ମଣିଷ ପ୍ରେମରେ ସିଂହ ଛୁଆ ! ଏହି ଅନାବିଳ ସମ୍ପର୍କ ଦେଖିଲେ ଆପଣ ବି ହୋଇଯିବେ ଭାବୁକ, ଦେଖନ୍ତୁ Video

ଜନ୍ମ ଦେଲା ପରେ ମା ଛୁଆକୁ ଦୂରେଇ ଦେଲା କିନ୍ତୁ ଆପଣେଇ ନେଲା ସିଂହ ଛୁଆକୁ ମଣିଷ । ନନ୍ଦନକାନନରେ ଗତ ୬ ମାସ ତଳେ ସମ୍ରାଟ ଓ ବିଜଳିଙ୍କ ଔରସରୁ ଜନ୍ମ ନେଇଥିଲା ବର୍ଷା । କିନ୍ତୁ ଜନ୍ମ ପର ଠାରୁ ବର୍ଷାକୁ କ୍ଷୀର ଖୁଆଇ ନାହି ମା ବିଜଳି । ମା ଦୂରେଇ ଦେବା ପରେ ଲାଳନପାଳନ କରିଛନ୍ତି ନନ୍ଦନକାନର ପଶୁପାଳକ ପ୍ରଶାନ୍ତ ଗୌଡ । ଖୁଆଦରେ ରହିବାର ପ୍ରଶିକ୍ଷଣ ପାଇ ସାରିଛି ବର୍ଷା ନାମକ ସିଂହ ଛୁଆ । ଆଉ କେତେ ଦିନ ପରେ ସେ ବଡ ଖୁଆଡ଼କୁ ଚାଲିଯିବ ।

କିନ୍ତୁ ପ୍ରଶାନ୍ତ ଓ ବରଷଙ୍କ ମଧ୍ୟରେ ଗଢି ଉଠିବା ସମ୍ପର୍କ ଉଦାହରଣ ହୋଇ ରହିବ । ୬ ମାସର ବର୍ଷା ନାମକ ସିଙ୍ଗହ ଛୁଆ କେତେବେଳେ ପ୍ରଶାନ୍ତଙ୍କ ସହ ଖେଳୁଛି ତ କେତବେଳେ ତାଙ୍କ ଆବାଜ ଶୁଣି ତାଙ୍କ ପାଖକୁ ଧାଇଁ ଆସୁଛି । ଆଉ କେତେବେଳ ପ୍ରଶାନ୍ତଙ୍କ ପାଖରେ ଅଲି କରୁଛି । ଖେଳୁ ଖେଳୁ ନାକେଦମ ମଧ୍ୟ କରି ଦେଉଛି । ଠକି ପଡିଲେ ପ୍ରଶାନ୍ତଙ୍କ କୋଳରେ ପଶି ଯାଉଛି ବର୍ଷା । ଯେମିତି ବାପା ପାଖକୁ କୁନି ଶିଶୁ ଧାଇଁ ଆସେ ।

ଏଭଳି ହୃଦୟକୁ ସ୍ପର୍ଶ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନରେ । ପଶୁପାଳକ ପ୍ରଶାନ୍ତ ଗୌଡଙ୍କ କୋଳରେ ବଡ ହେଉଛି ସିଂହ ଛୁଆ । ପ୍ରଶାନ୍ତ ଏ ନେଇ କହିଛନ୍ତି ତାଙ୍କୁ ବହୁତ ଖୁସି ଲାଗୁଛି ବର୍ଷାର ଲାଳନପାଳନ କରିବାରେ । ପ୍ରଥମେ ତାଙ୍କୁ ଦର ଲାଗୁଥିଲା କିନ୍ତୁ ଏବେ ନୁହେଁ । ମା ଜନ୍ମ ହେବ ଅପରେ ଦୂରେଇ ଗଲା ପରେ ବର୍ଷାକୁ ଆପଣେଇ ଥିଲା ପ୍ରଶାନ୍ତ ଗୌଡ । ସେବେ ଠାରୁ ସୁଖ ଦୁଖର ସାଥି ସାଜିଛନ୍ତି ପ୍ରଶାନ୍ତ ବର୍ଷା ପାଇଁ ।

କୋଳରେ ବସାଇ ବୋତଲରେ କ୍ଷୀର ପିଆଇଛନ୍ତି । ଏପରିକି ରାତି ଅନିଦ୍ରା ହୋଇ ବରସର ଭଲ ମନ୍ଦ ବୁଝିଛନ୍ତି ପ୍ରଶାନ୍ତ । ଏମିତି କଟୁଛି ଦୁହିଙ୍କ ଜୀବନ । ପ୍ରଶାନ୍ତ କହିଛନ୍ତି ଯେତେବେଳେ ବର୍ଷା ଶିଶୁ ଥିଲା ସେହି ସମୟରେ ସେ ନିଜ ଘର ପରିବାର ଭୁଲି ତାର ବହୁତ ଭଲ ଭାବେ କେୟାର ନେବା ସହ ୨୪ ଘଣ୍ଟା ତା ପାଖରେ ରହୁଥିଲେ ।

ମଣିଷ ଓ ସିଂହ ଛୁଆ ମଧ୍ୟରେ ଏଭଳି ଅନାବିଳ ସମ୍ପର୍କ ଜଣାଇ ଦେଉଛି ପଶୁର ହିଂସ୍ର ସ୍ଵଭାବ ମଧ୍ୟ ଭଲ ପାଇବା ଓ ସ୍ନେହ ଆଗରେ ବଦଳି ଯାଇପାରେ । ସିଂହ ଛୁଆ ମଧ୍ୟ ମଣିଷ ପ୍ରେମରେ ପଡିଯାଏ ଏହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ପ୍ରଶାନ୍ତ ଓ ବର୍ଷା ର ସମ୍ପର୍କ । ତେବେ ଶେଷରେ ଏଟି କୁହା ଯାଇପାରେ କି ଆଜି ବି ଦୁନିଆରେ ଏମିତି ସଚ୍ଚୋଟ ମଣିଷ ଅଛନ୍ତି ଯେଉଁ ମାନେ ଜୀବଜନ୍ତୁ ମାନଙ୍କୁ ସ୍ନେହ ଦେଇ ନିଜର କରି ରଖୁଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ପ୍ରଶାନ୍ତ ଓ ସିଂହ ଛୁଆ ବର୍ଷାଙ୍କ ସମ୍ପର୍କ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *