ଅଧିକ ଟଙ୍କା ରୋଜଗାର କରିବା ପାଇଁ ଏହି 1 ଜିନିଷ ପାଖରେ ରଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ମନୁଷ୍ୟଙ୍କ ଜୀବନରେ ଧନର ଆବଶ୍ୟକତା ନିହାତି ଭାବରେ ରହିଥାଏ । ହେଲେ ବହୁତ ଲୋକ ରୋଜଗାର ତ କରିଥାନ୍ତି । ହେଲେ ସେହି ଅର୍ଜିତ ଟଙ୍କା ତାଙ୍କ ପାଖରେ ବହୁ ସମୟ ଧରି ରହିନଥାଏ । ଅଯଥା ବହୁ ଖର୍ଚ୍ଚ ହେବା ଯୋଗୁ ତାହା ସରିଯାଇଥାଏ । ଯାହା ଫଳରେ ଲୋକେ ସବୁବେଳେ କିଛି ନ କିଛି ଆର୍ଥିକ ଅଭାବ ଅନଟନ ଦେଇ ଗତି କରିଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଟଙ୍କା ବୃଦ୍ଧି କରିବାର କେତୋଟି ଉପାୟମାନ କହିବା ପାଇଁ ଯାଉଛୁ ।

ତେବେ ଏଥିପାଇଁ ଆପଣଙ୍କୁ କେତୋଟି ବାସ୍ତୁର ନିୟମ ଉପରେ ଧ୍ୟାନ ଦେବାକୁ ପଡିବ । ଯେପରି ପର୍ସରେ କୌଣସି ଚିରା ଫଟା ଟଙ୍କା ରଖିବା କିମ୍ବା ଅଦରକାରୀ ଜିନିଷ ରଖିବା ଉଚିତ ନୁହେଁ । ଟଙ୍କା ଗଣିବା ସମୟରେ ଭୁଲରେ ମଧ୍ୟ ଛେପ ଲଗାଇ ଟଙ୍କା ଗଣନ୍ତୁ ନାହିଁ । ଘରର ଐଶାନ୍ୟ କୋଣରେ ଆଦରାକାରୀ ସାମଗ୍ରୀ କିମ୍ବା ଅଳିଆ ଆବର୍ଜନା ପକାଇ ରଖନ୍ତୁ ନାହିଁ । ଏପରି କରିବା ଦ୍ଵାରା ଆପଣଙ୍କର ଇଷ୍ଟ ଦେବାଦେବୀ ଆପଣଙ୍କ ଉପରେ ରୁଷ୍ଠ ହୋଇଯାଇଥାନ୍ତି ।

ତେଣୁ ଘରେ ସବୁବେଳେ ଆର୍ଥିକ ସମସ୍ଯା ଲାଗି ରହିଥାଏ । ଘର ମଧ୍ୟରେ କଣ୍ଟା ଜାତୀୟ ଗଛ, ବିଶ ଗଛ ଓ କ୍ଷୀର ବାଲା ଗଛ ରଖନ୍ତୁ ନାହିଁ । କାରଣ ଏହି ସବୁ ଗଛ ଘରେ ଲଗାଇବା ଦ୍ଵାରା ଘରର ପରିବାର ସଦସ୍ୟଙ୍କ ସ୍ଵାସ୍ଥ ଉପରେ ଏହା କୁପ୍ରଭାବ ପକାଇଥାଏ । ଯେଉଁ କାରଣରୁ ଘରର ସଦସ୍ୟଙ୍କ ସବୁ ଅର୍ଜିତ ଧନ ବେମାରୀ ପାଇଁ ହିଁ ଖର୍ଚ ହୋଇଯାଇଥାଏ ।

ଘରର ବାଥ ରୁମ୍ କିମ୍ବା ଶୌଚାଳୟର କବାଟ କେବେ ମଧ୍ୟ ଖୋଲା କରି ରଖନ୍ତୁ ନାହିଁ । କାରଣ ଏହାର ପ୍ରଭାବରେ ଘରେ ନକରାତ୍ମକ ଊର୍ଜା ବଢିଯାଇଥାଏ । ତେଣୁ ଏପରି ଘରେ ବହୁ ସମୟ ପର୍ଯ୍ୟନ୍ତ ମା’ ଲକ୍ଷ୍ମୀଙ୍କର ବାସ ହୋଇନଥାଏ । ଘରର ଝାଡୁକୁ ସଦା ସର୍ବଦା ଲୁଚାଇ କରି ରଖନ୍ତୁ । କାରଣ ଝାଡୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ।

ତେଣୁ ନିଜର ଘରର ଲକ୍ଷ୍ମୀ ବ ଧନକୁ ଅନ୍ୟ କାହା ଆଗରେ ପ୍ରକାଶ କରିବା ଉଚିତ ହୋଇନଥାଏ । ଏହା ବ୍ଯତୀତ ଆଜି ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯେଉଁ ଡବାରେ ଆପଣ ଅଟା ରଖୁଛନ୍ତି । ସେହି ଡବାରେ ଆପଣ 5 ତି ତୁଳସୀ ପତ୍ର ରଖିପାରିବେ । ଏହା ଆପଣଙ୍କ ଘରର ଆର୍ଥିକ ସ୍ଥିତି ମଜଭୁତ କରାଇଥାଏ ।

ଶୁକ୍ରବାର ଓ ଶନିବାର ଦିନ ଯେଉଁ ବ୍ୟକ୍ତି ଓସ୍ତ ଗଛର ପୂଜା କରିଥାନ୍ତି । ସେହି ବ୍ୟକ୍ତି ମାନଙ୍କର ଜୀବନରେ ଥିବା ଆର୍ଥିକ ସମସ୍ଯା ଧୀରେ ଧୀରେ ଦୂର ହୋଇଥାଏ । ଏହା ସହ ଓସ୍ତ ଗଛର ପତ୍ରକୁ ପର୍ସରେ ରଖିବା ମଧ୍ୟ ବହୁତ ଶୁଭ ହୋଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *