ହିନ୍ଦୁ ଧର୍ମରେ ଠାକୁର ପୂଜା କରିବାର ବିଶେଷ ମହତ୍ଵ ରହିଛି । ତାହାକୁର ପୂଜା କରିବା ସମୟରେ କଣ କରିବା ଉଚିତ ଓ କଣ କରିବା ଅନୁଚିତ ତାହା ଜାଣିବା ପ୍ରତେକ ବ୍ୟକ୍ତିର କର୍ତ୍ତବ୍ୟ ଅଟେ । ଠାକୁର ପୂଜା କରିବା ସମୟରେ ନିୟମ ମାନି ପୂଜା କରିବା ନିତାନ୍ତ ଆବଶ୍ୟକ ଅଟେ । ପୂଜା କରିବା ସମୟରେ କେଉଁ ସବୁ ଭୁଲ କରିବା ଅନୁଚିତ ଓ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ ତାହା ହିନ୍ଦୁ ଧର୍ମରେ କୁହା ଯାଇଛି ।

ଏହି ଭୁଲ ଅଜାଣତରେ ହେଉ ବା ଅଜାଣତରେ ହେଉ ପୂଜା କରିବା ସମୟରେ ଏମିତି କିଛି ଭୁଲ ହେବା ଦ୍ଵାରା ଏହାର ପ୍ରଭାବ ଭୟଙ୍କର ହେବ ସହ ଆର୍ଥିକ ସ୍ଥିତି ଖରାପ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ପୂଜା କରିବା ସମୟରେ କେଉଁ ଭୁଲ କରିବା ଅନୁଚିତ ସେହି ବିଷୟରେ କହିବାକୁ ଯାଉଛୁ । ୧- ଅନ୍ଧାରରେ ଭଗବାନଙ୍କ ମୂର୍ତ୍ତିକୁ ଛୁଇଁବା ବା ପୂଜା କରିବା ଠିକ ନୁହେଁ । ଏପରି ଭୁଲ ବହୁତ ଭୟଙ୍କର ହୋଇଥାଏ । ତେଣୁ ସର୍ବଦା ଆଲୋକ ଥିବା ସ୍ଥାନ ରେ ତାହାକୁ ପୂଜା କରିବା ଉଚିତ ।
୨- ପୂଜା କରିବା ସମୟରେ ଯେଉଁ ବ୍ୟକ୍ତି ଘଣ୍ଟି ବା ଶଙ୍ଖ ବଜାଏ ନାହି ସେମାନଙ୍କ ଉପରେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହି । ତେଣୁ କେବେ ହେଲେ ବି ବିନା ଘଣ୍ଟିର ଶବ୍ଦ ବା ଶଙ୍ଖ ଧ୍ୱନିରେ ପୂଜା ପାଠ କରନ୍ତୁ ନାହି ।

୩- ପୂଜା କରିବା ସମୟରେ ପୂଜା ଘର ସମୁଖରେ ଆଲୋଚନା କରିବା ବା କଥାବାର୍ତ୍ତା ହେବା ଅନୁଚିତ । ଏହା ଦ୍ଵାରା ମା ଲକ୍ଷ୍ମୀଙ୍କ ବାସ ଗୃହରେ ରହିବ ନାହି । ତେଣୁ ପୂଜା ଘର ଆଗରେ ସର୍ବଦା ଶାନ୍ତ ପରିବେଶ ରକ୍ଷା କରିବା ଉଚିତ ।
୪- ବାସ୍ତୁ ଶାସ୍ତ୍ର ଅନୁସାରେ ଅପରାଧ କରି ଟଙ୍କା କମାଇଥିବା ବ୍ୟକ୍ତି ଠାକୁର ପୂଜା କରିବା ଅଶୁଭ ହୋଇଥାଏ । ଏହା ଦ୍ଵାରା ଭଗବାନ ସନ୍ତୁଷ୍ଟ ହୁଅନ୍ତି ନାହି । ତେଣୁ ପୂଜା କରିବା ସମୟରେ ନିଜ ମନକୁ ଶାନ୍ତ ଭାବେ ରଖନ୍ତୁ । ଏହା ସହ ମନରେ ଖରାପ ଭାବନା ରଖନ୍ତୁ ନାହି ।
୫- ପୂଜା କରିବା ସମୟରେ କାଳ ବା ନୀଳ ରଙ୍ଗର ବସ୍ତ୍ର ଧାରଣ କରିବା ନିଷେଧ ଅଟେ । ଏମିତି କରିବା ଦ୍ଵାରା ପୂଜା ପାଠ ସଂପୂର୍ଣ୍ଣ ହୋଇ ନ ଥାଏ । ତେଣୁ ସବୁବେଳେ ନାଲି ବା ଧଳା ବସ୍ତ୍ର ଧାରଣ କରି ପୂଜା କରିବା ଶୁଭ ହୋଇଥାଏ ।

୬- ଯିଏ ଶବ ବା ମୃତ ଶରୀରକୁ ସ୍ପର୍ଶ କରି ପୂଜା କରିଥାଏ ସେହି ବ୍ୟକ୍ତିର ପୂଜା କେବେ ସଫଳ ହୁଏ ନାହି । ଏହା ଦ୍ଵାରା ଗୃହରେ ରୋଗ ବ୍ୟାଧି ଓ ଧନର ଭାବ ଦେଖାଯାଏ ।
୭- ଯିଏ ରାଗ କରି ଭଗବାନଙ୍କର ଉପାସନା ବା ପୂଜା ପାଠ କରିଥାଏ ସେହି ବ୍ୟକ୍ତି ଉପରେ ଭଗବାନ କେବେ ସନ୍ତୁଷ୍ଟ ହୁଅନ୍ତି ନାହି । ବରଂ ଏଭଳି ବ୍ୟକ୍ତିର ସର୍ବଦା କ୍ଷତି ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
