ୍ୟରେ ସୁମିତ ଓ ତପସ୍ଵିନୀଙ୍କ ଛାଡପତ୍ର ଖବର ବି ସାମ୍ନାକୁ ଆସିଛି । ଯାହାର ଜବାବ ଦେଇ ତପସ୍ଵିନୀ କହିଛନ୍ତି କି ମୋତେ ଯେତେ ଟଙ୍କା ଦେଲେ ବି ମୁଁ ଛାଡପତ୍ର ଦେବି ନାହିଁ ।
ଶୁଣିବାକୁ ମିଳୁଛି କି ସୁମିତ ତପସ୍ଵିନୀଙ୍କ ଠାରୁ ଛାଡପତ୍ର ନେବା ପାଇଁ ଚାହୁଁଛନ୍ତି । ଏଥିପାଇଁ ସୁମିତ କୋର୍ଟରେ ଛାଡପତ୍ର ପାଇଁ ଆବେଦନ ମଧ୍ୟ କରିଛନ୍ତି । ଯେତେବେଳେ ଏହି କଥା ଗଣମାଧ୍ୟମ ସାମ୍ନାକୁ ଆସିଲା ।
ତେବେ ତପସ୍ଵିନୀ ଏହାର ଜବାବ ଦେଇ କହିଲେ କି ମୁଁ ଯେଉଁ ସମୟରୁ ଏଠି ଧାରଣାରେ ବସିଛି ସେହି ସମୟରୁ ମୋର କେବଳ ଗୋଟିଏ ଦାବି ମୁଁ ମୋର ସ୍ଵାମୀଙ୍କ ସହ ଶାଶୁ ଘରେ ରହିବି । ସେ ଯଦି ନିଜକୁ ସଚ୍ଚୋଟ ମନେ କରୁଛନ୍ତି, ତେବେ ସମସ୍ତଙ୍କ ସାମ୍ନାକୁ କାହିଁକି ଆସୁ ନାହାନ୍ତି । ଲୁଚି ଲୁଚି କାହିଁକି ରହୁଛନ୍ତି ।
ମିଡିଆକର୍ମି ଯେତେବେଳେ ତାଙ୍କୁ ଛାଡପତ୍ର ଉପରେ ପ୍ରଶ୍ନ କରିଲେ ତେବେ ସେ କହିଲେ କି ମୋତେ ୮ ଲକ୍ଷ କଣ ୮୦ କୋଟି ଟଙ୍କା ଦେଲେ ବି ମୁଁ ଛାଡପତ୍ର ଦେବି ନାହିଁ । ଯେତେ ଟଙ୍କା ଦେଲେ ବି, ଘର ବିକ୍ରି କରି ଟଙ୍କା ଦେଲେ ବି ମୁଁ ଛାଡପତ୍ର ଦେବି ନାହିଁ । ମୋର ଭାଇର ଫାର୍ମ ଅଛି । ସେଥିରେ ୫୦ ୬୦ ଟି ଗାଈ ଅଛି, ଆମର ଜମି ବି ଅଛି । ମୋର ଟଙ୍କା ଦରକାର ନାହିଁ ।
ତାଙ୍କର ଏକ ଭିଡିଓ ଉପରେ ଯେତେବେଳେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ତାହା ୨୦୨୦ ର ଭିଡିଓ ଅଟେ । ସେହି ସମୟରେ ସୁମିତଙ୍କ ବାପା କହିଥିଲେ କି ଝିଅ ପୁଅର ଛାଡପତ୍ର କରି ଦେବା । ତାଙ୍କ ତାଙ୍କ ଭିତରେ ପଡୁ ନାହିଁ । ମୁଁ ଆଉ ଗୋଟିଏ ଝିଅ ସହ ପୁଅର ବାହାଘର କରିଦେବୁ ।
ପରେ ଆମେ ଜାଣି ପାରିଲୁ କି ସେ ଜଣେ ମନ୍ତ୍ରୀଙ୍କ ଝିଅ ସହ ସୁମିତଙ୍କ ପୁଅର ବାହାଘର କରିବେ । ଆମ ଘର ଲୋକଙ୍କୁ ସୁମିତଙ୍କ ବାପା କହିଲେ କି ତମେ ତମର ଝିଅକୁ ନେଇ ଯାଅ । ସେହି ସମୟରେ ମୁଁ କହିଥିଲି କି କେମିତି ତୁମେ ଅନ୍ୟ ଝିଅକୁ ବାହା ହେବ ମୁଁ ଦେଖିବି ।
ଯେତେବେଳେ ତପସ୍ଵିନୀଙ୍କୁ ପ୍ରଶ୍ନ କରାଗଲା କି ସୁମିତ କଣ ଆପଣଙ୍କୁ ଚାହୁଁ ନାହାନ୍ତି । ଏହାର ଜାବବ ଦେଇ ତପସ୍ଵିନୀ ଏକ ମୋବାଇଲ ଦେଖାଇଲେ ଓ କହିଲେ କି ଏହି ମୋବାଇଲରେ ସବୁ ପ୍ରକାରର ପ୍ରମାଣ ଅଛି । ସେ କାହାକୁ ଚାହୁଁ ଥିଲେ, କଣ କରୁଥିଲେ ଏଥିରେ ସବୁ ଅଛି ।