ପିଲାଦିନୁ ପାଠରେ Zero ଓ Graduationରେ ହୋଇଥିଲେ ଫେଲ କିନ୍ତୁ ଆଜି ଅଟନ୍ତି IAS ଅଫିସର, କିଛି ଏମିତିଥିଲା ତାଙ୍କ ସଂଘର୍ଷର କାହାଣୀ

ନମସ୍କାର ବନ୍ଧୁଗଣ । ଦ୍ଵାଦଶ ଗ୍ରାଜ୍ୟୁସନରେ ଫେଲ ହୋଇ ଆଜି ହୋଇ ପାରିଛନ୍ତି ଆଇଏସ ଅଫିସର । ସେ ହେଉଛନ୍ତି କୁମାର ଅନୁରାଗଙ୍କ ପ୍ରେରଣାଦାୟୀ କାହାଣୀ । ଆଇଏସ ବା ଆପିଏସ ହେବା ଏତେ ସହଜ କଥା ନୁହେ । ସମାଜରେ ମଧ୍ୟ ଏହି ଧାରଣା ରହିଛି । ଅନେକ ଲୋକେ ଭାବନ୍ତି କି ଯେଉଁ ପିଲା ଭଲ ପାଠ ପଢୁଥିବ ସେ ଆଗକୁ ଯାଇ ବଡ ହୋଇ ଆଇଏସ ବା ଆପିଏସ ଅଫିସର ହୋଇ ପାରିବ ।

ଅନ୍ୟ କ୍ଷେତ୍ର ରେ ଯେଉଁ ପିଲା ଭଲ ପାଠ ପଢୁ ନ ଥିବେ ସେ ଜୀବନରେ କିଛି କରି ପାରିବ ନାହି ବୋଲି ଧାରଣା ରହିଛି । କିନ୍ତୁ ସମାଜରେ ଏହିଭଳି ଧାରଣାକୁ ଭୁଲ ପ୍ରମାଣିତ କରି ଦେଖାଇଛନ୍ତି କୁମାର ଅନୁରାଗ । ପିଲାଦିନୁ ସେ ପାଠ ପଢାରେ ଜିରୋ ଥିଲେ । ଦ୍ଵାଦଶ ଗ୍ରାଜ୍ୟୁସନରେ ସେ ଫେଲ ହୋଇଥିଲେ । କୁମାର ଅନୁରାଗ ହେଉଛନ୍ତି ବିହାର କଟିହାର ଜିଲ୍ଲାର ବାସିନ୍ଦା । ସେ ଅଷ୍ଟମ ଶ୍ରେଣୀ ଯାଏଁ ହିନ୍ଦୀ ମିଡିୟମରେ ପାଠ ପଢିଥିଲେ ।

ଏହା ପରେ ତାଙ୍କର ନାମ ଇଂରାଜୀ ମିଡିୟମରେ ଲେଖାଯିବା ପରେ ସେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥିଲେ । କାରଣ ଅନୁରାଗ ମଧ୍ୟବିତ୍ତ ପରିବାରର ସଦସ୍ୟ ଥିଲେ । କିନ୍ତୁ ସେ କଠିନ ମେହନତ କରି ଦଶମ ଶ୍ରେଣୀରେ ୯୦ ପ୍ରତିଶତ ମାର୍କ ରଖି ପାସ କରିଥିଲେ । କିନ୍ତୁ ସେ ଦ୍ଵାଦଶ ଶ୍ରେଣୀରେ ପ୍ରି-ବୋର୍ଡ ପରୀକ୍ଷାରେ ଫେଲ ହୋଇଥିଲେ । ପୁଣି ଥରେ ନୂଆ ପ୍ରେରଣା ନେଇ ପ୍ରସ୍ତୁତି ଆରମ୍ଭ କରି ୯୦ ପ୍ରତିଶତ ମାର୍କ ହାସଲ କରିଥିଲେ ।

ଏହା ପରେ ଦିଲ୍ଲୀ ର ଶ୍ରୀରାମ କଲେଜରେ କମର୍ଷରେ ନାମ ଲେଖାଇ ଥିଲେ । କିନ୍ତୁ ପୂର୍ବ ଭଳି ତାଙ୍କର ପାଠ ପଢାରେ ମନ ଲାଗୁ ନ ଥିଲା । ସେ ଅଏସ ଆରମ ଜୀବନ ବଞ୍ଚିବାକୁ ଚାହୁଁ ଥିଲେ । ଏଥିପାଇଁ ସେ ଗ୍ରାଜ୍ୟୁସନରେ ଅନେକ ବିଷୟରେ ପରୀକ୍ଷା ରେ ଫେଲ ହେଉଥିଲେ । ଗ୍ରାଜ୍ୟୁସନରେ ଫେଲ ହେବା ପରେ ଘର ଲୋକେ ଅନୁରାଗଙ୍କୁ ଗାଳି କରିଥିଲେ ।

ଘର ଲୋକଙ୍କ କଥା ଶୁଣିବା ପରେ ଅନୁରାଗ ନିଜର ଜୀବନ ଶୈଳୀକୁ ପରିବର୍ତ୍ତନ କରିବା ପାଇଁ ସ୍ଥିର କରିଥିଲେ । ଏହା ପରେ ଗ୍ରାଜ୍ୟୁସନ ପାସ କରି ପିଜି ରେ ଆଡମିସନ କରିଲେ ଅନୁରାଗ । ପିଜି କରିବା ସମୟରେ ସେ ୟୁପିସ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଅନେକ ପରିଶ୍ରମ କରିବା ପରେ ୨୦୧୭ରେ ସେ ୟୁପିଏସ ରେ ପ୍ରଥମ ପରୀକ୍ଷାରେ ସଫଳ ହୋଇଥିଲେ । ତାଙ୍କୁ ୬୭୭ ରିୟାଙ୍କ ମିଳିବା ପରେ ସେ ଆଇଏସ ହେବାକୁ ଇଚ୍ଛା କରୁ ନ ଥିଲେ । ସେ ପୁଣି ୨୦୧୮ରେ ୟୁପିଏଏସି ଓ ସିଏସି ପରୀକ୍ଷାରେ ୪୮ତମ ରିୟାଙ୍କ ହାସଲ କରିଥିଲେ । ଏହିଭଳି ଭାବେ ଅନୁରାଗ ଆଇଏସ ହେବାର ସ୍ଵପ୍ନ ପୂରଣ ହୋଇଥିଲା । ବର୍ତ୍ତମାନ ତାଙ୍କୁ ବିହାର କ୍ୟାଡର ମିଳିଛି । ଏବେ ସେ ବେଟିୟା ଜିଲ୍ଲାର ସହାୟକ ଜିଲ୍ଲା ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର କୁମାର ଅନୁରାଗଙ୍କ ସଫଳତା ପଛରେ ଥିବା କାହାଣୀ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *