ଚିତାଲାଗି ଅମାବାସ୍ୟା, ଆଜି ତୁଳସୀ ରେ ବାନ୍ଧନ୍ତୁ ଏହି 1 ଜିନିଷ, ଘରେ ହେବ ଧନ ବର୍ଷା

ବନ୍ଧୁଗଣ ଆସନ୍ତା କାଲି ହେଉଛି ଚିତଉ ଅମାବାସ୍ୟା ବା ଲଲାଟ ଭୂଷଣ ଯାତ୍ରା । ଶ୍ରୀ ମନ୍ଦିରରେ ଏହି ଯାତ୍ରା ଅନ୍ୟତମ ଯାତ୍ରା ଅଟେ । ସ୍ନାନ ମଣ୍ଡପରେ ମହାପ୍ରଭୁ ଯେବେ ଭକ୍ତଙ୍କୁ ଦର୍ଶନ ଦେବାକୁ ଆସିଥାନ୍ତି ସ୍ନାନ ବେଦି କୁ ସେତେବେଳେ ଚତୁର୍ଦ୍ଧା ମୂର୍ତ୍ତି ର୍ତେ ଚିତା ଲଗାଇ କରାଯାଇଥାଏ । ଏବଂ ସ୍ନାନ ମଣ୍ଡପକୁ ଆସିବା ପୂର୍ବରୁ ସେହି ଚିତା କୁ ବାହାର କରି ରଖିଦିଆଯାଏ । ଏହି ଶ୍ରାବଣ ଆସର ଅମାବାସ୍ୟା ଦିନ ସେହି ଚିତା ମହାପ୍ରଭୁଙ୍କ ଲଲାଟ ରେ ପୁନଃ ସ୍ଥାପନ କରାଯାଏ ।

ସେଥିପାଇଁ ଏହି ଯାତ୍ରାର ନାଁ ରହିଛି ଲଲାଟ ଭୂଷଣ ଯାତ୍ରା । ଏହି ଅମାବାସ୍ୟାରେ ଶୁଭ ସଂଯୋଗ ବନିବା କାରଣରୁ କିଛି ଉପାୟ କରିନେଲେ ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଆସନ୍ତୁ ଜାଣିବା ସେହି ଖାସ ଉପାୟ ବିଷୟରେ । ତେବେ ତୁଳସୀ ଗଛ ତ ସମସ୍ତେ ଲଗାଇଥାନ୍ତି । କିନ୍ତୁ ବହୁତ କମ ଲୋକ ଜାଣିଥାନ୍ତି ଚିତଉ ଅମାବାସ୍ୟାରେ ତୁଳସୀ ଗଛ ମୂଳରେ ଗୋଟେ ଜିନିଷ ବାନ୍ଧିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।

ତୁଳସୀ ଗଛ ଆଦି ଆପଣଙ୍କ ଘରେ ଲାଗିଛି ଏହା ଆପଣଙ୍କ ପରିବାର ପାଇଁ ଲାଭଦାୟକ ଅଟେ । ନିୟମିତ ଭାବେ ତୁଳସୀ ଗଛର ପୂଜା କରିଲେ ଲାଭ ଅବଶ୍ୟ ମିଳିଥାଏ । ବେଦ ପୁରାଣରେ ଏହା ବିଷୟରେ ବିସ୍ତାର ଭାବେ କୁହାଯାଇଛି । ଅନେକ ଔଷଧୀୟ ଗୁଣରେ ଭରି ରହିଥାଏ ତୁଳସୀ । ପୁରାଣରେ ତୁଳସୀଙ୍କୁ ଭଗବାନ ବିଶୁଣୁଙ୍କର ସ୍ତ୍ରୀ ହେବାର ଗୌରବ ମିଳିଛି ।

ଏହି କାରଣରୁ ତୁଳସୀ ଅମୃତର ପ୍ରତୀକ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ହରାଭର ଅରହିଥାଏ ଏଠାରେ ସୁଖ ସମୃଦ୍ଧି ବଜାୟ ରହିଥାଏ । ଭଗବାନ ବିଶୁଣୁଙ୍କ ପୂଜାରେ ତୁଳସୀ ପତ୍ର ରହିବା ଜରୁରୀ ଅଟେ । କାରଣ ଏହା ବିନା ପୂଜା ଅସଂପୂର୍ଣ୍ଣ ଅଟେ । ଘରେ ସୁଖ ଶାନ୍ତି ବଢାଇବା ପାଇଁ ତୁଳସୀ ମାତାଙ୍କୁ ଚୁନେରୀ ନିଶ୍ଚୟ ଚଢାନ୍ତୁ । ଅମାବାସ୍ୟା ଦିନ ଜଳରେ କିଛି କ୍ଷୀର ମିଶାଇ ମା ତୁଳସୀଙ୍କୁ ଅର୍ପଣ କରିଲେ ଭଗବାନ ବିଶୁଣୁଙ୍କ କୃପା ଲାଭ ହୋଇଥାଏ ।

ଏହାଦ୍ବାରା ସୁଖ ସମୃଦ୍ଧି ଲାଭ ହୋଇଥାଏ । ଅମାବାସ୍ୟା ଦିନ ସ୍ନାନାଦୀ କର୍ମ ସାରି ତୁଳସୀର ପୂଜା କରନ୍ତୁ । ଏହାପରେ ଗୋଟେ ମାଟି ହାଣ୍ଡି ଆଣନ୍ତୁ । ଏହାପରେ ସେଥିରେ ଚାଉଳ ଭରିକି ରଖିକି ସିନ୍ଦୁର ଓ ତୁଳସୀ ପତ୍ର ପକାଇ ଦେବେ । ତା ଉପରେ ଚୁନେରୀ ଘୋଡାଇ ଦେବେ । ମାଟି ହାଣ୍ଡିକୁ ନେଇ ମା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ । ଏହାଦ୍ବାରା ଧନ ସୁଖ ସମୃଦ୍ଧି ଲାଭ ହୋଇଥାଏ ।

ତୁଳସୀ ଗଛ ପାଖରେ କଦଳୀ ଗଛ ଲଗାଇଲେ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତୁଳସୀ ଗଛ ପାଖରେ ଶାଳଗ୍ରାମ ନିଶ୍ଚୟ ରଖନ୍ତୁ । ନଚେତ ଖରାପ ସମୟ ଆରମ୍ଭ ହୋଇଥାଏ । ଶାଳଗ୍ରାମ ଭଗବାନ ବିଶୁଣୁଙ୍କର ନିରାକାର ରୂପ ମାନାଯାଏ । ଶାଳଗ୍ରାମର ଦର୍ଶନ ଓ ପୂଜା ଦ୍ଵାରା ସୁଖ ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *