ଟିଭି ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟା କରି କଳାକାର ମାନେ ନିଜର ଅଲଗା ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ବିଶେଷ କରି ଅଭିନେତ୍ରୀ ମାନେ ନିଜର ଷ୍ଟାଇଲ, ଲୁକ ଓ ପର୍ଶନାଲିଟି ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଦର୍ଶକ ମାନେ ମଧ୍ୟ କଳାକାର ମାନଙ୍କର ଅଭିନୟକୁ ବେଶ ପ୍ରଶଂସା କରିବା ସହ ବହୁତ ସାରା ଭଲ ପାଇବା ଦେଇଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ।
ଆଜି ଆମେ ଆପଣ ମାନଙ୍କୁ ସିରିଏଲ ଅଭିନେତ୍ରୀ ଝିଲିଙ୍କ ରିୟଲ ଲାଇଫ ପରିବାର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଜି ସାର୍ଥକ ଚ୍ଯାନେଲ ରେ ପ୍ରସାରିତ ହେଉଥିବା ସିରିଏଲ “ଝିଲିକ” ନିଶ୍ଚିନ୍ତ ଭାବେ ଦ୍ଖୁଥିବେ । ଏହି ସିରିଏଲରେ ଲିଡ ଭୂମିକାରେ ଅଭିନେତ୍ରୀ ଝିଲିକ ଅଭିନୟ କରୁଛନ୍ତି ଯାହାଙ୍କୁ ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । ତାଙ୍କର ଅଭିନୟକୁ ଦର୍ଶକ ମାନେ ବେଶ ପସନ୍ଦ କରୁଛନ୍ତି ।
ତାଙ୍କର ଅଭିନୟ ଏତେ ଦମଦାର ହୋଇଛି ଯାହା ପାଇଁ ଏହି ସିରିଏଲ ଟି ବେଶ ଆଗକୁ ବଢିବାରେ ଲାଗିଛି । ଏହି ସିରିଏଲ ରେ ଲିଡ ନାୟକ ଭାବେ ଅଭିନେତା ଆଦି ଯିଏ ଜୀବନ ସାଥି ସିରିଏଲରେ ଅଭିନୟ କରୁଥିଲେ ନଜର ଆସୁଛନ୍ତି । ଅଭିନେତ୍ରୀ ଝିଲିଙ୍କ ରିୟଲ ନାମ ହେଉଛି ନିକିତା ମିଶ୍ର । ସେ କଟକରେ ତାଙ୍କ ପୁରା ପରିବାର ସହ ରହୁଛନ୍ତି ।
ତାଙ୍କ ପରିବାରେ ତାଙ୍କ ବାପା ମା ଓ ସାନ ଭାଇ ଅଛନ୍ତି ଯାହାଙ୍କ ସହ ଝିଲିକ ବେଶ ହସ ଖୁସିରେ ରୁହନ୍ତି । ତାଙ୍କର ପ୍ରଥମ ସିରିଏଲ ରହିଥିଲା “ସିଂହଦ୍ଵାର” । ସେ ୨୦୨୦ ମସିହାରେ “ସିଂହଦ୍ଵାର” ସିରିଏଲରେ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରି ଅଭିନୟ ଦୁନିଆରେ ପାଦ ଦେଇଥିଲେ ।
ଏହା ପରେ ସେ ଅନେକ ସାରା ଆଲବମ ଓ ଫିଲ୍ମ ରେ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ଓ ଏକ୍ସପ୍ରେସନ ଦର୍ଶକ ମାନଙ୍କ ମନ ମୋହୀ ନେଇଛି । ଝିଲି ସିରିଏଲରେ ଗୋଟିଏ ଏପିଶୋଡରେ ଅଭିନୟ କରିବା ପାଇଁ ନିକିତା ମିଶ୍ର ପ୍ରାୟ ୨୦ ହଜାର ଟଙ୍କା ନେଉଛନ୍ତି ।
ତାଙ୍କର ଅଭିନୟ ଯାଦୁରେ ସେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି । ଟିଭି ଇଣ୍ଡଷ୍ଟ୍ରି ରେ ମଧ୍ୟ ନିକିତା ମିଶ୍ର ନିଜର ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ସେ ତାଙ୍କ ପୁରା ପରିବାର ସହ ବହୁତ ମଜାମସ୍ତି କରିବା ସହ ନିଜର ଅଧିକ ସମୟ ପରିବାର ଲୋକଙ୍କ ସହ ବିତାଇବାକୁ ପସନ୍ଦ କରନ୍ତୁ । ଆଗକୁ ଅଭିନେତ୍ରୀ ନିକିତା ମିଶ୍ର ଏମିତି ତାଙ୍କର ଅଭିନୟ ଜାରି ରଖିବେ ବୋଲି ଆଶା କରୁଛୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ନିକିତା ମିଶ୍ରଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।