ଆଁଠୁ, ଗଣ୍ଠି, ହାତଗୋଡ ଯନ୍ତ୍ରଣା ହେଉଥିଲେ ମାତ୍ର ଥରେ ଏହି ତେଲର ବ୍ୟବହାର କରି ଦେଖନ୍ତୁ- Health Tips

ଆଜିକାଲି ପ୍ରାୟତ ବୃଦ୍ଧ ମହିଳା ଓ ପୁରୁଷଙ୍କ ଠାରେ ଆଁଠୁ ଗଣ୍ଠି ଭଳି ସମସ୍ଯା ଦେଖା ଯାଉଛି । ଯାହା ପାଇଁ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଛି । ଏଥିପାଇଁ ଲୋକ ମାନେ ଅନେକ ଡାକ୍ତରୀ ଚିକିତ୍ସା କରିବା ସହ ଆୟୁର୍ବେଦିକ ଔଷଧର ମଧ୍ୟ ସେବନ କରୁଛନ୍ତି । କିନ୍ତୁ କିଛି ମାତ୍ରା ରେ ଏହା ସୁଫଳ ଦେଉଥିବା ବେଳେ ଆଉ କିଛି କ୍ଷେତ୍ର ରେ ଏହା ସୁଫଳ ଦେଉ ନାହି ।

ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସିଛୁ ଯାହାର ପ୍ରୟୋଗ କରିବା ଦ୍ଵାରା ଆଁଠୁ ଗଣ୍ଠି, ହାତ ଗୋଡ ବିନ୍ଧା ହେବା ଆସି ସମସ୍ଯା ତୁରନ୍ତ ଭଲ ହୋଇଯିବ । ଏହି ରେମେଡି ପ୍ରସ୍ତୁତ କରିବା ପାଇନ ଆବଶ୍ୟକ ରହିଛି ଝଟଝଟିଆ ବା ବାଘ ନଡା ଗଛ । ଏହାକୁ ହିନ୍ଦୀରେ ଝଟା ଧତୁରା ମଧ୍ୟ କୁହାଯାଏ । ଏହା ଏକ ଜଙ୍ଗଲି ଗଛ ଅଟେ ଯାହାକୁ ଅଧିକାଂଶ ଲୋକ ମାନେ ଜାଣି ନ ଥାନ୍ତି ।

ଏହା ରାସ୍ତା କଡରେ ବା ବିଲ ବାଡିରୁ ସହଜରେ ମିଳିଥାଏ । ଆମ ଓଡିଶାରେ ଏହା ବହୁତ ସହଜରେ ମିଳିଯାଏ । ଆମେ ଏହାକୁ ଅନା ବନା ଗଛ ବୋଲି ଭାବିଥାଉ କିନ୍ତୁ ଏହାର ଚମତ୍କାରିତା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ଏହାର ଫଳର ଆବଶ୍ୟକତା ପଡିବ ଯାହା ଯଏଣ୍ଟ ପେନ ସମସ୍ୟା ଦୂର କରିବା ପାଇଁ ଚମତ୍କାରୀ ଉପାୟ ଅଟେ । ଏହି ଗଛର ୨୦ରୁ ୨୫ଟି ଫଳର ଆବଶ୍ୟକତା ପଡିବ ।

୧୦୦ ଗ୍ରାମ ତେଲରେ ଏହି ରେମେଡି ପ୍ରସ୍ତୁତ କରିବା ପାଇଁ ୨୦ରୁ ୨୫ଟି ଫଳ ବାହାର କରନ୍ତୁ । ଥରେ ଏହି ତେଲ ତିଆରି ହୋଇଗଲେ ଆପଣ ଏହାକୁ ୧୫ରୁ ୨୦ ଦିନ ଷ୍ଟୋର କରି ରଖି ପାରିବେ । ଏଥିପାଇଁ ଆପଣ ସୋରିଷ ତେଲ ବା ରାଶି ତେଲର ବ୍ୟବହାର କରି ପାରିବେ । ଯଦି ଆପଣ ସୋରିଷ ତେଲରେ ଏହାକୁ ତିଆରି କରିଲେ ଏଥିପାଇଁ ଧଳା ଖସାର ଆବଶ୍ୟକତା ପଡିବ ।

ପ୍ରଥମେ ୧୦୦ ଗ୍ରାମ ରାଶି ତେଲ ନେଇ ଏହି ଫ୍ଲ ପକାଇ ଗ୍ଯାସରେ ଧିମା ଆଞ୍ଚରେ ଭଲ ଭାବେ ଫୁଟାନ୍ତୁ । ରାଶି ତେଲରେ ଏହା ତିଆରି କରିଲେ ଏଥିରେ ଫେଣ ଆସିବ । କିନ୍ତୁ ସୋରିଷ ତେଲରେ ଏକ ଚାମଚ ଧଳା ଖାସ ମିଶାଇ କରିଲେ ଏଥିରେ ଏତେ ମାତ୍ରା ରେ ଫେଣ ଆସିବ ନାହି । ଯେ ପର୍ଯ୍ୟନ୍ତ ଫଳ ଗୁଡିକ ବ୍ରାଉନ ରଙ୍ଗ ନ ହୋଇଛି ସେତେ ଯାଏଁ ଫୁଟାନ୍ତୁ ।

ଏହା ପରେ ଏକ ପାତ୍ର ରେ ଏହାକୁ ଛାଣି ଦିଅନ୍ତୁ । ଆପଣ ଏହି ତେଲକୁ ଲଗାଇବା ପୂର୍ବରୁ ଯଏଣ୍ଟ ପେନ ହେଉଥିବା ଜାଗାରେ ଘିଅ ବା ଆଲୋଭେରା ଜେଲ ଲଗାଇ ଲଗାନ୍ତୁ । ଏହି ତେଲ ଲଗାଇବା ପରେ କଥନ କପଡାରେ ଆଁଠୁକୁ ବାନ୍ଧି ଦିଅନ୍ତୁ । ଏହା ଏକ ପ୍ରାକୃତିକ ଉପଚାର ଅଟେ ଯାହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *