ବନ୍ଧୁଗଣ ଆସୁଛି ନୂଆବର୍ଷ ୨୦୨୨ । ନୂଆବର୍ଷ ଆସିବା ସହ ନୂଆ ନିୟମ ମଧ୍ୟ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ହେବା ଦ୍ଵାରା ଏହାର ସିଧା ସଳଖ ପ୍ରଭାବ ଲୋକ ମାନଙ୍କ ଉପରେ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ନୂଆ ନିୟମ ଗୁଡିକ କଣ ରହିଛି ।
ବଢିବ GST ଦର : ନୂଆବର୍ଷରୁ ପରିବର୍ତ୍ତନ ହେବ ଜିଏସଟି ଦର । ଜାନୁଆରୀ ୧ରୁ ରେଡିମେଣ୍ଟ ଗାର୍ମେନ୍ଟରେ ଜିଏସଟି ଦର ୫%ରୁ ବୃଦ୍ଧି ପାଇ ୧୨% ହୋଇଯିବ । ଏଥିରେ ରେଡିମେଣ୍ଟ ଗାର୍ମେନ୍ଟର ଦର ବୃଦ୍ଧି ହେବ । ଏଥିପାଇଁ ଗ୍ରାହଙ୍କ ଉପରେ ପ୍ରଭାବ ପଡିପାରେ ।
ଚିନ୍ତାରେ ସାଧାରଣ ନାଗରିକ : ଜିଏସଟି ଦର ବୃଦ୍ଧି ପାଇବା ଯୋଗୁ ଲୋକ ମାନେ ଖୁସି ନାହାନ୍ତି । କାରଣ ଏହା ଦ୍ଵାରା କପଡା ଦର ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ସମସ୍ୟାର ସମୁଖିନ୍ନ ହେବା ସହ ବେପାରୀ ମାନେ ଚିନ୍ତାରେ ପଡିବେ ।
ଅନଲାଇନ ଫୁଡିଙ୍ଗ ମହଙ୍ଗା : ଜାନୁଆରୀ ୧ରୁ ଗ୍ରାହକ ମାନେ ସ୍ଵୀଗି ବା ଜୋମାଟୋରୁ ଖାଦ୍ୟ ଅର୍ଡର କରିଲେ ଟ୍ୟାକ୍ସ ଦେବାକୁ ପଡିବ । ଯେଉଁ ମାନେ ଅନ ଲାଇନ ଖାଇବା ଅର୍ଡର କରିବେ ସେମାନଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ ।
କମ୍ପାନୀ ଆଦାୟ କରିବେ ପଇସା : ନୂଆବର୍ଷରୁ ଫୁଡ ଡେଲିଭରିରେ ୫% ଜିଏସଟି ଲଗାଯିବ । ଏହି ଟ୍ୟାକ୍ସ ୟୁଜର୍ସଙ୍କ ଠାରୁ ଆଦାୟ ନ ହୋଇ କମ୍ପାନୀ ମାନଙ୍କ ଠାରୁ ଆଦାୟ କରାଯିବ । ତେଣୁ କମ୍ପାନୀ ମାନେ ଗ୍ରାହକଙ୍କ ଠାରୁ ଅଧିକ ଚାର୍ଜ ନେଇ ପାରନ୍ତି ।
ପୋଷ୍ଟ ପେମେଣ୍ଟ ବ୍ଯାଙ୍କର କଟକଣା : ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ଯାଙ୍କ । ଜାନୁଆରୀ ପହିଲାରୁ IPB ଖାତାଧାରୀ ଲିମିଟ ଟଙ୍କା ଜମା ଓ ଉଠାଣ ଉପରେ ଚାର୍ଜ ଦେବେ । ପ୍ରତି ମାସରେ ବିଲ ଶୁଳ୍କରୁ ୪ଥର ବ୍ଯାଙ୍କରୁ ଟଙ୍କା ଉଠାଇ ହେବ । ୫ମ ଥର ଟଙ୍କା ଉଠାଣରେ ଗ୍ରାହକଙ୍କୁ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ ।
ମହଙ୍ଗା ହେବ ଅନଲାଇନ କ୍ୟାପ : ନୂଆବର୍ଷରୁ ଅନ ଲାଇନରେ କ୍ୟାପ ବୁକିଙ୍ଗ କରିଲେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଦେବାକୁ ପଡିବ । କାରଣ କ୍ୟାପ ବୁକିଙ୍ଗରେ ଜିଏସଟି ଆଡ କରାଯିବ ଯାହା ପାଇଁ ଯାତ୍ରୀଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ ।
ଟୀକାକରଣ ପାଇଁ ପଞ୍ଜୀକରଣ : ଜାନୁଆରୀ ୧ରୁ ୧୫ରୁ ୧୮ ବର୍ଷଙ୍କ ପିଲାଙ୍କୁ କୋରୋନା ଟୀକାକରଣ ଦେବା ପାଇଁ ପଞ୍ଜୀକୃତ ହେବ । ଜାନୁଆରୀ ୧ରୁ ପିଲା ମାନେ କୋଭିନ ଦ୍ଵାରା ଟୀକାକରଣ ପଞ୍ଜୀକୃତ କରିବେ ।
ଟଙ୍କା କାଢିବା ଓ ଭର୍ତ୍ତି ମହଙ୍ଗା : ଜାନୁଆରୀ ୧ରୁ ଟଙ୍କା ଉଠାଇବା ଓ ଜମା କରିବା ପାଇଁ ଅଧିକ ଚାର୍ଜ ଦେବାକୁ ପଡିବ । ୨୦୨୨ କାରୋବାର ବଦଳରେ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡିବ ।
ଛୋଟ ପ୍ଲାଷ୍ଟିକ ଜିନିଷ ବନ୍ଦ : ଦେଶରେ ପ୍ଲାଷ୍ଟିକ ଜିନିଷର ସମସ୍ଯା ଚିନ୍ତା ବଢାଉ ଥିବା ବେଳେ ନୂଆବର୍ଷରୁ ପ୍ଲାଷ୍ଟିକ ଜିନିଷ ବ୍ୟାନ ହେବ । ଚୋକୋଲେଟ, ଆଇସକ୍ରିମ ଠାରୁ ଆରମ୍ଭ କରି ପ୍ଲାଷ୍ଟିକ ପ୍ଳେଟ, ଗ୍ଳାସ, ଚାମଚ ବନ୍ଦ ହେବ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।