Ollywood ଅଭିନେତା Mihir Dasଙ୍କ ବିଷୟରେ କହୁ କହୁ କାନ୍ଦି ପକାଇଲେ Raimohan…. ଦେଖନ୍ତୁ କଣ କହୁଛନ୍ତି

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର ଦେହାନ୍ତ ହୋଇଛି । ସେ ଗତ କିଛି ହେବ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ । କିନ୍ତୁ ଗତ କାଲି ତାଙ୍କର ସ୍ୱାସ୍ଥ୍ୟବସ୍ତା ଅଧିକ ଗୁରୁତର ହେବାରୁ ମୃତ୍ୟୁ ହୋଇଛି । ତାଙ୍କର ଦେହାନ୍ତରେ ପୁରା ଓଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି । ଏହି ସମୟରେ ଓଡିଆ ଇଣ୍ଡଷ୍ଟ୍ରିର ଖଳନାୟକ ଭାବେ ପରିଚିତ ରାଈମୋହନ ଅଭିନେତା ମିହିର ଦାସଙ୍କ ବିଷୟରେ କିଛି କଥା କହିଛନ୍ତି ।

ରାଇ ମୋହନ କହିଛନ୍ତି ଯେ ମିହିଦ ଦାସଙ୍କ ଭଳି ଅଭିନେତା ଆଉ ଜନ୍ମ ହେବେ ନାହି । ଏଭଳି ଅଭିନେତା ଓ ମଣିଷ ହଜାର ବର୍ଷ ପରେ ଜନ୍ମ ହୋଇଥାନ୍ତି ବୋଲି ରାଇମୋହନ କହିଛନ୍ତି । ତାଙ୍କର ଗୁଣର ପଟାନ୍ତର ନାହି କି ଯେତେ ଗୁଣ କହିଲେ ମଧ୍ୟ ଶେଷ ହେବ ନାହି । ରାଇମୋହନ ମିହିର ଦାସଙ୍କ ଠାରୁ ବୟସରେ ୪ ବର୍ଷ ବଡ ହୋଇ ଥିବାରୁ ତାଙ୍କୁ ଭାଇ ବୋଲି ସମ୍ବୋଧନ କରୁଥିଲେ ।

କିନ୍ତୁ ମିହିର ଭାଇ ତାଙ୍କର ପ୍ରିୟ ବନ୍ଧୁ ଥିଲେ ବୋଲି ରାଇମୋହନ କହିଛନ୍ତି । ଆନନ୍ଦ ଫିଲ୍ମର ରାଜେଶ ଖନ୍ନାଙ୍କ ଡାକ ଭଳି ମିହିର ଭାଇ ରାଇମୋହନଙ୍କୁ ସାଙ୍ଗ ବୋଲି ଡାକୁଥିଲେ । ମିହିର ଭାଇଙ୍କ ମୃତ୍ୟୁ ପରେ ନିଶ୍ଚିନ୍ତ ଭାବେ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରଭାବ ପଡିବ ବୋଲି ରାଇମୋହନ କାନ୍ଦି କାନ୍ଦି କହିଛନ୍ତି । ଏହା ସହ ରାଇମୋହନ କହିଛନ୍ତି ଯେ ସମସ୍ତେ ଏ ଦୁନିଆକୁ ଆସିଛନ୍ତି ମାନେ ଦିନେ ନା ଦିନେ ନିଶ୍ଚୟ ଯିବେ ।

ମିହିର ଭାଇ ଚାଲିଗଲେ ତାଙ୍କ ପଛରେ ଆଉ ଦୁଇ ତିନି ଜଣ ଅଛନ୍ତି ଯେମିତିକି ସେ ନିଜେ କିନ୍ତୁ କେତେବେଳେ କାହାର କଣ ହେବ ତାହା କେହି କହି ପାରିବେ ନାହି ବୋଲି ରାଇମୋହନ ଦୁଖ ପ୍ରକାଶ କରି କହିଛନ୍ତି । ମିହିର ଭାଇ ଏତେ କମ ବୟସରେ ଯିବା କୌଣସି ଖୁଶିର କଥା ନୁହେଁ । କିନ୍ତୁ ସେ ପିକରେ ଥାଇ ଏ ଦୁନିଆରୁ ବିଦାୟ ନେଇଛନ୍ତି ବୋଲି ରାଇମୋହନ ଗର୍ବର ସହ କହିଛନ୍ତି ।

ଅମର ରହେ ମିହିର ଦାସ ବୋଲି ରାଇମୋହନ ସମ୍ବୋଧନ କରି କହିଛନ୍ତି । ମିହିର ଭାଇଙ୍କ ଶେଷ ଦର୍ଶନ କରିବା ପାଇଁ ରାଇନୋହନ ଆସିଛନ୍ତି ବୋଲି କହିଛନ୍ତି । ଏହା ସହ ଆତଙ୍କର ଆତ୍ମାର ସତଗତି ନିମନ୍ତେ ଭଗବାନଙ୍କ ପାଖରେ ରାଇମୋହନ ପ୍ରାର୍ଥନା କରିଛନ୍ତି । ତାଙ୍କ ଭାଇ ମଣିଷ ଆଉ ମିଳିବେ ନାହି ବୋଲି ରାଇମୋହନ ମତ ଦେଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ରାଇମୋହନ ମିହିର ଦାସଙ୍କ ବିଷୟରେ ଯେଉଁ ସବୁ କଥା କହିଛନ୍ତି ତାହା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *