ବନ୍ଧୁଗଣ ଆହୁରି ମହଙ୍ଗା ହେବ ମୋବାଇଲ ରିଚାର୍ଜ । ଅଧିକ ସ୍ମାର୍ଟ ଫୋନ ବ୍ୟବହାର କରୁଥିଲେ ଅଧିକ ଟଙ୍କା ଗଣିବାକୁ ପଡିବ । ଯଦି ଆପଣ ସ୍ମାର୍ଟ ଫୋନ ସହ ଇଣ୍ଟରନେଟ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର । ଏବେ ଶସ୍ତାରେ ମୋବାଇଲ ରିକାହାର୍ଜ ସୁବିଧା ଶେଷ ହେବାକୁ ଯାଉଛି । ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଗୁଡିକ ଚଳିତ ବର୍ଷ ପୁଣି ଥରେ ରିଚାର୍ଜ ଦାମ ବିଷୟରେ ବୃଦ୍ଧି କରିବା ପାଇଁ ଚିନ୍ତା କରୁଛନ୍ତି ।
ତେବେ ଖର୍ଚ୍ଚ୍ର ଚାପ ଓ ୫G ସେବା ପାଇବା ଲାଗି ଟଙ୍କା ଯୋଗାଡ କରିବା ପାଇଁ ଟାରି ପ୍ଳାନ ବଢାଇବାକୁ ପଡିବ ବୋଲି ଏୟାରଟେଲ କମ୍ପାନୀ ପକ୍ଷରୁ କୁହା ଯାଇଛି । ଗତ ବର୍ଷ ନଭେମ୍ବର ମାସରେ ମୋବାଇଲ ରିଚାର୍ଜ ଦରରେ ଅଚାନକ ବୃଦ୍ଧି ଦେଖିବାକୁ ମିଳିଥିଲା । ନେଟ ଓ ଟକ ଟାଇମ ପାଇବାକୁ ଗ୍ରାହକ ମାନେ ପୂର୍ବ ଅପେକ୍ଷା ଅଧିକ ଟଙ୍କା ଗଣିଥିଲେ । ଏୟାରଟେଲ ହିଁ ପ୍ରଥମ କମ୍ପାନୀ ଥିଲା ଯିଏ ନିଜର ଟାରି ପ୍ଳାନ ବୃଦ୍ଧି କରିଥିଲା ।
ଏହା ପରେ ଏୟାରଟେଲ, ବୋଡାଫୋନ, ଆଡିୟା ଓ ଜିଓ କମ୍ପାନୀ ନିଜର ରିଚାର୍ଜ ପ୍ଳାନ ବୃଦ୍ଧି କରିଥିଲେ । ଯାହାକୁ ଗ୍ରାହକଙ୍କୁ ବଡ ଝଟକା ଦେଇଥିଲା । ମୋବାଇଲ ରିଚାର୍ଜରେ ପୂର୍ବ ଠଡ଼ ଟେଲିକମ କମ୍ପାନୀ ଗୁଡିକ ପ୍ରାୟତ ୨୦ରୁ ୨୫% ଦାମ ବୃଦ୍ଧି କରିଥିଲେ । ଫଳରେ ୩ ମାସିକ ପ୍ଳାନ ପାଇଁ ଯେଉଁ ଗ୍ରାହକଙ୍କୁ ମାତ୍ର ୬୦୦ ଟଙ୍କା ଦେବାକୁ ପଡୁଥିଲା ଏବେ ସେମାନଙ୍କୁ ୭୦୦ ଟଙ୍କା ଗଣିବାକୁ ପଡୁଛି ।
ତେବେ ଏହି ପ୍ଲାନର ଦାମ ଏବେ ବୃଦ୍ଧି ହେଲେ ଏହାର ଦାମ ପାଖାପାଖି ୮୦୦ ଟଙ୍କା ଉପରେ ହୋଇପାରେ ବୋଲି ଅନୁମାନ କରା ଯାଉଛି । ଗତ ଥର ରିଚାର୍ଜ ମୂଲ୍ୟ ବୃଦ୍ଧି କରିବା ପରେ ଟେଲିକମ କମ୍ପାନୀର ଲାଭ ବେଶ ବୃଦ୍ଧି ପାଇଥିଲା । କମ୍ପାନୀ ପୂର୍ବ ଅପେକ୍ଷା ଅଧିକ ଆୟ କରିଥିଲା । ଅନ୍ୟ ପକ୍ଷରେ ଏୟାରଟେଲ ନିଜର ୬ଲକ୍ଷ ଓ ଜିଓ କମ୍ପାନୀ ୮୫ଲକ୍ଷ ଗ୍ରାହକଙ୍କୁ ହରାଇ ଥିଲା । ଅନେକ ଲୋକ ମୋବାଇଲ ନେଟ ବ୍ୟବହାର ବନ୍ଦ କରି ଦେଇଥିଲେ ।
ଆଗାମୀ ସମୟରେ ରିଚାର୍ଜ ପ୍ଳାନ ବୃଦ୍ଧି ହେଲେ ଗ୍ରାହକଙ୍କ ଉପରେ ବଡ ପ୍ରଭାବ ପଡିପାରେ ବୋଲି କୁହା ଯାଉଛି । ଦେଶରେ ଏବେ ୫ଜି ମୋବାଇଲ ସେବା ଆରମ୍ଭ କରିବା ପାଇଁ ଟେଲିକମ କମ୍ପାନୀ ଗୁଡିକ ଜୋରସୋର ରେ ଚେଷ୍ଟା ଚଲାଇଛନ୍ତି । ତେବେ ୪ଜି ସମୟରେ ଜିଓ କମ୍ପାନୀ ଯେମିତି ବାଜିମାତ କରିଥିଲା ଏବେ ସେମିତି ସ୍ଥିତି ଆଉ ସୃଷ୍ଟି ନ ହେଉ ବୋଲି ଅନ୍ୟ କମ୍ପାନୀ ମାନେ ଲକ୍ଷ୍ୟ ରଖିଛନ୍ତି ।
ତେଣୁ ଆସନ୍ତା ମେ ଓ ଜୁନ ମାସରେ ହେବାକୁ ଥିବା ୫ଜି ସ୍ପେଟ୍ର ନିଲାମ ପାଇଁ ଟଙ୍କା ଯୋଗାଡ କରିବାରେ ଲାଗିଛନ୍ତି ଟେଲିକମ କମ୍ପାନୀ । ଯାହାର ପ୍ରଭାବ ୟୁଜର୍ସଙ୍କ ଉପରେ ପଡିବା ସହ ରିଚାର୍ଜ ମୂଲ୍ୟ ବୃଦ୍ଧି ଅପଇବ ବୋଲି ସୂଚନା ମିଳିଛି ।
ବନ୍ଧୁଗଣ ଆପଣ ମାନଙ୍କର ମୋବାଇଲ ରିଚାର୍ଜ ବୃଦ୍ଧି ପାଇବା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।