ପ୍ରବଳ ଥଣ୍ଡାରେ ଠାରୁଛି ସାରା ରାଜ୍ୟ । ଉପକୂଳରୁ ଆଭ୍ୟନ୍ତରଣୀୟ ଓଡିଶାରେ ଶୀତର ପ୍ରକୋପ ଅଧିକ ରହିଛି । ଆଜି ସକାଳୁ ଠାରୁ ୨୪ ତାରିଖ ଯାଏଁ ୧୯ଟି ଜିଲ୍ଲାକୁ ୱାରନିଙ୍ଗ ଜାରି କରା ଯାଇଛି । ଆଜି ସୁନ୍ଦରଗଡ, ଝାରସୁଗୁଡା, ମୟୂରଭଞ୍ଜ, ଛତିଶଗଡ, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାରେ ତୀବ୍ର ଶୀତ ଲହରୀର ସମ୍ଭାବନା ଥିବାରୁ ଏହି ୭ଟି ଜିଲ୍ଲା ପାଇଁ ଅରେଞ୍ଜ ୱାରନିଙ୍ଗ କରା ଯାଇଛି ।
ଆଗାମୀ ଦୁଇରୁ ତିନି ଦିନ ଯାଏଁ ଶୀତର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । କିଛି ଜିଲ୍ଲାରେ ତୀବ୍ର ଶିତ ଲହରୀ ଗୋଟିଏ ଦୁଇଟି ସ୍ଥାନରେ ତୀବ୍ର ଶିତ ଲହରୀ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସୁନ୍ଦରଗଡର ବଣାଇରେ ଶିତର ପ୍ରକୋପ ଅଧିକ ରହିଛି ଯାହା ପାଇଁ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ରାତି ୮ଟା ପରେ ଲୋକ ମାନେ ବାହାରକୁ ବାହାରୁ ନାହାନ୍ତି ।
ସକାଳୁ ଶିତରୁ ରକ୍ଷା ପାଇବା ପାଇଁ ଲୋକ ମାନେ ମର୍ନିଙ୍ଗ ୱାର୍କ କରୁଛନ୍ତି । ଅନ୍ୟ କ୍ଷେତ୍ରରେ ରାସ୍ତା କଡରେ ଚାହା ଦୋକାନରେ ଲୋକ ମାନଙ୍କର ଭିଡ ଯମୁଚି । ଲୋକ ମାନେ ପୂର୍ବରୁ ସକାଳ ୫ଟା ରୁ ଜିମ ବା ମର୍ନିଙ୍ଗ ୱାର୍କ କରିବାକୁ ଆସୁଥିଲେ । କିନ୍ତୁ ବର୍ତ୍ତମାନ ଯେଉଁ ଭଳି ଶିତ ପକାଇଛି ତାହା ପାଇଁ ଲୋକ ମାନେ ସକାଳ ୭ଟା ପରେ ବାହାରକୁ ବାହାରୁଛନ୍ତି ।
କିଛି ଲୋକ ମାନେ ନିଆଁ ଜଳାଇ ସେଠାରେ ଠିଆ ହୋଇ ରହୁଛନ୍ତି । ଆଉ କିଛି ଲୋକ ମାନେ ଖେଳକୁଦ କରି ମଧ୍ୟ ଶିତରୁ ରକ୍ଷା ପାଉଛନ୍ତି ।ସୁନ୍ଦରଗଡରେ ଏତେ ମାତ୍ରା ରେ ଥଣ୍ଡା ଲାଗୁଛି ଯାହା ପାଇଁ ସେଠିକାର ଲୋକ ମାନେ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଦୋକା ବଜାର ଆଗରେ ନିଆଁ ତାଟି ଦେଉଛନ୍ତି ଲୋକ ମାନେ ।
ସନ୍ଧ୍ୟା ସମୟରେ କୁହୁଡି ପଡୁଛି ସକାଳ ଯାଏଁ । ଲୋକ ମାନେ ଶିତ ଅଧିକ ଥିବାରୁ ଥରିବା ସହ ମଜା ମଧ୍ୟ ଆସୁଛି ବୋଲି ସେଠିକାର ଲୋକ ମାନେ ମତ ଦେଇଛନ୍ତି । ବୁଢା ବୁଢୀ ମାନଙ୍କ ପାଇଁ ଏହି ଶୀତ ଲହରୀ ଅଧିକ ପ୍ରଭାବ ପକାଉଛି । ଏଥିପାଇଁ ସରକାର ବୃଦ୍ଧ ବ୍ୟକ୍ତି ମାନଙ୍କୁ ଶିତରୁ ରକ୍ଷା ପାଇବା ପାଇଁ କମ୍ବଳ ଦାନ କରିଲେ ଉପକୃତ ହୁଅନ୍ତେ ବୋଲି ଲୋକ ମାନେ କହିଛନ୍ତି ।
ଦୋକାନ ବଜାର ସନ୍ଧ୍ୟା ୭ଟା ୮ଟା ମଧ୍ୟରେ ବନ୍ଦ ହେବାରୁ ବ୍ୟବସାୟୀ ମାନଙ୍କର ବେପାର ରେ ପ୍ରଭାବ ପଡୁଛି । ଖେଳି କରି ଲୋକ ମାନେ ଶୀତ କଟାଉଛନ୍ତି ତ କେହି ଚାହା ପିଇ ଶୀତ କଟାଉଛନ୍ତି । ତେବେ ଏହିପରି ଭାବେ ସବୁ ରାଜ୍ୟ ରେ ଶୀତର ଲହରୀ ଅଧିକ ମାତ୍ରା ରେ ରହିଛି ।
ବନ୍ଧୁଗଣ ଆପଣ ମାନଙ୍କର ଏହାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।