ବେଙ୍ଗାଲୋରର ମୋବାଇଲ ଡାକ୍ତର । କେବଳ ଡାକ୍ତର ନୁହନ୍ତି ବରଂ ଲୋକଙ୍କ ପାଇଁ ସାକ୍ଷାତ ଦେବଦୂତ । ଯାହାଙ୍କୁ ବେଙ୍ଗାଲୋରର ଲୋକ ମାନେ ମୋବାଇଲ ଡାକ୍ତର ବୋଲି ଜାଣନ୍ତି । ସକାଳ ୮ଟା ତୁ ରାତି ୧୧ଟା ଯାଏଁ ଲୋକଙ୍କ ଚିକିତ୍ସା କରିବା ପାଇଁ ବାହାରି ପଡନ୍ତି । ଏମିତି ଜେଣ ଡାକ୍ତର ହେଉଛନ୍ତି ସୁନୀଲ କୁମାର ହବି । ଆଜିକାଲି ଡାକ୍ତର ହେଲା ପରେ ଟଙ୍କା ନ ଦେଲେ ରୋଗୀ ଦେଖିବାକୁ ଡାକ୍ତର ମାନେ ମନା କରି ଦେଉଛନ୍ତି ।
ପୁଣି ଡାକ୍ତରଙ୍କୁ ଦେଖା କରିବାକୁ କ୍ଲିନିକ ଆଗରେ ଲୋକଙ୍କର ଲମ୍ବା ଲାଇନ ଲାଗୁଛି । ଏମିତି ଦୃଶ୍ୟ ଦେଖା ଯାଉଥିବା ବେଳେ ଏମିତି କିଛି ଡାକ୍ତର ଅଛନ୍ତି ଆମ ଦେଶରେ ଯାହାଙ୍କୁ ଦେବଦୂତ ମାନା ଯାଉଛି । ଡାକ୍ତର ସୁନୀଲ ନାମିଦାମି ହସ୍ପିଟାଲରେ ଚାକିରି କରିଥିବା ବେଳେ ଗୋଟିଏ ଘଟଣା ତାଙ୍କ ଜୀବନର ମୋଡ ବଦଳାଇ ଦେଲା ।
୨୦୧୦ରେ ସେ ହସପିଟାଲ ଯାଉଥିବା ବେଳେ ଜଣେ ବାଳକ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଡାକ୍ତର ସୁନୀଲ ବାଳକକୁ ନେଇ ହସପିଟାଲରେ ଭର୍ତ୍ତି କରିଥିଲେ । ପରେ ବାଳକଟି ଭଲ ହୋଇ ଘରକୁ ଫେରିବା ପରେ ଡାକ୍ତର ସୁନୀଲଙ୍କୁ ଫୋନ କଲ ଆସିଥିଲା ଯେଉଁଥିରେ ଜଣେ ମହିଳା ତାଙ୍କୁ କାନ୍ଦି କାନ୍ଦି ଧନ୍ୟବାଦ ଜଣାଇ ଘରକୁ ନିମନ୍ତ୍ରଣ କରିଥିଲେ ।
ଡାକ୍ତର ସୁନିଲ ସେହି ମହିଳାଙ୍କ ଘରକୁ ଯିବା ପରେ ତାଙ୍କୁ ପୁଅର ବାପା ମା ଆଶୀର୍ବାଦ କରିଥିଲେ । ଯାହା ତାଙ୍କୁ ନିସ୍ଵାର୍ଥପର ଭାବେ ଚିକିତ୍ସା କରିବା ପାଇଁ ପ୍ରେରଣା ଦେଇଥିଲା । ସେହି ଦିନ ଠାରୁ ସେ ମେଡିକାଲ ସୁବିଧାରୁ ବଞ୍ଚିତ ହେଉଥିବା ବା ଅର୍ଥ ଅଭାବ ଯୋଗୁ ଯେଉଁ ମାନେ ଚିକିତ୍ସା ପାଇପାରୁ ନାହାନ୍ତି ସେମାନଙ୍କର ମାଗଣାରେ ଚିକିତ୍ସା କରିବେ ।
ପ୍ରଥମେ ତାଙ୍କୁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥିଲା । କାରଣ ତାଙ୍କ ପରିବାରର ଆର୍ଥିକ ସମସ୍ୟା ରହିଥିଲା । ସେ ବହୁତ କଷ୍ଟ କରି ଡାକ୍ତରୀ ପାଠ ପଢିଥିଲେ । ତେଣୁ ଘରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ସେ ଡ୍ଯୁଟି କରିବା ସହ ଘର ଘର ବୁଲି ଲୋକଙ୍କ ସେବା କରିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଥିଲା ।
ଯେଉଁ ଦିନ ଡ୍ଯୁଟି ଛୁଟି ରହୁଥିଲା ସେଦିନ ସେ ଫ୍ରି ମେଡିକାଲ କ୍ୟାମ୍ପ ପକାଇ ଲୋକଙ୍କ ଚିକିତ୍ସା କରିବା ସହ ମାଗଣାରେ ଔଷଧ ବାଣ୍ଟୁଥିଲେ । ଯେବେ ତାଙ୍କ ଭାଇ ରୋଜଗାରକ୍ଷମ ହୋଇଗଲେ ଡାକ୍ତର ସୁନୀଲ ଚାକିରି ଛାଡିବା ପାଇଁ ନିସ୍ପତି ନେଲେ । ତାଙ୍କର ଗାଡିରେ ରହିଛି ବିଭିନ୍ନ ପ୍ରକାରର ମେଡ଼ିସିନ, ବିପି ମେସିନ, ଅସ୍ତ୍ରୋପଚାର ଉପକାର ସାଙ୍ଗକୁ ଅକ୍ସିଜେନ ସିଲିଣ୍ଡର, ଇସିଜି ଆଦି ରହିଛି ।
ତାଙ୍କର ଏହି ମହନୀୟ କାମରେ ଯୋଗ ଦେଇଥିଲେ କିଛି ବୁଦ୍ଧିଜୀବୀ । ତାଙ୍କର ଏକ ସ୍ଵେଚ୍ଛାସେବି ଅନୁଷ୍ଠାନ ରହିଛି ଯାହା ଲୋକଙ୍କ ପାଇଁ ୨୪ ଘଣ୍ଟା ସେବାରେ ରହୁଛି । ତାଙ୍କର ମୋବାଇଲକୁ ଯିଏ ଯେତେବଳେ ଫୋନ କରନ୍ତି ସେ ସାଙ୍ଗେ ସାଙ୍ଗେ ପହଞ୍ଚି ଯାଆନ୍ତି ଚିକିତ୍ସା କରିବାକୁ । ସେ ସମୁଦାୟ ୮୦୦ ମେଡିକାଲ କ୍ୟାମ୍ପ ପକାଇ ଲୋକଙ୍କର ଚିକିତ୍ସା କରି ସାରିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଡାକ୍ତର ସୁନୀଲଙ୍କ ମହାନ କାମ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।