ମଣିଷ ଜୀବନରେ କିଛି ନା କିଛି ଶିକ୍ଷା ଲାଭ କରିଥାଏ । ସେ ଶିକ୍ଷା କେଉଁ ଅନ୍ୟ ବ୍ୟକ୍ତି ଠାରୁ ହେଉ ବା ପଶୁପକ୍ଷୀଙ୍କ ଠାରୁ ହେଉ କେଉଁ ନା କେଉଁ କ୍ଷେତ୍ର ରୁ ମଣିଷ ଶିକ୍ଷା ଲାଭ କରିଥାଏ । ଆମ ଶାସ୍ତ୍ର ରେ ଏମିତି କିଛି ଉପଦେଶ ବିଷୟରେ କୁହା ଯାଇଛି ଯାହା ପଟେମ ମାନବ ଜାତିକୁ ପାଳନ କରିବା ଉଚିତ । ଏହା ଦ୍ଵାରା ମଣିଷ ଜୀବନରେ ସୁଖ ସମୃଦ୍ଧି ଲାଭ କରିବା ସହ ଦରିଦ୍ରତା ରୁ ମୁକ୍ତି ପାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ।
ଯଦି ଆପଣ ମୃତ୍ୟୁ ବିଷୟରେ କିଛି ଜାଣିବାକୁ ଇଚ୍ଛା କରୁହକନ୍ତି ତେବେ ତାହା ନିଦ୍ରା ଠାରୁ ଶିକ୍ଷା ଲାଭ କରି ପାରିବେ । ଆତ୍ମାର ଗତି କଣ ହେବ ତାହା ଆପଣ ସ୍ଵପ୍ନ ରୁ ଜାଣି ପାରିବେ । ସୃଷ୍ଟି ରଚନା ବିଷୟରେ ଜାଣିବାକୁ ଇଚ୍ଛା କରୁଥିଲେ ତାହା ଆପଣ ବୁଢିଆଣୀ ବସା ଠାରୁ ଶିକ୍ଷା ଲାଭ କରି ପାରିବେ । ସମସ୍ତ ପ୍ରକାରର ମାୟାର କଥା ଆପଣ ମାଙ୍କଡ ନାଚ ଠାରୁ ଜାଣି ପାରିବେ ।
ସୂର୍ଯ୍ୟମୁଖୀ ଫୁଲ ଠାରୁ ଆପଣ ମନର ଏକାଗ୍ରତା ବିଷୟରେ ଶିଖି ପାରିବେ । ସର୍ବଦା ଠିକ ରାସ୍ତା ରେ ଚାଲିବା ଆପଣ ମୃତ୍ୟୁ ଠାରୁ ଶିଖି ପାରିବେ । ଯେତେ ବି ଶକ୍ତି ସାମର୍ଥ୍ୟ ବା ଧନ ଥାଉ କିନ୍ତୁ ଗର୍ବ ନ କରିବା ଆପଣ ସାଗର ଠାରୁ ଶିଖି ପାରିବେ । ନିଷ୍କପଟ ବିମଳା ହସ ଆପଣ ଶିଶୁ ମାନଙ୍କ ଠାରୁ ଶିଖି ପାରିବେ ।
ଅର୍ଥ ପଛରେ ନ ଦୌଡିବା ଆପଣ ପଶୁ ମାନଙ୍କ ଠାରୁ ଶିକ୍ଷା ଲାଭ କରିବେ । କାହାର ଉପକାର କରିବା ବୃକ୍ଷ ମାନଙ୍କ ଠାରୁ ଶିଖିବା ଉଚିତ । ଭଲ ମନ୍ଦ ବିଷୟରେ ଜାଣିବା ଆପଣ ବାୟୁ ବା ପବନ ଠାରୁ ଶିଖି ପାରିବେ । ପର ଆପଣା ଭାବିବା ନ ରଖିବା ଆକାଶ ଠାରୁ ଶିକ୍ଷା କରି ପାରିବେ । ସହନଶୀଳତା ଓ ଧର୍ଯ୍ୟ ଆପଣ ପୃଥିବୀ ଠାରୁ ଶିଖି ପାରିବେ ।
ଅସ୍ତ୍ର ପରିଷ୍କାର କରିବା ଜଳ ଠାରୁ ଶିଖିବା ଉଚିତ । ସମୟ ସହ ତାଳ ଦେଇ ଚାଲିବା ସୂର୍ଯ୍ୟ ଙ୍କ ଠାରୁ ଶିକ୍ଷା କରିବା ଉଚିତ । କାହାର ଦୋଷ ନ ଦେଖି ଗୁଣ ଦେଖିବା ଆପଣ ହଂସ ଠାରୁ ଶିଖି ପାରିବେ । କୌଣସି ବଡ ଗୁର୍ଜୁନ ମାନଙ୍କୁ ମାନିବା ମହୁମାଛି ଠାରୁ ଶିକ୍ଷା କରିବା ଉଚିତ ।
ପରକୁ ନିଜର କରିବା କାଉ ବସା ରେ କୋଇଲିକୁ ରଖି ଶିଖିବା ଉଚିତ । କାରଣ କାଉ ବସାରେ କୋଇଲି ରହିଲେ ସେ ତାର ଯତ୍ନ ଭଲ ଭାବେ ନେଇଥାଏ । ତେଣୁ ପରକୁ କିପରି ନିଜର କରାଯିବ ତାହା କାଉ ବସାରେ କୋଇଲି ରଖି ଶିଖି ପାରିବା । ତେବେ ଏହା ଥିଲା ଆଜିର କିଛି ବିଶେଷ କଥା ଯାହା ଦ୍ଵାରା ଆମେ ବହୁତ କିଛି ଶିକ୍ଷଣୀୟ ଜିନିଷ ଶିଖି ପାରିବା ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।