ଅଧିକ ଭାବୁଥିବା ଲୋକ ଥରେ ନିଶ୍ଚୟ ଦେଖ, ବଦଳିଯିବ ଆପଣଙ୍କ ଜୀବନ- Jaya Kishori

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଆପଣ ମାନେ ବିଶିଷ୍ଟ ପ୍ରବଚକ ଜୟା କିଶୋରୀ ଙ୍କୁ ତ ନିଶ୍ଚୟ ଜାଣିଥିବେ । ତାଙ୍କ ପ୍ରବଚନ ରେ ସେ ଜୀବନକୁ ସରଳ ଓ ସୁନ୍ଦର ଭାବେ ଗଢି ତୋଳିବା ସମ୍ପର୍କରେ କହିଥାନ୍ତି । ତାଙ୍କ ପ୍ରବଚନ ରେ ପ୍ରତ୍ୟେକ ଟି କଥା ଜୀବନ ବିଷୟରେ ଉପଯୁକ୍ତ ଉପଦେଶ ଦେଇଥାଏ । ଜୟା କିଶୋରୀ ଜଣେ ବହୁତ ବୁଦ୍ଧିମାନ ଏବଂ ଜ୍ଞାନୀ ଅଟନ୍ତି । ସେ ଲୋକ ମାନଂକୁ ଅତି ସରଳ ଭାବରେ ସବୁ କଥା କୁ ବୁଝାଇଥାନ୍ତି । ସେ ନିଜର ପ୍ରବଚନ କୁ ଏକ କାହାଣୀ ରୂପ ରେ ଶ୍ରୋତା ମାନଙ୍କ ଆଗରେ ଉପସ୍ଥାପନ କରିଥାଆନ୍ତି ।

ଶ୍ରୋତା ମାନେ ମଧ୍ୟ ତାଙ୍କର ପ୍ରବଚନ ଶୁଣିବାକୁ ବହୁତ ପସନ୍ଦ କରିଥାନ୍ତି । ଆମେ ଆଜି ତାଙ୍କର ପ୍ରବଚନ ରେ ଦେଇଥିବା ସବୁଠାରୁ ଭଲ କାହାଣୀ ଵିଷୟ ରେ ଜଣାଇବାକୁ ଯାଉଛୁ । ଆଶା କରୁଛି ଏହି କାହାଣୀ ଟି ଆପଣଂକୁ ମଧ୍ୟ ବହୁତ ଭଲ ଲାଗିବ । ତେବେ ଆସନ୍ତୁ ଜାଣିବା ସେହି କାହାଣୀ ଵିଷୟରେ ।

ଥରେ ଜଣେ ୩୦ ବର୍ଷ ର ଯୁବକ ଥିଲା । ଦିନେ ସେ ସକାଳୁ ଉଠିବା ମାତ୍ରେ ତା ସମ୍ମୁଖରେ ଯମ ରାଜା ଦଣ୍ଡାୟମାନ ହୋଇଥିବାର ଦେଖିଥିଲା । ଏହା ପରେ ସେ ଉଠି କରି ପଚାରିବାରୁ ଯମ ରାଜ କହିଲେ ତୁମର ଅନ୍ତ ସମୟ ଆସି ଯାଇଛି । ତୁମକୁ ବର୍ତ୍ତମାନ ମୋ ସହିତ ଉପରକୁ ଯିବାକୁ ହେବ । ଏହି କଥା ଶୁଣି ଯୁବକ ଜଣଙ୍କ ବହୁତ ଆଶ୍ଚର୍ଯ୍ୟ ହୋଇଗଲା । ସେ କହିଲା ମୁ ବର୍ତ୍ତମାନ କିଛି ବି କରି ନାହିଁ । ଘରେ ମୋର ବୃଦ୍ଧ ପିତା ମାତା ଓ ପତ୍ନୀ ଏବଂ ଛୋଟ ଛୁଆ ରହିଛନ୍ତି ।

ସେମାନେ ମଧ୍ୟ ଦୁନିଆ ଵିଷୟ ରେ ବେଶୀ କିଛି ଜାଣି ନାହାନ୍ତି । ଯଦି ମୁ ମରିଯାଏ ତେବେ ସେମାନେ କିପରି ବଞ୍ଚିବେ । ଏହା କହି ସେ ଯମ ରାଜା ଙ୍କୁ କିଛି ସମୟ ମାଗିଥିଲା । କିନ୍ତୁ ଯମ ରାଜା ମନା କରିଥିଲେ । ବର୍ତ୍ତମାନ ସେ ନିଜର ବୁଦ୍ଧି ପ୍ରୟୋଗ କଲା । ସେ କହିଲା ମୁ ସକାଳୁ ଉଠିଲେ ପ୍ରତିଦିନ ଚାହା ପିଇଥାଏ । ଆଜି ମଧ୍ୟ ଶେଷ ସମୟ ରେ ମୋର ଏହା ହିଁ ଇଛା ଅଛି । ଯମ ରାଜା ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କଲେ । ଏହା ପରେ ସେ ନିଜ ପାଇଁ ଓ ଯମ ରାଜା ଙ୍କ ପାଇଁ ଚାହା ପ୍ରସ୍ତୁତ କରିବା ସମୟ ରେ ସେ ଯମ ରାଜା ଙ୍କ ଚାହା ରେ ନିଦ ବଟିକା ମିଶାଇ ଦେଲା । ଏହା ପରେ ସେ ଯମ ରାଜା ଶୋଇପଡିଲେ ।

ଏହା ପରେ ସେ ଯମ ରାଜା ଙ୍କ ଲିଷ୍ଟ ବାହାର କରି ଉପରେ ଲେଖା ହୋଇଥିବା ନିଜ ନାମ କୁ ଲିଭାଇ ଦେଲା ଓ ପୁରା ତଳେ ଲେଖି ଦେଲା । ସେ ଏହା ଭାବିଲା ଯେ ଯଦି ମୁ ଗୋଟିଏ ଦିନ ବଂଚିଯିବି ତେବେ ସମ୍ପତ୍ତି ଓ ବିଭିନ୍ନ ଆବଶ୍ୟକୀୟ ପେପର କେଉଁଠି ଅଛି ତାହା ମୁ ଆମ ଘରେ ଜଣାଇ ଦେବି । ଏହା ପରେ ଯମ ରାଜା ଉଠିଲେ ଓ କହିଲେ । ତୁମେ ମୋର ଏତେ ସେବା କରିଥିବାରୁ ମୁ ତୁମ ଉପରେ ବହୁତ ପ୍ରସନ୍ନ ଅଛି ତେଣୁ ଆଜି ଉପରୁ ନୁହେଁ ପୁରା ତଳେ ଥିବା ନାମ ଅନୁସା ରେ ମୁ ତାଙ୍କର ଜୀବନ ହରଣ କରିବି ।

ଏହା ପରେ ଯୁବକ ର ନାମ ଥିବାରୁ ସେ ତାକୁ ନିଜ ସହିତ ନେଇ ଗଲେ । ଏହା ପରେ ସେ ସ୍ୱର୍ଗ ରେ ପହଁଚିବା ପରେ ଭଗବାନ କହିଲେ ତୁ ତାହା କରୁଛୁ ଯାହା ତୁ ଚାହୁଁଛୁ କିନ୍ତୁ ତାହା ହୋଇଥାଏ ଯାହା ମୁ ଚାହିଁଥାଏ । ତେଣୁ ତୁ ତାହା କର ଯାହା ମୁ ଚାହେଁ । ତେବେ ତାହା ହିଁ ହେବ ଯାହା ତୁ ଚାହୁଁଥିବୁ । ତେବେ ବନ୍ଧୁଗଣ ଆମକୁ ସବୁବେଳେ ଭଗବାନ ଙ୍କ ମାର୍ଗ ରେ ଚାଲିବା ଉଚିତ । ଭଗବାନ ଙ୍କ ମାର୍ଗ ହିଁ ହେଉଛି ସଠିକ ମାର୍ଗ । ଏହି ମାର୍ଗ ରେ ଚାଲିଲେ ହିଁ ଆମେ ସଫଳତା ପାଇ ପାରିବା ।

ତେବେ ବନ୍ଧୁଗଣ ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *