ବନ୍ଧୁଗଣ ଯଦି ନିଜର ଇଛାଶକ୍ତି ରହିଥାଏ ତେବେ ସମସ୍ତ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ । ଏହାକୁ ସମ୍ଭବ କରି ଦେଖାଇଛନ୍ତି ଜଣେ ଓଡିଆ ପୁଅ । ସେ ନିଜର ଚେଷ୍ଟା ଏବଂ ମନୋଭାବ ରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ବନ୍ଧୁଗଣ ଏହି କାହାଣୀ ହେଉଛି ମୟୂରଭଞ୍ଜ ର ଗୋଟିଏ ଆଦିବାସୀ ପୁଅଙ୍କର । ତାଙ୍କୁ ଅନେକ ଷ୍ଟ୍ରଗଲ ଏବଂ ଅତ୍ଯାଧିକ ପରିଶ୍ରମ କରିବାକୁ ପଡିଥିଲା । ଏହାକରି ସେ ବହୁତ ସଫଳତା ର ପାହାଚ ଅତିକ୍ରମ କରିଚାଲିଲେ । ବନ୍ଧୁଗଣ ଆସନ୍ତୁ ଏବେ ସେହି ଓଡିଆ ପୁଅ ସମ୍ବନ୍ଧରେ ସଂପୂର୍ଣ୍ଣ ବିବରଣୀ ଜାଣିନେବା ।
ବନ୍ଧୁଗଣ ସେହି ପୁଅ ନାମ ହେଉଛି ରାମ ଶିକ୍କା, ତାଙ୍କ ଘର ମୟୂରଭଞ୍ଜ ର ବିଜୟତୋଳା ଗ୍ରାମରେ । ସଲମାନ ଖାନ ଙ୍କର ଆଗାମୀ ଚଳଚ୍ଚିତ୍ର ରାଧେ ରେ ସେ ଖଳନାୟକ ଭୂମିକାରେ ନଜରକୁ ଆସିବେ । ବନ୍ଧୁଗଣ ଏହି ଫିଲ୍ମ ର ନିର୍ଦେଶନା ଦେଇଛନ୍ତି “ପ୍ରଭୂଦେବା” । ଦବଙ୍ଗ-୩ ରେ ସେ ଖଳନାୟକ ଭାବେ ନଜର ଆସିଛନ୍ତି । ସେ ସର୍ଟ ଫିଲ୍ମ “ଶିବାସ ଋଡେକ୍ସନ” ରେ ଅଭିନୟ କରିଥିଲେ, ଏହାପରେ ମରଦ କୋ ଦର୍ଦ ନେହି ହୋତା ଚଳଚିତ୍ରରେ ଅଭିନୟର ସୁଯୋଗ ପାଇଥିଲେ ।
ମାଲାୟାଲାୟମ ଚଳଚ୍ଚିତ୍ର ଦ କୁମ୍ଫୁ ମାଷ୍ଟର ରେ ସେ ଉତ୍ତମ ମାନର ଅଭିନୟ କରି ଲୋକପ୍ରିୟତ ହାସଲ କରିଛନ୍ତି । ଦର୍ଶକବନ୍ଧୁ ବର୍ତ୍ତମାନ ବଲିଉଡ ର ଜଣେ ଚର୍ଚ୍ଚିତ ଚେହେରା ଭାବେ ପରିଚିତ ଓଡିଆ ପୁଅ ରାମଶିକ୍କା । ବନ୍ଧୁଗଣ ସେ ମିଡିଆ ଭାଇ ମାନଙ୍କ ଆଗରେ କହିଛନ୍ତି ଯେ, ତାଙ୍କର ସ୍କୁଲିଙ୍ଗ ଝାରଖଣ୍ଡ ରେ ହୋଇଥିଲା । ଏହାପରେ ସେ ହଷ୍ଟେଲ ରେ ରହିଲେ, ସେଠାରେ ସେ ତାଇଦଣ୍ଡ ଆରମ୍ଭ କରିଥିଲେ । ଏହାପରେ ସେ କହିଥିଲେ ଯେ ପିଲାଦିନୁ ତାଙ୍କର ଇଚ୍ଛା ରହିଥିଲା ଯେ, ସେ ବଲିଉଡ ରେ ଯାଇ କିଛି କାମ କରିବାର ସୁଯୋଗ ପାଆନ୍ତୁ ।
ଏହାପରେ ସେ କହିଲେ ଯେ, ସେ ବଲିଉଡ ଗଲେ ଏବଂ ସେଠାରେ ତାଙ୍କୁ ବହୁତ ଷ୍ଟ୍ରଗଲ କରିବାକୁ ହେଲା । ଏହା ସତ୍ବେ ମଧ୍ୟ ସେ ନିଜର ହାର ମାନିଲେ ନାହିଁ । ଏଠାରେ ସେ ଶିଖିଥିବା ମାର୍ଶାଲ ଆର୍ଟ ତାଙ୍କୁ ବହୁତ ସହାୟ ହେଲା । ଯାହା ଫଳରେ ସେ ସେଠାରେ ସର୍ଭାଇଭ କରିପାରିଲେ । ଏହାପରେ ସେ ନିଜର ଟ୍ରେନିଂ ଆରମ୍ଭ କରିଦେଲେ । ଭଲ ଭଲ ସେଲିବ୍ରେଟି ମାନଙ୍କୁ ଟ୍ରେନିଂ କରିବା ଆରମ୍ଭ କରିଦେଲେ । ଏହାପରେ ସେ ଚିନ୍ତାକଲେ ଯେ ଯେଉଁ ଉଦେଶ୍ୟରେ ସେ ଏଠାକୁ ଆସିଛନ୍ତି ସେ ସେହି କାର୍ଜ୍ୟଟିକୁ ପୂରଣ କରିବା ଆବଶ୍ୟକ । ଏବଂ ସେହିକାମ ମଧ୍ୟ ଭଗବାନ ଙ୍କ କୃପା ଏବଂ ମାତା ପିତା ଙ୍କ ଆଶୀର୍ବାଦ ରୁ ପୂରଣ ହେଇ ସେଥିରେ ସଫଳତା ମଧ୍ୟ ଅର୍ଜନ କଲେ ବୋଲି ସେ କହିଛନ୍ତି ।
ସେ ବଲିଉଡ ଏବଂ ମାଲାୟାଲମ ଚଳଚ୍ଚିତ୍ର ମଧ୍ୟ କରିଲେ । ବନ୍ଧୁଗଣ ରାମ ଙ୍କର ପରିଚୟ ହେଉଛି ଯେ ସେ, ଜଣେ ଆକ୍ସନ ମାଷ୍ଟର, ସେଲିବ୍ରେଟି ଫିଟନେସ ଟ୍ରେନର । ବନ୍ଧୁଗଣ ଆଦିବାସୀ ବହୁ ସଂପ୍ରଦାୟ ରେ ରାମ ଙ୍କର ଜନ୍ମ ବାପା ଶିବଶିକ୍ତା ଏବଂ ମାତା ପାନ ଯାମସେଦପୁର ଚାଲିଯାଇଥିଲେ । ଏଣୁ ତାଙ୍କର ବାକି ପାଠପଢା ଜାମସେଦପୁର ରେ ହୋଇଅଛି । ତାଙ୍କର ପିଲାଟି ବେଳୁ ସ୍ଵୋପ୍ନ ଥିଲା ସେ ବଲିଉଡ ରେ ଅଭିନୟ କରିବେ ବନ୍ଧୁଗଣ ଆଜିଭଳି ଦିନରେ ସେ ନିଜର ସ୍ଵୋପ୍ନ କୁ ସାକାର କରିଛନ୍ତି । ଦର୍ଶକବନ୍ଧୁ ସତରେ ଯଦି ନିଷ୍ଠା ରୁହେ ମନୁଷ୍ୟ କଠିନରୁ କଠିନ କାର୍ଯ୍ୟ ମଧ୍ୟ କରି ଦେଖାଇବ ।
ଆପଣଙ୍କୁ ଏହି ବିବରଣୀଟି ଯଦି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।