ଓଭରଥିଙ୍କିଙ୍ଗ କରୁଛନ୍ତି କି ? ଅଧିକ ଭାବୁଥିବା ଲୋକ ଏହି କଥାକୁ ଧ୍ୟାନର ସହ ଜାଣନ୍ତୁ, ଅଯଥା ଚିନ୍ତା କରିବେନି – Jaya Kishori

ବନ୍ଧୁଗଣ ପ୍ରତ୍ଯେକଟି ମନୁଷ୍ୟର ମସ୍ତିସ୍କକୁ କିଛି ନା କିଛି କଥା ଆସିଥାଏ । ବିଜ୍ଞାନ ଅନୁସାରେ ଗୋଟିଏ ଦିନରେ ମଣିଷ ନିଜ ମୁଣ୍ଡ ରେ ୫୦ ରୁ ୬୦ ହଜାର କଥା ଚିନ୍ତା କରିଥାଏ । ତେବେ ସେହି ଚିନ୍ତା ମଧ୍ୟରୁ କିଛି ଭଲ ଓ କିଛି ଖରାପ କଥା ମଧ୍ୟ ଆମେ ଭାବିଥାଉ। ତେବେ ଖରାପ ଚିନ୍ତା ସବୁ ବେଳେ କରିବା ଦ୍ୱାରା ଆମେ ନିଜକୁ ଅସୁସ୍ଥ ଓ ଅଶାନ୍ତିରେ ରଖିଥାଉ। ତେଣୁ ବୈଜ୍ଞାନିକ ମାନେ କୁହନ୍ତି ଯେ ମଣିଷ ପ୍ରାୟତଃ ୮୦ ଭାଗ କଥା ନକାରତ୍ମକ କଥା ଭାବିଥାଏ ।

ଏହି ନକାରତ୍ମକ ଚିନ୍ତାରୁ ନିଜକୁ କିପରି ଦୂରେଇ ରଖିବା ଆସନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା । ପ୍ରଥମ କଥା ହେଉଛି । ଆମେ ସବୁ କଥାକୁ ଅଧିକ ସମୟ ପର୍ଯ୍ୟନ୍ତ ଭାବିଥାଉ । ଅର୍ଥାତ ଆମର ଏହି ଅତ୍ୟଧିକ ଭାବନା ହିଁ ଆମର ଅଧିକ ଚିନ୍ତାର କାରଣ ହୋଇଥାଏ । ଆପଣ ଯେତେ କମ କଥା ଚିନ୍ତା କରିବେ ସେତେ ଆପଣ ସୁସ୍ଥ ରହିବେ ।

କାରଣ ଯେପରି ଆମେ ସର୍ବଦା କାମ କରିବା ଦ୍ୱାରା ଆମ ଶରୀର ଯେମିତି ଥକାପଣ ଅନୁଭବ କରିଥାଏ । ସେହିଭଳି ମଣିଷର ମସ୍ତିଷ୍କ ଯଦି ବେଶୀ ଚିନ୍ତା କରିଥାଏ ତେବେ ସେ ମାନସିକ ଭାବେ ଅସୁସ୍ଥ ହୋଇଯାଏ । ତେଣୁ ଆପଣ ଦିନକୁ ୨୫ ରୁ ୩୦ ହଜାର କଥା ଚିନ୍ତା ବା ତାହା ଠାରୁ କମ କଥା ଚିନ୍ତା କରନ୍ତୁ ।

ଦ୍ଵିତୀୟ କଥା ଯାହା ଅତୀତରେ ହୋଇଯାଇଛି ତାକୁ ବାରମ୍ବାର ଚିନ୍ତା କରନ୍ତୁ ନାହିଁ । ସେହି କଥାକୁ ଭୁଲି ଭବିଷ୍ୟତରେ କିପରି ସେହି କଥା ନ ହେବା ତାହା ଚିନ୍ତା କରନ୍ତୁ । ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ହିଁ କରନ୍ତି । ସବୁ ଲୋକ ନିଜ ଅତୀତରୁ କିଛି ନା କିଛି ଶିକ୍ଷା ପାଇଥାନ୍ତି, ତେଣିକି ତାହା ଭଲ ହେଉ ଅବା ଖରାପ । ହେଲେ ଆପଣ ସବୁବେଳେ ଖରାପକୁ ଛାଡି ଭଲ କଥାକୁ ଗ୍ରହଣ କରିବା ଉଚିତ ।

ତୃତୀୟ କଥା ଆପଣ ପ୍ରତିଦିନ ଯାହା ବି ଚିନ୍ତା କରୁଛନ୍ତି ତାକୁ ଏକ ଡାଏରି ରେ ଲେଖି ରଖନ୍ତୁ । ଯାହାଦ୍ୱାରା ଆପଣଙ୍କ ମାଇଣ୍ଡ ରିଲାକ୍ଷ ହୋଇପାରିବ । ଚତୁର୍ଥ କଥା ହେଉଛି ପ୍ରିତିଦିନ ରାତିରେ ଅଳ୍ପ ଅଳ୍ପ ମୋଟିଭେସନ ବହି ନିତିଦିନ ପଢ଼ନ୍ତୁ । ଯାହା ଦ୍ୱାରା ଆପଣଙ୍କୁ କିଛି ଭଲ ଶିକ୍ଷା ମିଳିବ । ଏହା ସହିତ ଆପଣଙ୍କୁ ଚିନ୍ତା ମୁକ୍ତିର ନିଦ ହୋଇଥାଏ ।

ପଞ୍ଚମ କଥା ହେଉଛି ନିତିଦିନ ଯୋଗ । ଆପଣ ଯଦି ପ୍ରିତିଦିନ ସକାଳୁ ଉଠି ପ୍ରାତଃ ସମୟରେ ଯୋଗ ଅଭ୍ୟାସ କରନ୍ତି, ତେବେ ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କ ମନରୁ ସବୁ ନକାରତ୍ମକ ଚିନ୍ତା ବହାରିଯାଇଥାଏ । ଏଥିସହ ଆପଣଙ୍କ ଶରୀର ସକାରାତ୍ମକ ଊର୍ଜାରେ ଭରପୁର ରହିଥାଏ । ବନ୍ଧୁଗଣ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *