ଯେଉଁ ବୀର ଆଗରେ ଦିନେ ନଇଁ ଥିଲା ପାକିସ୍ତାନ, ସେହି ଯାଂବାଜ Abhinandanଙ୍କୁ ମିଳିଲା ‘ବୀର ଚକ୍ର’

ଭାରତର ମାଟି ଆଜି ପର୍ଯ୍ୟନ୍ତ ବହୁତ ବୀର ପୁତ୍ରକୁ ଜନ୍ମ ଦେଇଛି ଓ ସେହି ସମସ୍ତ ବୀର ପୁତ୍ରମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ଯିଏକି ବର୍ତ୍ତମାନ ଗ୍ରୁପ କ୍ୟାପଟେନ ହୋଇ ଯାଇଛନ୍ତି । ଯାହାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୀର ଚକ୍ର ଦ୍ଵାରା ସମ୍ମାନିତ କରିଛନ୍ତି । ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପୁରା ଦେଶ ତାଙ୍କର ସାହାସିକତା ପାଇଁ ସବୁଦିନ ମନେ ରଖିବ । ତାଙ୍କର ସାହସ ଭରା କାମ ବିଷୟରେ ସବୁବେଳେ ଚର୍ଚା ହେବ ।

କହିଦେଉଛୁ କି ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନରେ ପ୍ରବେଶ କରି ତାର ଏକ ଫା-ଇ-ଟ-ର ପ୍ଳେନକୁ ମା-ରି ନଷ୍ଟ କରି ଦେବା ପରେ ଚର୍ଚାରେ ଆସିଯାଇଥିଲେ । କିନ୍ତୁ ଏହି ସମୟରେ ତାଙ୍କର ଜେଟ ବି କ୍ଷତିଗ୍ରସ୍ତ ହୋଇଥିଲା ଓ ସେ ପାକିସ୍ତାନ ସୀମା ଭିତରେ ରହି ଯାଇଥିଲେ ଓ ତାଙ୍କୁ ପାକିସ୍ତାନ ବ-ନ୍ଦୀ କରି ନେଇଥିଲା ।

ତାଙ୍କର ଫେରିବା ରାସ୍ତାକୁ ପୁରା ଦେଶ ଅନାଇ ବସିଥିଲା । ସେ ନିଜର ବୀରତ୍ଵ ଦ୍ଵାରା ପୁରା ଦେଶକୁ ଗର୍ବିତ କରିଥିଲେ ଓ ପୁଣି ଥରେ ପାକିସ୍ତାନକୁ ତାର ସ୍ଥାନ ଦେଖାଇ ଥିଲେ । ଅଭିନନ୍ଦନ ବର୍ଦ୍ଧମାନ ୨୭ ଫେବ୍ରୁୟାରୀ ୨୦୧୯କୁ ପାକିସ୍ତାନର ବାୟୁସେନା ଏଫ – ୧୬ର ଲଢାକୁ ବିମାନକୁ ଆକାଶରେ ନ-ଷ୍ଟ କରି ଦେଇଥିଲେ । ସେହି ସମୟରେ ଚାରିଆଡେ କେବେଳ ଗୋଟିଏ ହିଁ ନାଁ ଶୁଣିବାକୁ ମିଳୁଥିଲା ଅଭିନନ୍ଦନ । ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ୩ ନଭେମ୍ବର ୨୦୨୧ ଦିନ ଗ୍ରୁପ କ୍ୟାପଟେନ ରୂପରେ ପଦୋନ୍ନତି କରାଗଲା ।

ବର୍ତ୍ତମାନ ରାଷ୍ଟ୍ରପତି ତାଙ୍କୁ ବୀର ଚକ୍ର ଦ୍ଵାରା ସମ୍ମାନିତ କରିଛନ୍ତି । କହିଦେଉଛୁ କି ୨୦୧୯ରେ ୧୪ ଫେବ୍ରୁୟାରୀ ଦିନ ପାକିସ୍ତାନର ଆ-ତ-ଙ୍କି ସଂଗଠନ ଜୈଶ-ଏ-ମୋହମ୍ମଦ ଭାରତୀୟ ଯବାନମାନଙ୍କ ଉପରେ ଆ-କ୍ର-ମ-ଣ କରିଥିଲା । ଏହି ଆକ୍ରମଣରେ ଭାରତର ୪୦ ରୁ ଅଧିକ ଯବାନ ସ-ହି-ଦ ହୋଇଥିଲେ । ଭାରତ ଏହାର ପ୍ର-ତି-ଶୋ-ଧ ନେଇ ପାକିସ୍ତାନ ଓ ଆ-ତ-ଙ୍କ-ବା-ଦୀମାନଙ୍କୁ ଜ-ବା-ବ ଦେଇ ୨୬ ଫେବ୍ରୁୟାରୀ ଦିନ ବାଲାକୋଟରେ ଆ-ତ-ଙ୍କି ଠିକଣା ଗୁଡିକ ଉପରେ ଏୟାର ଷ୍ଟ୍ରାଇକ କରିଥିଲେ ।

ଭାରତର ୪୦ ଯବାନମାନଙ୍କ ଜବାବରେ ୩୦୦ ରୁ ବି ଅଧିକ ଆ-ତ-ଙ୍କ-ବା-ଦୀଙ୍କୁ ମା-ରି-ଥି-ଲା ଓ ତାଙ୍କର କେତେକ ଠିକଣାକୁ ବି ଧ୍ଵସ୍ତ କରି ଦେଇଥିଲା । ପାକିସ୍ତାନର ବିମାନକୁ ନଷ୍ଟ କରିବା ପରେ ଅଭିନନ୍ଦନ ପାକିସ୍ତାନ ସୀମାରେ ପ୍ରବେଶ କରି ଯାଇଥିଲେ ଓ ତାଙ୍କୁ ସେଠି ବନ୍ଦୀ କରି ୬୦ ଘଣ୍ଟାରୁ ବି ଅଧିକ ସମୟ ପର୍ଯ୍ୟନ୍ତ ରଖା ଯାଇ ଥିଲା । କିନ୍ତୁ ଭାରତ ଆଗରେ ପାକିସ୍ତାନ ମୁଣ୍ଡ ତଳକୁ କରିଲା ଓ ସସମ୍ମାନ ଅଭିନନ୍ଦନଙ୍କୁ ଫେରାଇ ଦେଲା ।

Leave a Reply

Your email address will not be published. Required fields are marked *