ଦର୍ଶକ ବନ୍ଧୁ ଆଜିର ସମୟରେ ସଡକ ଦୁର୍ଘଟଣା ଏକ ସାଧାରଣ କଥା ହୋଇ ଗଲାଣି । କେତେବେଳେ ସଡକ ଖରାପ କାରଣରୁ ଦୁର୍ଘଟଣା ଘଟୁଛି ତ ଆଉ କେବେ ଗାଡି ବାଡେଇ ଦେଇ ଚାଲି ଯାଉଛି । ଯାହା ଫଳରେ ନିରୀହ ଲୋକଙ୍କର ଅକାଳ ରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ସାମ୍ନା କୁ ଆସିଛି । ଯାହାକୁ ଜାଣିବା ପରେ ଆପଣ ବି ସ୍ତବ୍ଧ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ।
ମର୍ମନ୍ତଦ ସଡକ ଦୁର୍ଘଟଣା ରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ସ୍ବରଣ ଗ୍ରାମ ପଞ୍ଚାୟତ ବଡଦିହ ଗାଁ ର ଉଲ୍ଲାସ ସାହୁ ଓ ତାଙ୍କ ସ୍ତ୍ରୀ ମମତା ସାହୁ । ଦୁଇ ଜଣକ ବାଇକ ଯୋଗେ ନିଜ ଗାଁ କୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁହି ଜଣଙ୍କର ମୃତ୍ୟୁ ଘଟିଥିଲା । କେତେ ଆଶା ନେଇ ଘରକୁ ଫେରୁଥିଲେ ଦମ୍ପତି । କିନ୍ତୁ କିଏ ଜାଣିଥିଲା ସବୁ ଦିନ ପାଇଁ ଆରପାରିକୁ ଚାଲିଯିବେ ।
ସାତ ଜନ୍ମ କୁ ସାକ୍ଷୀ ରଖି ବେଦି ରେ ବସି ବିବାହ କରିଥିଲେ । ଏକାଠି ବେଦି ରେ ସିନା ବସିଥିଲେ ହେଲେ ଏକାଠି ଅଫେରା ରାଇଜକୁ ଯିବେ ବୋଲି କେହି କେବେ ଭାବି ନ ଥିଲେ । ସେପଟେ ଟାଙ୍ଗୀ ମେଡିକାଲ ରେ କାନ୍ଦୁ ଛନ୍ତି ପିଲା ମାନେ । ଆଉ କହୁଛନ୍ତି ବାପା ମା ଙ୍କୁ ଭଗବାନ ଆମ ଠାରୁ ସବୁ ଦିନ ପାଇଁ ଛଡାଇ ନେଲେ । ଆଉ ଆମ ମାନଙ୍କୁ ସବୁ ଦିନ ପାଇଁ ବାପା ମା ଛନ୍ଦ କରି ଦେଲେ ଆଉ ଆରପାରିକୁ ଚାଲିଗଲେ । ଖାଲି ଛାଡି ଦେଇଗଲେ ସେମାନଙ୍କର ଅଭୁଲା ସ୍ମୃତି ।
ପିଲା ମାନେ କାନ୍ଦି କାନ୍ଦି କହୁଛନ୍ତି ମାନେ ପଡିବ ତୁମର ସେହି ଡାକ ଆଉ ଧୀରେ ଧୀରେ ଲିଭିଯିବ ସେହି ଡାକ । ଆଉ କେହି ନାଁ ଧରି ଡାକିବେ ନାହି ମୋତେ କି ମୁଁ କାହାକୁ ମା ବୋଲି ଡାକି ପାରିବି ନାହି । ଭଗବାନ କଣ ଏତେ ନିଷ୍ଠୁର ଆମ ଠାରୁ ଆମ ବାପା ମା ଙ୍କୁ ଛଡାଇ ନେଲେ । ଏ କି ବିଚାର ତୁମର ପ୍ରଭୁ । ଏକା ବେଳେ ମୋ ବାପା ଦୁଇ ଜଣଙ୍କୁ ନେଇ ଗଲ । ସତରେ ଜୀବନରେ ମୃତ୍ୟୁ କେତେବେଳେ କେଉଁଠି ଆସିବ ତାହା କେହି କହି ପାରିବେ ନାହି ।
ଦୁନିଆରେ ଗୋଟେ କଥା ଚିରନ୍ତନ ସତ୍ୟ ଜନ୍ମ ଓ ମୃତ୍ୟୁ । ଯାହା ଆଜି ନ ହେଲେ ବି କାଲି ଘଟିବ । ସେପଟେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଛେଦ ପାଇଁ ପଠାଇଛି ଓ ଘଟଣା ର ତଦନ୍ତ ଆରମ୍ଭ କରିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।