ଆଜି ଠାରୁ ଆରମ୍ଭ ଖରମାସ, ଏହି 5 ରାଶି ଲୋକ ମାନଙ୍କର ଚମକିବ ଭାଗ୍ୟ

ବନ୍ଧୁଗଣ ମାର୍ଚ୍ଚ ୧୪ ତାରିଖ ମୀନ ସଙ୍କରାନ୍ତି ଅଟେ । ଏହି ଦିନ ସୂର୍ଯ୍ୟ ଗ୍ରହ ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ମୀନ ଦେବଗୁରୁ ବୃହସ୍ପତି ରାଶିରେ ପ୍ରବେଶ କରିବା ଦ୍ଵାରା ଖରମାସ ଲାଗିଯାଏ । ବନ୍ଧୁଗଣ ଅର୍ଥାତ ୧୪ ମାର୍ଚ୍ଚ ଠାରୁ ୧୪ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ଖରମାସ ରହିବ । ଏହି ସମୟରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ । ସେହିଭଳି ସୂର୍ଯ୍ୟ ଦେବଙ୍କର ମୀନ ରାଶି ରେ ପ୍ରବେଶ ଦ୍ଵାରା କିଛି ରାଶିର ଭାଗ୍ୟ ସଂପୂର୍ଣ୍ଣ ରୂପେ ବଦଳିଯିବ । ଆସନ୍ତୁ ଏବେ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ସମ୍ବନ୍ଧରେ କିଛି ମହତ୍ଵପୂର୍ଣ୍ଣ କଥା ।

୧- ମିଥୁନ ରାଶି;- ମିଥୁନ ରାଶିର ଭାଗ୍ୟ ୧୪ ତାରିଖ ଦିନଠାରୁ ବଦଳି ଯିବାକୁ ଯାଉଛି । ଆପଣ ମାନଙ୍କ ବ୍ୟାପାର ବାଣିଜ୍ୟ ରେ ଅତ୍ୟଧିକ ଉନ୍ନତି ହେବାକୁ ଯାଉଛି । ଯେଉଁ ବ୍ୟକ୍ତି ମାନଙ୍କର ବିଦେଶକୁ ଯାତ୍ରା କରିବା ପାଇଁ ଇଛାଶକ୍ତି ଜାଗୃତ ହୋଇଛି ସେମାନଙ୍କ ଯାତ୍ରା ଶୁଭମୟ ହେବ । ଆପଣ ମାନଙ୍କୁ ପରିବାରର ସଂପୂର୍ଣ୍ଣ ସହଯୋଗ ମିଳିବାକୁ ଯାଉଛି । ବୈବାହିକ ଜୀବନ ଆନନ୍ଦମୟ ହେବ ।

୨- ତୁଳା ରାଶି;- ଶିକ୍ଷା କ୍ଷେତ୍ରରେ ସଫଳତା ଅର୍ଜନ କରିବେ । କୋର୍ଟ କଚେରୀ ମାମଲାରେ ନିର୍ଣ୍ଣୟ ଆପଣଙ୍କ ପକ୍ଷ ରେ ହେବ । ପରିବାର ର ସଦସ୍ୟ ମାନେ ଆପଣଙ୍କୁ ଅତ୍ୟଧିକ ସ୍ନେହ ଶ୍ରଦ୍ଧା କରିବେ । ଆପଣଙ୍କର ରୋଜଗାର ର ମାର୍ଗ ମଧ୍ୟ ଖୋଲିବାକୁ ଯାଉଛି । ଏହି ସମୟରେ ଆପଣ ସତର୍କ ର ସହିତ ସମସ୍ତ କାର୍ଯ୍ୟ କରନ୍ତୁ । ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିବ ।

୩- ବିଛା ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖରମାସ ବହୁତ ଶୁଭ ହେବାକୁ ଯାଉଛି । ଆପଣଙ୍କର ଆର୍ଥିକ ସ୍ଥିତି ଭଲ ରହିବ । ଆପଣଙ୍କର ଅଟକିଯାଇଥିବା ସମସ୍ତ କାର୍ଯ୍ୟ ର ପୁନ୍ନାରାବୃତି ହେବ । ନବଦମ୍ପତି ଙ୍କ ପାଇଁ ସନ୍ତାନ ପ୍ରାପ୍ତି ର ଯୋଗ ବନୁଅଛି । ଆପଣଙ୍କୁ ଚାକିରି କ୍ଷେତ୍ରରେ ଅଧିକ ସଫଳତା ମିଳିବାକୁ ଯାଉଛି । ବ୍ୟାପାର ବାଣିଜ୍ୟ ପାଇଁ ଏହି ସମୟଟି ଶୁଭମୟ ସାବ୍ୟସ୍ଥ ହେବ ।

୪- ମକର ରାଶି;- ବନ୍ଧୁଗଣ ସୂର୍ଯ୍ୟଙ୍କର ଏହି ଗୋଚର ଦ୍ଵାରା ମକର ରାଶିର ଲୋକଙ୍କୁ ବହୁତ ଲାଭ ପ୍ରାପ୍ତ ହେବାକୁ ଯାଉଛି । ଏହି ରାଶିର ଲୋକ ମାନଙ୍କର ନୂତନ ଚାକିରି କରିବାର ଅବସର ପ୍ରାପ୍ତ ହେବ । ଆପଣଙ୍କ ବୈବାହିକ ଜୀବନରେ ସୁଧାର ଆସିବ । ପରିବାର ଲୋକଙ୍କ ସଂପୂର୍ଣ୍ଣ ସହଯୋଗ ମିଳିବ ।

୫- ମୀନ ରାଶି;- ବନ୍ଧୁଗଣ ସୂର୍ଯ୍ୟ ଏହି ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ସମୟରେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ସୂର୍ଯ୍ୟ ଙ୍କର ମୀନ ରାଶିରେ ଗୋଚର ଦ୍ଵାରା ବହୁତ ଶୁଭ ଫଳ ପ୍ରାପ୍ତି ହେବାକୁ ଯାଉଅଛି । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କାର୍ଯ୍ୟରେ ସଫଳକତା ପାଇବେ । ଶିକ୍ଷା କ୍ଷେତ୍ରରେ ଆଗେଇବା ସହିତ କ୍ରିଡା କ୍ଷେତ୍ରରେ ମଧ୍ୟ ଆପଣ ଆଗକୁ ସଫଳତା ପାଇବେ । ପାରିବାରିକ ଏବଂବୈବାହିକ ଜୀବନର ସ୍ଥିତି ଭଲ ରହିବ । ବନ୍ଧୁଗଣ ରାଶି ସମ୍ବନ୍ଧରେ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *