ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲା ଏବେ ଦାଣ୍ଡ ରେ ପଡି ହାଟ ରେ ଗଡୁଛି । ତେବେ ଦୀର୍ଘ ଦିନ ହେଲା ଦୁହିଙ୍କ ମଧ୍ୟରେ ବିବାଦ ଲାଗି ରହିଛି ଯାହା ଥମିବାର ନାଁ ନେଉ ନାହି । କେନ୍ଦ୍ରାପଡା ସାଂସାଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟାଦର୍ଶନି ଙ୍କ ପାରିବାରିକ ମାମଲା ସମସ୍ତଙ୍କୁ ଜଣା ଅଛି ।
ଉଭୟଙ୍କ ମାମଲାରେ ରୁଜୁ ହୋଇଥିବା ପିଟିସନ ଉପରେ କୋର୍ଟ ଅନେକ ଥର ଶୁଣାଣୀ କରିଥିଲେ ମଧ୍ୟ ଦୁହିଙ୍କର ପାରିବାରିକ ମାମଲାରେ ର କୌଣସି ଚୁଡାନ୍ତ ନିସ୍ପତି ଶୁଣାଯାଉ ନାହି । ଆଉ ଏହାରି ହିତରେ ଉଭୟଙ୍କ ମାମଲାର ଚୁଡାନ୍ତ ଶୁଣାଣୀ କୁଆଡେ ଆରମ୍ଭ ହୋଇ ଯାଇଛି ଯାହା ବର୍ତ୍ତମାନର ସବୁଠାରୁ ବଡ ଖବର ସାମନା କୁ ଆସିଛି । ସୂଚନା ଅନୁଯାୟୀ ଗତ କାଲି ଅଦାଲତ ରେ ବର୍ଷା ଙ୍କର ଜେରା ଆରମ୍ଭ ହୋଇ ଯାଇଛି । ଜେରା ର ପ୍ରଥମ ଦିନରେ ପ୍ରାୟ ୨ ଘଣ୍ଟା ରୁ ଅଧିକ ସମୟ ଧରି ବର୍ଷା ଙ୍କୁ ଜେରା କରିଛି କୋର୍ଟ ।
ଆଉ ସାଂସଦ ଅନୁଭବ ମହାନ୍ତି ବି ଉପସ୍ଥିତ ଥିଲେ । ଏଠାରେ କହି ରଖୁଛୁ କି ଅନୁଭବ ଙ୍କ ଜେରା ପୂର୍ବ ରୁ ସଋ ଯାଇଛି । ସାଂସଦ ଅନୁଭବ ମହାନ୍ତି ଙ୍କୁ ଜେରା କରିବା ପାଇଁ କୋର୍ଟ କୁ ୧୩ ଥର ଡକା ଯାଇଛି । ଆଉ ୯ ଥର ଅନୁଭବ ମହାନ୍ତି ଙ୍କୁ ଜେରା କରା ଯାଇଛି । ଆଉ ୪ ଥର ବା ୪ଟି ତାରିଖରେ ବର୍ଷା ଙ୍କ ପକ୍ଷ ରୁ ସମୟ ଦିଆଯାଉ ନ ଥିଲା ଯାହା ପାଇଁ ଶୁଣାଣୀ ରେ କୁଆଡେ ବିଳମ୍ବ ହେଉଛି । ଆଉ ଏବେ ବର୍ଷା ଙ୍କୁ ଜେରା ଆରମ୍ଭ ହୋଇଛି ଯେଉଁଥି ରେ ଅନୁଭବ ସହଯୋଗ କରୁଛନ୍ତି ।
ଅନ୍ୟ ପକ୍ଷ ରେ ଅନୁଭବ ଙ୍କ ତରଫରୁ ଅଦାଲତ ରେ ଆଉ ଏକ ପିଟିସନ ମଧ୍ୟ ରୁଜୁ କରା ଯାଇଛି । ଯେଉଁଥି ରେ ବର୍ଷା ଙ୍କ ପକ୍ଷ ରୁ ହୋଇଥିବା ପ୍ରାୟ ୨୦୦ ରୁ ୩୦୦ ପ୍ରୁଷ୍ଠା ର ଡକୁମେଣ୍ଟ କୁ ଅଦାଲତ ଗ୍ରହଣ ନ କରିବାକୁ ପ୍ରାର୍ଥନା କରା ଯାଇଛି । ଆଉ ଆଜି ଏହା ଉପରେ ଶୁଣାଣୀ ହୋଇପାରେ ବୋଲି ସୂଚନା ମିଳିଛି ।
ତେବେ ବର୍ଷା ଙ୍କୁ କଣ ଜେରା ହୋଇଛି ତାହା କିଛି ସ୍ପଷ୍ଟ ହୋଇ ନାହି । କିନ୍ତୁ ବହୁତ ଜଲ୍ଦି ଦୁହିଙ୍କର ପାରିବାରିକ ମାମଲା ଶେଷ ହେବ ବୋଲି କୁହା ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।