ଯୌତୁକ ନେଲା Tapaswiniଙ୍କ ଜୀବନ… ଭାଙ୍ଗିଗଲା ସଂସାର ଗଢ଼ିବାର ସୁନେଲି ସ୍ୱପ୍ନ, ଜାଣନ୍ତୁ କଣ ସମ୍ପୁର୍ଣ୍ଣ ଖବର

ଯୌତୁକ ନେଲା ତପସ୍ଵିନୀଙ୍କ ଜୀବନ । ଭାଙ୍ଗିଗଲା ସଂସାର ଗଢିବାର ସୁନେଲ ସ୍ଵପ୍ନ । ମନରେ ଥିଲା ଅନେକ ସ୍ଵପ୍ନ ଆଖିରେ ଥିଲା ଅନେକ ଆଶା । ସବୁ ଝିଅଙ୍କ ପରି ତାଙ୍କ ବି ଇଚ୍ଛା ଥିଲା ବିବାହ କରି ଖୁସିରେ ସଂସାର ଗଧିବେ । ଏହି ଦୁଖଦାୟକ କାହାଣୀ ହେଉଛି ଯାଜପୁର ମିର୍ଜାମପୁର ଗାଁର ତପସ୍ଵିନୀଙ୍କ କଥା । ଯୁଗ ବଦଳିବା ସହ ସମାଜ ବଦଳୁଛି । କିନ୍ତୁ ଆଜି ବି ଲୋକଙ୍କ ମନରୁ ଲିଭିନି ଯୌତୁକ ପ୍ରଥା ଭଳି ପରମ୍ପରା ।

ଯୌତୁକ ଲୋଭରେ ପଡି ଲୋକ କେତେ ଯେ ଜୀବନ ନେଉଛନ୍ତି ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ତପସ୍ଵିନୀ । ଏଠି ସ୍ଵପ୍ନ ଦେଖିବା ଆଗକୁ ଚାଲି ଯାଇଛି ଜୀବନ । ଯୌତୁକ ପାଇଁ ବଧୁ ହତ୍ୟାର ଅଭିଯୋଗ କରିଛନ୍ତୁ ତପସ୍ଵିନୀଙ୍କ ବାପା ଘର ଲୋକେ । ନିଜାମ ଗାଁର ତପସ୍ଵିନୀ ଉତ୍ତର କୁଳ ଗାଁର ବିଜୟ କୁମାରଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ଦିନ ପରେ ନିର୍ଯ୍ୟାତନାର ଶିକାର ହେଲେ ତପସ୍ଵିନୀ ।

ଶାଶୁଘର ଲୋକେ ତପସ୍ଵିନୀଙ୍କୁ କାର ଆଣିବାକୁ ଚାପ ପ୍ରୟୋଗ କରିଲେ । ଆଉ ଦେଇ ଚାଲିଲେ ନିର୍ଯ୍ୟାତନା ପରେ ନିର୍ଯ୍ୟାତନା । ତପସ୍ଵିନୀଙ୍କ ଆମ କାହକିହନ୍ତି ତାଙ୍କର ବିବାହ ଦୀର୍ଘ 3-୪ ବର୍ଷ ପୂର୍ବେ ହୋଇଥିଲା । ଗତ ୧୫ ଦିନ ତଳେ ତାଙ୍କ ଝିଅ ସହ ସେ ଭଲରେ କଥା ହୋଇଥିଲେ । କିନ୍ତୁ ପରେ ତପସ୍ଵିନୀଙ୍କ ଦେଢଶୁର ଫୋନ କରି କହିଲେ ତପସ୍ଵିନୀ ଆତ୍ମହତ୍ୟା କରିଛନ୍ତି ।

କିନ୍ତୁ ତପସ୍ଵିନୀଙ୍କ ଶାଶୁଘର ଲୋକେ ମିଶି ତାଙ୍କୁ ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ତପସ୍ଵୀନିଆଙ୍କ ପରିବାର ଲୋକେ । ଏ ପର୍ଯ୍ୟନ୍ତ ଏହି ଘଟଣାରେ ତପସ୍ଵିନୀଙ୍କ ସ୍ଵାମୀଙ୍କୁ ଆରେଷ୍ଟ କରା ଯାଇଛି କିନ୍ତୁ ତାଙ୍କ ଶାଶୁଘର ଲୋକଙ୍କୁ ଆରେଷ୍ଟ କରାଯାଇ ନାହି ବୋଲି ଗଣ ମାଧ୍ୟମ ଆଗରେ କହିଛନ୍ତି ତପସ୍ଵିନୀଙ୍କ ମା । ପୋଲିସ ମଧ୍ୟ ଏହି ଘଟଣାରେ କୌଣସି ପଦକ୍ଷେପ ନେଉ ନାହି ବୋଲି ଅଭିଯୋଗ ହୋଇଛି ।

ଗତ ଡିସେମ୍ବର ୨୫ ତାରିଖରେ ତପସ୍ଵିନୀଙ୍କ ପରିବାର ଏଫାୟାର କରିଥିଲେ ମଧ୍ୟ ପୋଲିସ ତପସ୍ଵିନୀଙ୍କ ସ୍ଵାମୀଙ୍କୁ ଗିରଫ କର ଚୁପ ହୋଇ ବସିଛି । କିନ୍ତୁ ଅନ୍ୟ ଅମାନଙ୍କୁ ଏ ଯାଏଁ କଣ ପାଇଁ ଗିରଫ କରାଯାଇ ନାହି ଏହାର ପ୍ରତିବାଦ କରି ତପସ୍ଵିନୀଙ୍କ ପରିବାର ଓ ସମ୍ପର୍କୀୟ ମାନେ ଥାନା ଘେରଉ କରିଛନ୍ତି । ତୁରନ୍ତ ଅନ୍ୟ ସମସ୍ତଙ୍କୁ ଗିରଫ କରିବା ସହ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ତପସ୍ଵିନୀଙ୍କ ପରିବାର ଲୋକେ ।

ତପସ୍ଵିନୀଙ୍କୁ ହସପିଟାଲ ନେବା ସମୟରେ ତାଙ୍କ ଶାଶୁଘର ଲୋକେ ବାପା ଘରକୁ ଫୋନ କରି ଜଣାଇ ଥିଲେ । ବାପା ଘର ଲୋକେ ହସପିଟାଲ ଯାଇ ଦେଖିଲେ ତାଙ୍କ ଝିଅ ଆଉ ଏ ଦୁନିଆରେ ନାହି । ତେବେ ଯଦି ତପସ୍ଵିନୀ ଆତ୍ମହତ୍ୟା କରିଛନ୍ତି ତେବେ ତାଙ୍କ ଘର ଲୋକଙ୍କୁ ସେ ଘରେ ଥିବା ଅବସ୍ଥାରେ କଣ ପାଇଁ ଜଣା ହୋଇ ନାହି ତାହା ପ୍ରଶ୍ନ କରିଛନ୍ତି ତପସ୍ଵିନୀଙ୍କ ସମ୍ପର୍କୀୟ ମାନେ । ବାସ୍ତବରେ ଏହି ଘଟଣାଟି ଅତ୍ୟନ୍ତ ହୃଦୟ ବିଦାରକ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *