ଆଜିର ଏ କଳିଯୁଗରେ ମଧ୍ୟ ଭାଇ ଭାଇଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଆପଣ ନଦେଖିଲେ ବିଶ୍ୱାସ କରିବେନି, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ କଥାରେ ଅଛି ଭାଇ ଠାରୁ ଭଲ ବନ୍ଧୁ ଆଉ କେହି ନାହି । ପରିବାର ଭିତରେ ଭାଇ ଭାଇ ସମ୍ପର୍କ ସବୁଠାରୁ ଅତୁଟ । କୌଣସି ଗୋଟେ ଭାଇର ଅସୁବିଧା ହେଲେ ଅନ୍ୟ ଭାଇ ମାନେ ସହଯୋଗର ହାତ ବଢାଇଥାନ୍ତି । ଏହି ସ୍ଵାର୍ଥପର ଦୁନିଆରେ ଭାଇ ଭଗାରି ହୋଇଥିବା ବେଳେ ଭାଇ ଭୟର ଅତୁଟ ସମ୍ପର୍କ ମଧ୍ୟ ସମାଜରେ ବିରଳ ଅଟେ । ଏପରି କେତେକ ଭାଇ ଭାଇଙ୍କ ସମ୍ପର୍କର ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ରେ । କୋରାପୁଟର ଜୟପୁର ସହରରେ ଏଭଳି ଏକ ପରିବାର ରହିଛି ଯେଉଁ ମାନେ ସ୍ଵାର୍ଥପର ଦୁନିଆ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଦିବ୍ୟ ରଞ୍ଜନ ପଟ୍ଟନାୟକ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହୋଇ ରହିଥିବା ବେଳେ ଅନ୍ୟ ୩ ଭାଇ ଲାଗିଛନ୍ତି ତାଙ୍କ ସେବାରେ । ଡାକ୍ତର ଚିକିତ୍ସା ଜାରି ରଖିଛନ୍ତି ଆଉ ଭାଉଜ ମାନେ ମା ସାଜି ଖୁଆଇ ଦେଇଛନ୍ତି ଦିବ୍ୟ ଙ୍କୁ । ଭାଇ ପାଇଁ ଏମାନେ କୌଣସି ଅଭାବ ରଖି ନାହାନ୍ତି । ରଥାଯାତ୍ରା ସମେତ ଘର ବାହାର ଦୁନିଆର ବିଭିନ୍ନ ଘଟଣାକୁ ମୋବାଇଲରେ ସିଧା ପ୍ରସାରଣ ମାଧ୍ୟମରେ ଭାଇ ନିକଟରେ ପହଞ୍ଚାଇଥାନ୍ତି ଏହି ଭାଇ ମାନେ ।

ଭାଉଜ ମାନେ ମା ସାଜି ମମତା ଦେଇଛନ୍ତି ଆଉ ଭଉଣୀ ସାଜି ସ୍ନେହ ଅଜାଡିଛନ୍ତି । ଆଉ ସେହିପରି ଅନ୍ୟ ଉଦାରହଣ ଡମନ ଯୋଡିର ଧର୍ମରାଜ ଜେନା, ସାନ ଭାଇ ମହାରାଜ ଜେନା ଓ ଭଉଣୀ ସୀମରନ ଜେନାଙ୍କ ସମ୍ପର୍କ , ସାନା ଭାଇ ମହାରାଜା ପିଲାବେଳୁ ମାନସିକ ବିକଳାଙ୍ଗ । ତେବେ ନିଜେ ଅଟୋ ରିକ୍ସା ଚଳାଇ ପରିବାର ପୋଷଣ କରୁଥିବେ ଧର୍ମରାଜ ଧର୍ମର ପ୍ରତୀକ ସାଜି ନିଜ ଭାଇ ଭଉଣୀ ଙ୍କ ଆବଶ୍ୟକତାକୁ ପୂରଣ କରୁଛନ୍ତି ।

ଭାଇ ହିଁ ତାଙ୍କର ଜୀବନ ବୋଲି ପ୍ରାକ୍ସ କରିବା ସହ ତାଙ୍କର ସବୁ ଧର୍ମ କର୍ମ ତାଙ୍କ ଭାଇ ଭଉଣୀଙ୍କ ପାଇଁ ଉଶ୍ଚାର୍ଗୀକୃତ । ବାପା ଥିବା ଅବସ୍ଥାରେ ହିଁ ଘରର ସ୍ଥିତି ଓ ଭାଇ ଭଉଣୀଙ୍କ ଭବିଷ୍ୟତ ପାଇଁ ଅଟୋ ରିକ୍ସାର ସାହାରା ନେଇ ଘର ସମ୍ଭାଳିଛନ୍ତି ଧର୍ମରାଜ । ବାପା ଆରପାରିକି ଚାଲିଯିବା ପରେ ସବୁ ଦାୟିତ୍ଵ ବହନ କରିବା ସହ ସାନ ଭାଇର ଦେଖାଶୁଣା କରିବାରେ ଅବହେଳା କରି ନାହାନ୍ତି ଧର୍ମରାଜ । ସାନ ଭାଇର ସାମାନ୍ଯ ଅସୁସ୍ଥ କ୍ରନରୁ ସେ ବ୍ୟସ୍ତ ହୋଇପଡନ୍ତି ।

ଅନେକ ବାଧା ବିଘ୍ନ ସତ୍ବେ ଦୁଇ ଭାଇ ଭଉଣୀ ଓ ମାଙ୍କୁ ନେଇ ଖୁସି ସାଉଣ୍ଟିବାକୁ ଚେଷ୍ଟା କରୁଛନ୍ତି ପୁରା ପରିବାର । ଭାଇ ଭଗାରି ର ସମାଜ ଭିତରେ ଏପରି ଭାଇ ଭାଇ ଓ ଭାଉଜ ମାନଙ୍କର ଭାଉଜ ମାନଙ୍କର ସମ୍ପର୍କର କାହାଣୀ ଆଧୁନିକ ବସ୍ତୁବାଦୀ ତଥା ସୁବିଧାବାଦୀ ସମାଜ ପାଇଁ ଉଦାହରଣ ହେବ ସହ ପ୍ରେରଣା ସାଯିବେ ଏଥିରେ ଦ୍ଵିମତ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇ ଭାଇ ଙ୍କ ସମ୍ପର୍କ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *