ହଟାତ ହାତରୁ ଏହିସବୁ ଜିନିଷ ଖସି ପଡିଲେ କଣ ସଂକେତ ମିଳେ- Ajira Anuchinta

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମେ କିଛି କାମ କରିବା ସମୟରେ ଆମ ହାତରୁ ଜାତରେ ହେଉ ବା ଅଜାଣତରେ କିଛି ନା କିଛି ଖସି ପଡିଥାଏ । କିନ୍ତୁ ଆମେ ମାନେ ଏଥିପ୍ରତି କେବେ ବି ଧ୍ୟାନ ଦେଇ ନ ଥାଉ । କିନ୍ତୁ ଆମ ଘଟୁଥିବା ଛୋଟ ଛୋଟ ଘଟଣା ଆମକୁ ଭବିଷ୍ୟତରେ ହେବାକୁ ଥିବା ଦୁର୍ଘଟଣା ବିଷୟରେ ସଂକେତ ଦେଇଥାଏ । ଆଜି ଆମେ ଆପଣ ମାନଙ୍କୁ ହାତରୁ କେଉଁ କେଉଁ ଜିନିଷ ଅଜାଣତରେ ଖସି ପଡିଲେ ଅଶୁଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ଖୁଚୁରା ପଇସା : ଯଦି ଆପଣ ଟଙ୍କା ଗଣିବା ସମୟରେ ଆପଣଙ୍କ ହାତରୁ ଖୁଚୁରା ବା ରେଜା ଟଙ୍କା ଖସି ପଡେ ତେବେ ଏହା ଅଶୁଭ ହୋଇଥାଏ । ଏପରି ବାରମ୍ବାର ହେବା ଦ୍ଵାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ତେଣୁ ଏହି କ୍ଷେତ୍ରରେ ପଇସା ତଳେ ପଡିବା କ୍ଷଣି ସଙ୍ଗେ ସଙ୍ଗେ ଉଠାଇ ମା ଲକ୍ଷ୍ମୀଙ୍କୁ ସ୍ମରଣ କରନ୍ତୁ । ଏହା ପରେ ସେହି ପଇସାକୁ ନିଜ ମୁଣ୍ଡରେ ଲାଗାଇ ଦିଅନ୍ତୁ ।

୨- ପୂଜା ଥାଳି ବା ଦୀପ : ଅନେକ ସମୟରେ ମହିଳା ମାନେ ପୂଜା କରିବା ସମୟରେ ଦୀପ ବ ପୂଜା ଥାଳି ଖସି ପଡିଥାଏ ବା ଦୀପ ଲିଭି ଯାଇଥାଏ । ଏପରି ହେବା ଦ୍ଵାରା ଭବିଷ୍ୟତରେ କୌଣସି ଦୁର୍ଘଟଣା ହେବାର ସଂକେତ ମିଳିଥାଏ । ଏହି ଘଟଣାକୁ ଅଣଦେଖା ନ କରି ଭଗବାନଙ୍କୁ ସ୍ମରଣ କରିବା ସହ ସତର୍କ ରୁହନ୍ତୁ ।

୩- ପାଣି ଗ୍ଳାସ : ଯଦି ଆପଣଙ୍କ ହାତରୁ ପାଣି ଗ୍ଳାସ ଖସି ପଡୁଛି ତେବେ ଭବିଷ୍ୟତରେ କୌଣସି ରୋଗ ବ୍ୟାଧି ହେବାର ସୂଚନା ମିଳିଥାଏ । ତେଣୁ ପାଇ ପିଇବା ସମୟରେ ସାବଧାନ ଅବଲମ୍ବନ କରିବା ଉଚିତ ।

୪- ସିନ୍ଦୁର : ଯଦି କୌଣସି ବିବାହିତ ମହିଳା ସିନ୍ଦୁର ଲଗାଇବା ସମୟରେ ତାଙ୍କ ହାତରୁ ହଟାତ ସିନ୍ଦୁର ଫରୁଆ ଖସି ପଡେ ତେବେ ତାଙ୍କ ସ୍ଵାମୀଙ୍କ ଉପରେ କୌଣସି ବଡ ବିପଦ ଆସିବାର ସଂକେତ ମିଳିଥାଏ । ତେଣୁ ସିନ୍ଦୁର ଲଗାଇବା ସମୟରେ ସାବଧାନ ପୂର୍ବକ ଲାଗାଇବା ଉଚିତ ।

୫- ତେଲ : ଯଦି ଖାଇବା ପ୍ରସ୍ତୁତ କରିବା ସମୟରେ ତେଲର ପାତ୍ର ଖସି ପଡିଯାଏ ତେବେ ଘରେ ଅର୍ଣ୍ଣ ଓ ଧନର ଅଭାବ ଦେଖା ଯାଇଥାଏ । ଏମିତି ହେବା ଦ୍ଵାରା ମା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ।

୬- ଲୁଣ : ରୋଷେଇ କରିବା ସମୟରେ ଲୁଣ ହାତରୁ ଖସି ପଡିଲେ ଘରେ କଳହ ହେବାର ସମ୍ଭାବନା ରହିଥାଏ । ଏହା ସହ ଘରେ ରୁଣ ଭାର ବୃଦ୍ଧି ହେବାର ଆଶଙ୍କା ରହିଥାଏ ।

୭- ସୁନା ଗହଣା : ଗହଣା ପିନ୍ଧିବା ସମୟରେ ମହିଳା ମାନଙ୍କ ଅଜାଣତରେ ହାତରୁ ଖସି ପଡିଲେ ଏହା ଅଶୁଭ ହୋଇଥାଏ । ଏପରି ହେବା ଦ୍ଵାରା ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ସାବଧାନ ପୂର୍ବକ ଗହଣା ପିନ୍ଧିବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *