ନିଜର ଅଧିକାର ପାଇଁ କୌଣସି ବି ହଦ ପାର କରିବାର ସାମର୍ଥ୍ୟ ରଖନ୍ତି Tapaswini, ଦେଖନ୍ତୁ Video କଣ କହୁଛନ୍ତି ସେ

ନମସ୍କାର ବନ୍ଧୁଗଣ । ବହୁ ଚର୍ଚ୍ଚିତ ବ୍ରହ୍ମପୁର ସହରର ମାମଲା ତପସ୍ଵିନୀ ଦାସ ଓ ଡାକ୍ତର ସୁମିତ ସାହୁଙ୍କ ବୈବାହିକ ଜୀବନକୁ ଯେଉଁ ଝଡ ଦେଖା ଯାଇଛି ସେଥିରେ ଅନେକ ପ୍ରକାରର କଥା ଦିନକୁ ଦିନ ସାମନାକୁ ଆସିବାରେ ଲାଗିଛି । ବାସ୍ତବରେ ଦେଖିବାକୁ ଗଲେ ଭୁଲ କାହାର ବି ଥାଇପାରେ । ସୁମିତଙ୍କ ଭୁଲ ଥାଇପାରେ ବା ତପସ୍ଵିନୀଙ୍କ ଭୁଲ ଥାଇପାରେ । କିନ୍ତୁ ଭୁଲ ଠିକର ନିସ୍ପତି ନେବା ପୂର୍ବରୁ ଜଣେ ବୋହୁକୁ ଘରେ ପଶି ନ ଦେବା ଠିକ ନା ଭୁଲ ତାହା ସମସ୍ତଙ୍କୁ ଜଳଜଳ କରି ଦେଖା ଯାଉଛି ।

ଅନେକ ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି । କିନ୍ତୁ କାହାରି କଥାକୁ ଖାତିର ନ କରି ତପସ୍ଵିନୀ ଦାସ ବା ଡିମ୍ପଲ ସୁମିତଙ୍କ ଘର ଆଗରେ ଧାରଣା ଦେଇ ବସି ରହିଛନ୍ତି । ଏପରି କରିବା ଜଣେ ଝିଅ ପାଇଁ ଏତେ ସହଜ ନୁହେଁ । ସମାଜ ଓ ସଂସ୍କାରର ଅଦୃଶ୍ୟ କଟକଣା ଭିତରେ ନିଜର ହକ ପାଇଁ ଲଢେଇ କରିବା କେତେ କଷ୍ଟକର ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ତପସ୍ଵିନୀ ଦାସ ।

ଜଣେ ଯୁବତୀ ଶିତ କାକାରରେ ତମ୍ବୁ ଟାଣି ଦାଣ୍ଡ ଦୂଆରେ ବସି ରହିବା କେତେ କଷ୍ଟକର ତାହା କେବଳ ତପସ୍ଵିନୀ ଅନୁଭବ କରି ପାରୁଥିବେ । ପ୍ରତି ମୁହୂର୍ତ୍ତରେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପଡୁଛି ତପସ୍ଵିନୀଙ୍କୁ । ଅସୁବିଧାରେ ପଡିଥିବା ଝିଅ ମାନଙ୍କ ପାଇଁ ତପସ୍ଵିନୀଙ୍କର ଏଭଳି ପଦକ୍ଷେପ ଏକ ଶିକ୍ଷା କହିଲେ କିଛି ଭୁଲ ହେବ ନାହି ।

କାରଣ ଅନେକ ସମୟରେ ସମାଜ ଓ ସଂସ୍କାର ଭୟରେ ମୁହଁ ନ ଖୋଲି ମନ କଥା ଚାପି ରଖନ୍ତି ଅନେକ ଯୁବତୀ । ଯାହା ପରବର୍ତ୍ତୀ ସମୟରେ ପରିଣାମ ଭୟାବହ ହେବାର ଆଶଙ୍କା ରହିଥାଏ । ଘର ପରିବାରେ ଯେଉଁ ଝଡ ସୃଷ୍ଟି ହୋଇଛି ତାହା ପଛରେ ଦାୟୀ କିଏ ତାହା କହିବା କଷ୍ଟକର ହୋଇପାରେ ।

କିନ୍ତୁ ତପସ୍ଵିନୀ ନିଜର ହକା ପାଇଁ ଲଢେଇ କରୁଛନ୍ତି ଏହାକୁ କେହି ଅସ୍ଵୀକାର କରି ପାରିବେ ନାହି । ତେବେ ତପସ୍ଵିନୀ ପୂର୍ବ ଭଳି ଯେପରି ନିଜର ଅଧିକାର ପାଇଁ ଲଢେଇ ଜାରି ରଖିଥିଲେ ଆଜି ବି ଠିକ ସେୟା କରୁଛନ୍ତି । ଦେଖାଯାଉ ଆଗକୁ ଏହି ମାମଲା ରେ କେଉଁ ଭଳି ଟ୍ଵିଷ୍ଟ ଆସୁଛି ।

ସୁମିତ ଓ ତପସ୍ଵିନୀଙ୍କ ଦାଂପତ୍ଯ ଜୀବନରେ ଆଗକୁ କେଉଁ ଝଡ ସୃଷ୍ଟି ହେବ ନାଁ ଏହାର କୌଣସି ସମାଧାନ ହେବ ତାହା ସମୟ କହିବ । ତେବେ ତପସ୍ଵିନୀ ଏହି ଶୀତ କାକରରେ ଯେଉଁ ଭଳି ଦାଣ୍ଡ ଦୂଆରେ ବସିଛନ୍ତି ତାଙ୍କ ସାହସକୁ ମାନିବାକୁ ପଡିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *