ନମସ୍କାର ବନ୍ଧୁଗଣ । ଓଲିଉଡ ଇଣ୍ଡଷ୍ଟ୍ରି ରେ ଜବରଦସ୍ତ ଅଭିନୟ କରି ଅଭିନେତା ଓ ଅଭିନେତ୍ରୀ ମାନେ ବେଶ ଚର୍ଚ୍ଚା ରେ ରହିଛନ୍ତି । ସେମାନନକର ଅଭିନୟ ସହ ବ୍ୟକ୍ତିଗତ ଜୀବନୀକୁ ନେଇ ମଧ୍ୟ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥାଏ ଯାହା ଆପଣ ମାନେ ଦେଖିଥିବେ । ତେବେ ଆପଣ ମାନେ ଜାଣିଥିବେ କେନ୍ଦ୍ରାପଡା ସାଂସଦ ତଥା ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦୁହେଁ ପରସ୍ପରକୁ ୨୦୧୪ରେ ବିବାହ କରିଥିଲେ ।
କିନ୍ତୁ ବିବାହର କିଛି ଦିନ ପରେ ଦୁହିଙ୍କର ପାରିବାରିକ କଳହ ଆରମ୍ଭ ହୋଇଥିଲା । ଏ ନେଇ ଦୁହେଁ କୋର୍ଟର ଆଶ୍ରୟ ନେଇଥିଲେ ପରସ୍ପର ଠାରୁ ଅଲଗା ହେବ ଏପାଇଁ । କିନ୍ତୁ ଏବେ ବର୍ଷା ଅନୁଭବଙ୍କ ସହ ଏକାଠି ରହିବା ପାଇଁ ଜିଦ ଧରିଥିବା ବେଳେ ଅନୁଭବ କିନ୍ତୁ ବର୍ଷାଙ୍କ ସହ ରହିବାକୁ ଇଚ୍ଛା କରୁ ନାହାନ୍ତି ।
ବର୍ତ୍ତମାନର ବଡ ଖବର ହେଉଛି କିଛି ସମୟ ପୂର୍ବରୁ ବର୍ଷାଙ୍କର ଏହି ଫେସବୁକ ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକ ନିଛାଟିଆ ରାସ୍ତାରେ ହସି ହସି ବାଟ ଚାଲୁ ଥିବାର ଏକ ଭିଡିଓ ପୋଷ୍ଟ କରି ବର୍ଷା ପ୍ରିୟଦର୍ଶିନୀ କ୍ୟାପସନରେ ଲେଖିଛନ୍ତି ଯେ ଏକୁଟିଆ ବାଟ ଚାଲିବାକୁ ଦରନ୍ତୁ ନାହି ।
ତେବେ କାହିଁକି ଓ କେଉଁ ଉଦେଶ୍ୟ ନେଇ ବର୍ଷା ଏଭଳି ଭିଡିଓ ପୋଷ୍ଟ କରିଛନ୍ତି ତାହା ଆକଳନ କରିବା କଷ୍ଟକର ଅଟେ । କାରଣ ଅନୁଭବ ଓ ବର୍ଷା ଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ମାମଲା ବିଷୟରେ ସମସ୍ତଙ୍କୁ ଜଣା ଅଛି । ଏହା ସହ ଦୁହେଁ ପରସ୍ପର ବିରୁଦ୍ଧରେ ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ବି ଅନେକ ଘଟଣା ସାମନାକୁ ଆସିଛି
। ତେବେ ବର୍ଷା କଣ ପାଇଁ ଏକା ଏକା ବାଟ ଚାଲିବା ପାଇଁ କହିଛନ୍ତି ତାହାକୁ ନେଇ ତାଙ୍କର ଫ୍ୟାନ୍ସ ମାନଙ୍କ ମନରେ ଉତ୍କଣ୍ଠା ବଢି ଯାଇଛି । ତେବେ ଏବେ ପ୍ରଶ୍ନ ଉଠୁଛି କଣ ବର୍ଷା ଜୀବନର ଚଲା ପଥରେ ଏକା ଏକ ଚାଲିବାକୁ ନିସ୍ପତି ନେଇ ସାରିଛନ୍ତି ।
କଣ ବର୍ଷା ଆଉ ଅନୁଭବ ଆଉ ଜୀବନରେ ସାଥି ହୋଇ ବାଟ ଚାଲିବେ ନାହି କି ଏହି ବାର୍ତ୍ତା ଦେଉଛି ବର୍ଷାଙ୍କ ଏହି ଫେସବୁକ ପୋଷ୍ଟ । ଭୟ ନ କରି ଏକା ବାଟ ଚାଲିବା ପାଇଁ କଣ ପାଇଁ ବର୍ଷା ଆହ୍ଵାନ ଦେଇଛନ୍ତି ତାହା ଏବେ ବଡ ପ୍ରଶ୍ନ ଉୟଠୁଛି । ତେବେ ବର୍ଷା ପ୍ରିୟଦର୍ଶିନୀ କେଉଁ ଉଦେଶ୍ୟରେ ଏଭଳି ପୋଷ୍ଟ କରିଛନ୍ତି ତାଙ୍କ ପକ୍ଷ ରୁ କୌଣସି ସ୍ପଷ୍ଟ ସୂଚନା ଆସି ନାହି ।
ବନ୍ଧୁଗଣ ଆପଣ ମାନଙ୍କର ବର୍ଷା ପ୍ରିୟଦର୍ଶିନୀଙ୍କର ଏହି ପୋଷ୍ଟ ବାବଦରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।