Special Story: ବାହାଘର ପାଇଁ କେମିତି କରିବେ Helicopter ବୁକିଂ, ଦେଖନ୍ତୁ କେତେ ପଡିବ ଭଡା

ପ୍ଳେନ ଓ ହେଲିକପ୍ଟରରେ ବସିବା ପାଇଁ ସମସ୍ତଙ୍କର ସ୍ଵପ୍ନ ଥାଏ । କେତେକେ ଏହି ସ୍ଵପ୍ନକୁ ପୁରା କରି ପାରନ୍ତି ତ କେତେକଙ୍କ ଏହି ସ୍ଵପ୍ନ ସ୍ଵପ୍ନରେ ହିଁ ରହିଯାଏ । କିନ୍ତୁ ବାହାଘରରେ କାର୍ଯ୍ୟକ୍ରମରେ ହେଲିକପ୍ଟର ବ୍ୟବହାର କରିବା ଆଜିକାଲି ଏକ ଫ୍ୟାସନ ହୋଇ ଯାଇଛି । ବର୍ତ୍ତମାନ ବହୁତ ଦମ୍ପତ୍ତି ନିଜର ବାହାଘରକୁ ସ୍ମରଣୀୟ କରିବା ପାଇଁ ହେଲିକପ୍ଟର ବ୍ୟବହାର କରୁଛନ୍ତି ।

ବିଶେଷ କରି ହେଲିକପ୍ଟରରେ କନ୍ୟା ବିଦାୟ ନେବା ଏକ ବଡ ଫ୍ୟାସନ ହୋଇ ଯାଇଛି । କିନ୍ତୁ କେତେକ ଲୋକମାନେ କେମିତି ହେଲିକପ୍ଟର ବୁକିଙ୍ଗ କରାଯାଏ ତାହା ବିଷୟରେ ଜାଣି ନ ଥାନ୍ତି ଓ ବୁକିଙ୍ଗ ପାଇଁ କେତେ ଟଙ୍କା ଦରକାର ବି ସେମାନେ ଜାଣି ନ ଥାନ୍ତି । ଆଜି ଆମେ ଆପଣଙ୍କୁ ହେଲିକପ୍ଟର ବୁକିଙ୍ଗ କରିବା ବିଷୟରେ କହିବୁ ।

କହିଦେଉଛୁ କି ସମସ୍ତେ ହେଲିକପ୍ଟର ବୁକିଙ୍ଗ କରି ପାରିବେ । ଯଦି ଆପଣ ବିବାହ କାର୍ଯ୍ୟରେ ହେଲିକପ୍ଟର ବୁକିଙ୍ଗ କରିବା ପାଇଁ ଚାହୁଁଛନ୍ତି ତେବେ ଅନ୍ଲାଇନ ଯାଇ ଆପଣ ବୁକିଙ୍ଗ କରି ପାରିବେ । କିନ୍ତୁ ହେଲିକପ୍ଟର ବୁକିଙ୍ଗ କରିବା ସମୟରେ କିଛି ନିୟମ ମାନିବାକୁ ପଡିଥାଏ । ଯେମିତି କି ହେଲିକପ୍ଟର କେଉଁଠି ଲ୍ୟାଣ୍ଡ ହବ ।

କାରଣ ଯେ କୌଣସି ବି ସ୍ଥାନରେ ହେଲିକପ୍ଟର ଲ୍ୟାଣ୍ଡ ହୋଇ ପାରିବ ନାହିଁ । ହେଲିକପ୍ଟର ଲ୍ୟାଣ୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ଜାଗା ଦରକାର । ଯେଉଁଠି କି ହେଲିକପ୍ଟରକୁ ସହଜରେ ଲ୍ୟାଣ୍ଡ କରାଯାଇ ପାରିବ । ଏହା ପରେ ହେଲିକପ୍ଟର ବୁକିଙ୍ଗ କରିବା ପୂର୍ବରୁ ଜିଲ୍ଲା ମାଜିଷ୍ଟେଟଙ୍କ ଅନୁମତି ଆଣିବାକୁ ପଡିବ ।

ହେଲିକପ୍ଟର ବୁକିଙ୍ଗ କରିବା ସମୟରେ ଓ ମାଜିଷ୍ଟେଟଙ୍କ ପାଖରେ ହେଲିକପ୍ଟର ବ୍ୟବହାର କରିବାର ତାରିଖ, କେଉଁ ସ୍ଥାନରେ ବ୍ୟବହାର କରିବେ ଓ କେଉଁଠି ଲ୍ୟାଣ୍ଡ କରିବେ ଏହି ସବୁ ସୂଚନା ଆଗରୁ ଦବାକୁ ପଡିଥାଏ । ସବୁଠୁ ମହତ୍ଵପୂର୍ଣ କଥା ହେଉଛି କି ହେଲିକପ୍ଟର ବୁକିଙ୍ଗ ପାଇଁ କେତେ ଟଙ୍କା ଦବାକୁ ପଡିଥାଏ ।

କହିବାକୁ ଗଲେ ହେଲିକପ୍ଟର କେତେ ଦୂର ଯିବ ସେହି ହିସାବରେ ହେଲିକପ୍ଟର ଭଡା ନିର୍ଧାରଣ କରାଯାଏ । ଏହା ସହିତ ଘଣ୍ଟା ପ୍ରତି ଭଡା ନିର୍ଧାରଣ କରାଯାଏ । ସୂଚନା ଅନୁସାରେ ୨ ଘଣ୍ଟା ପାଇଁ ୨ ରୁ ୨.୫ ଲକ୍ଷ ଟଙ୍କା ଭଡା ଲାଗିଥାଏ ।

୨ ଘଣ୍ଟା ପରେ ଘଣ୍ଟା ପ୍ରତି ୫୦ ରୁ ୬୦ ହଜାର ଟଙ୍କା ଭଡା ଦେବାକୁ ପଡିଥାଏ । ଆମ ଦେଶରେ କହିବାକୁ ଗଲେ ବହୁତ ଟ୍ରାଭେଲ ଏଜେନ୍ସି ହେଲିକପ୍ଟର ସେବା ଦେଉଛନ୍ତି । ଅଧିକ ସୂଚନା ପାଇଁ ଆପଣ ଟ୍ରାଭେଲ ଏଜେନ୍ସି ସହ ଯୋଗାଯୋଗ କରିଲେ ସେମାନେ ଆପଣଙ୍କୁ ସଠିକ ସୂଚନା ଦେଇ ଦେବେ ।

Leave a Reply

Your email address will not be published. Required fields are marked *