ବନ୍ଧୁଗଣ ବର୍ତ୍ତମାନ ଯଦି ରାଜନୀତି ରେ କାହାର ଜୋର ରହିଛି ସେ ହେଉଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ଦେଖିଲେ ସ୍ପଷ୍ଟ ଜଣା ପଡୁଛି । ମୋଦୀ ଯିଏ ଏକାଧିକ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି । ତେଣୁ ସେ ଯେଉଁ ଆଡେ ଯାଇଥାନ୍ତି ସେଠାରେ ଜଳ ସ୍ଥଳ ସବୁଆଡେ ରହିଥାନ୍ତି କଡା ସୁରକ୍ଷା ପ୍ରହରୀ । ଆଗ ପଛ ଚାରିଆଡେ ଘରୁ ବୁଲେ ଅଙ୍ଗରକ୍ଷୀଙ୍କ ଆଖି ।
ରାସ୍ତାରେ ଲାଗିଥାଏ ଗାଡିରେ ଲାମ୍ବା ଲାଇନ ତା ଶାଗ ସ୍ଵତନ୍ତ୍ର ଏସପିଜି ସୁରକ୍ଷା । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ ଏସପିଜି ଦାୟିତ୍ଵରେ ରହିଛି । ମୋଦୀ ଯେଉଁ ରାଜ୍ୟକୁ ଯାଇଥାନ୍ତି ସେଠିକାର ମନ୍ତ୍ରୀ, ଗୃହମନ୍ତ୍ରୀ, ଡିଜି, ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦିଆଯାଏ । ସିକ୍ଯୁରିଟି ସୁରକ୍ଷା ମଧ୍ୟ ଏସପିଜି ଙ୍କୁ ଜଣାଇ ଦିଆଯାଏ । ଏମରଜେନ୍ସି ପାଇଁ କନ୍ଟୀଜେଂସୀ ପ୍ଳାନ ମଧ୍ୟ ପ୍ରସ୍ତୁତ କରାଯାଏ ।
ତେବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି ତାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ପୂର୍ବ ଅପେକ୍ଷା ମୋଦୀଙ୍କ ସୁରକ୍ଷା ବଜେଟକୁ ବୃଦ୍ଧି କରା ଯାଇଛି । ଏବେ ଏହାକୁ ପାଖପାଖି ୬୦୦ କୋଟି ଯାଏଁ ବୃଦ୍ଧି କରା ଯାଇଛି । ୨୦୧୪-୧୫ ରେ ପ୍ରଧାନମନଙ୍କ ସୁରକ୍ଷା ବଜେଟ ଥିଲା ୨୮୯କୋଟି । ୨୦୧୫-୧୬ରେ ଏହାକୁ ୩୩୦କୋଟିକୁ ବୃଦ୍ଧି ହୋଇଥିଲା । ୨୦୧୯-୨୦ରେ ସୁରକ୍ଷା ବଜେଟ ୫୪୦.୧୬କୋଟିକୁ ବୃଦ୍ଧି କରାଗଲା ।
୨୦୨୧-୨୨ରେ ଏହାକୁ ୬୦୦କୋଟିକୁ ବୃଦ୍ଧି କରା ଯାଇଛି । ମୋଦୀଙ୍କ ସୁରକ୍ଷା ପାଇଁ ଦୈନିକ ୨କୋଟି ଟଙ୍କା ଖର୍ଚ୍ଚ କରା ଯାଇଛି । ପ୍ରତି ଘଣ୍ଟାକୁ ପାଖାପାଖି ୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ମୋଦୀଙ୍କ ସୁରକ୍ଷା ପାଇଁ ଚାରି ପାଖରେ ଏସପିଜି କମାଣ୍ଡଙ୍କ ୨୪ ଜଣ ମୁତୟନ ରହିଥାନ୍ତି । କମାଣ୍ଡଙ୍କ ହାତରେ ରହିଥାଏ ଏଫଏନଏଫ ୨୦୦୦ ଆସଲ୍ଟ ରାଇଫଲ ସେମି ଅଟୋମେଟିକ ବନ୍ଧୁକ ଓ ଅତ୍ୟାଧୁନିକ ହତିୟାର । ବୁଲେଟ ପୃଭ ଗାଡି ଭିତରେ ରହିଥାନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।
ଦୁଇ ପାର୍ଶ୍ଵରେ ରହିଥାଏ ଶସ୍ତ୍ର ସାଜିତ ଗାଡି । ହାଇ ପ୍ରୋଫାଇଲ ଗାଡି ବ୍ଯତୀତ ମୁତୟନ ଥାଏ ଜାମର ଓ ସ୍ପେଶାଲ ଆମ୍ବୁଲାନ୍ସ । କେବଳ ଏଇଟିକି ନୁହେଁ ବରଂ ଚାରି ପାଖରେ ଘେରିକି ରହିଥାନ୍ତି ୧୦୦ ଜଣ ଶସ୍ତ୍ର ଯବାନ । ୧୯୮୪ ଅକ୍ଟୋବର ୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ପରେ ୧୯୮୮ରେ ଏହି ଏସପିଜି ଆପକୁ ପାଳିତ କରାଗଲା ।
ପୁଣି ୧୯୯୧ରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ଏହି ଆଇନକୁ ସଂଶୋଧନ କରାଗଲା । ଏହି ଆଇନ ଅନୁଯାୟୀ ପ୍ରଧାନମ୍ନାତରୀ ଓ ତାଙ୍କ ପରିବାରକୁ ପଦବୀ ଥିବା ବେଳେ ଓ ପଦରୁ ହଟିବା ପରେ ୧୦ ବର୍ଷ ଯାଏଁ ଏହି ଏସପିଜି ସୁରକ୍ଷା ଡିଜାଇବ । ୨୦୧୯ରେ ଏହାର ସଂଶୋଧନ କରାଯାଇ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମିଳିବ ବୋଲି ଆଇନ ହୋଇଥିଲା ।
ବନ୍ଧୁଗଣ ଆପଣ ମାନଙ୍କର ମୋଦୀଙ୍କ ସୁରକ୍ଷା ବଜେଟ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।