ଏ ଦୁନିଆରେ ପ୍ରେମ ସମସ୍ତଙ୍କର ଅନୁଭୀତି ଅଟେ । ପ୍ରେମ ଏକ ଏମିତ ବନ୍ଧନ ଯାହା ଦ୍ଵାରା ଦୁଇଟି ମନର ମିଳନ ହୋଇଥାଏ । ପ୍ରେମ ଏକ ପବିତ୍ର ବନ୍ଧନ ଯାହାର ତୁଳନା କାହା ସହ କରାଯାଇ ପାରିବ ନାହି । ପଟେକ ବ୍ୟକ୍ତି ଜାଣିଛି ପ୍ରେମ କେତେ ସୁନ୍ଦର ଓ ସରଳ ଅଟେ । ପ୍ରେମ ବାହାବା ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଭାବ ବୋଲି ବିବେଚନା କରା ଯାଇଥାଏ । ପ୍ରତେକ ଶକ୍ତି ସହ ଆସିଥାଏ କିଛି ଉତ୍ତର ଦାୟିତ୍ଵ ।
ଯେତେବେଳେ ବ୍ୟକ୍ତି ଜୀବନରେ କିଛି ଉତ୍ତର ଦାୟିତ୍ଵ ଆସିଥାଏ ସେ ପ୍ରଥମେ ନିଜର ପ୍ରେମକୁ ଭୁଲି ଯାଇଥାଏ । ବ୍ୟକ୍ତି କୁ ପ୍ରେମ ସମ୍ପର୍କ ବୋଝ ଭଳି ମାନେ ହୋଇଥାଏ । ଏ ସଂସାର ସବୁଠାରୁ ବଡ ସତ ହେଉଛି ପ୍ରତେକ ମଣିଷ ଜୀବନରେ ବଡ ଦାୟିତ୍ଵ ଆସିବ ଯାହାର ପାଳନ କରିବାକୁ ହେବ ।
ଉଦାହରଣ ସ୍ୱରୂପ ଗୋଟେ ବଗିଚାରେ ସୁନ୍ଦର୍ଡ଼ ଫୁଲ ଫୁଟୁଥିବା ଗଛଟି ପାଇଁ ପ୍ରଥମେ ଜଳ ଓ ସୂର୍ଯ୍ୟ କିରଣର ଆବଶ୍ୟକତା ରହିଥାଏ । ଗୋଟେ ଭଲ ଗଛକୁ ଛୋଟରୁ ବଡ କରିବା ପାଇଁ ତାର ଯତ୍ନ ନେବାକୁ ପଡିଥାଏ । ଯେପରି ଗଛରେ ଗୋଟିଏ ବି ପୋକ ଲାଗିବ ନାହି ତା ପ୍ରତି ଧ୍ୟାନ ଦେବା ଉଚିତ । ଏହିପରି ଭାବେ ବଗିଚାରେ ସୁନ୍ଦର ଗଛରେ ଭରିଥିବା ସୁନ୍ଦର ଫୁଲ ଦେଖିବାକୁ ମିଳିବ ।
ଠିକ ଏହିପରି ହୋଇଥାଏ ପ୍ରେମ ସମ୍ପର୍କ । ପ୍ରଥମେ ପ୍ରେମ ସମ୍ପର୍କ ରେ ସମର୍ପଣ ଭାବର ଜଳ ଅର୍ପଣ କରିବାକୁ ପଡିବ ବୋଲି ଭଗବାନ କୃଷ୍ଣ କହିଛନ୍ତି । ପ୍ରେମ ରେ କେବେ ବି ସନ୍ଧେ ଆସିବାକୁ ଦେବେ ନାହି । ପ୍ରେମ ଭଳି ପବିତ୍ର ବନ୍ଧନରେ ସର୍ବଦା ବିଶ୍ଵାସ ଭରସା ରହିଆବ ଉଚିତ । ବିସବାର ବନ୍ଧନ କେବେ ବି ଯେପରି ଦୁର୍ବଳ ନ ହୋଇଥାଏ ତା ପ୍ରତି ଧ୍ୟାନ ଦେବା ଉଚିତ ।
ଏହିପରି ଭାବେ ବ୍ୟକ୍ତି ପ୍ରେମ ର ବାସ୍ତବିକ ଅନୁଭୂତି ଅନୁଭବ କରିବା ପାଇଁ ସକ୍ଷମ ହୋଇ ପାରିବ । ପ୍ରେମ ବନ୍ଧନ ରେ ଥରେ ବାନ୍ଧି ହୋଇଗଲେ କେବେ ବି ତାର ଅପମାନ କରିବା ଉଚିତ ନୁହେଁ । କାରଣ ପ୍ରେମ ଭଳି ପବିତ୍ର ବନ୍ଧନ ଜୀବନରେ ଥରେ ଆସିଥାଏ ।
ଏହା ଥରେ ଭାଙ୍ଗିଗଲେ ଏହାକୁ ପୁଣି ଥରେ ଯୋଡିବା ବହୁତ କଷ୍ଟକର ହୋଇଥାଏ । ଭଗବାନ କୃଷ୍ଣଙ୍କ ମତରେ ପ୍ରେମ ସମ୍ପର୍କ ରେ କେବେ ବି ଫାଟ ସୃଷ୍ଟି ହେଲା ଭଳି ସ୍ଥିତି ସୃଷ୍ଟି କରିବା ଉଚିତ ନୁହେଁ । ପ୍ରେମରେ କେବେ ବି ସନ୍ଦେହ ଆଣିବା ଉଚିତ ନୁହେଁ । ଆପଣ ଯାହାକୁ ଭଲ ପାଉଛନ୍ତି ତାଙ୍କ ପ୍ରତି ନିଜର ସମର୍ପଣ ଭାବ ରଖିବା ସହ ବିଶ୍ଵାସ ରଖିବା ବହୁତ ଜରୁରୀ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।