ଆଜିର 10 ଟି ଅନୁଚିନ୍ତା! ଥରେ ନିଶ୍ଚୟ ଦେଖନ୍ତୁ ଜୀବନରେ ଆସିଯିବ ପରିବର୍ତ୍ତନ- Ajira Anuchinta

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମହତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛି ଯାହା ମଣିଷ ଜୀବନ ପାଇଁ ବହୁତ ହିତକାରକ ଅଟେ । ଏମିତି କିଛି କଥା ଆମ ଶାସ୍ତ୍ର ଗୁଡିକରେ କୁହା ଯାଇଛି ଯାହାର ଅନୁକରଣ କରିଲେ ମଣିଷ ଜୀବନରେ ଉନ୍ନତି ଆସିବା ସହ ସଫଳତା ହାସଲ କରି ପାରିବ । ମଣିଷ ଜୀବନରେ ଏମିତି କିଛି ନୀତି ନିୟମର ପାଳନ କରିବା ଉଚିତ ଯାହା ଦ୍ଵାରା ସବୁ ସମସ୍ୟାର ନିବାରଣ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ଆଜିର ଅନୁଚିନ୍ତା ବିଷୟରେ ।

୧- ବ୍ୟକ୍ତି ଶୋଉଥିବା ଖଟ ତଳେ ଚପଲ ବା ଜୋତା ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଗୃହର ଅମଙ୍ଗଳ ହୋଇଥାଏ । ଗୋଟିଏ ହାତ ଉଠାଇ କୌଣସି ବ୍ୟକ୍ତି ବା ଭଗବାନଙ୍କୁ ପ୍ରଣାମ କରିବା ଉଚିତ ନୁହେଁ । ସର୍ବଦା ହାତ ଯୋଡି ନମସ୍କାର କରନ୍ତୁ । ଯଦି ଆପଣ କୌଣସି କାମରେ ବ୍ୟସ୍ତ ଅଛନ୍ତି ତେବେ ମୁଣ୍ଡ ନୂଆଁଇ ନମସ୍କାର କରନ୍ତୁ ।

୨- ନାରୀ ମାନେ ସ୍ନାନ ପରେ ନିଜ ଆଙ୍ଗୁଳିରେ ସିନ୍ଦୁର ପିନ୍ଧାନ୍ତୁ ନାହି । କେବଳ ରୂପା କଣ୍ଟା ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧିବା ଉଚିତ ।

୩- ପିତୃପୁରୁଷଙ୍କ ଫୋଟୋ ଦକ୍ଷିଣ ବା ପଶ୍ଚିମ କାନ୍ଥରେ ଲଗାନ୍ତୁ ନାହି । ଏହା ଅଶୁଭ ହୋଇଥାଏ । ତାଙ୍କର ଫୋଟୋ ଉତ୍ତର ଦିଗକୁ ଆଡକୁ ଲଗାଇଲେ ଶୁଭ ହୋଇଥାଏ ।

୪- ଘରର ଦକ୍ଷିଣ କାନ୍ଥରେ ଘଣ୍ଟା ଲଗାନ୍ତୁ ନାହି । କୌଣସି ଖରାପ ହୋଇଥିବା ଘଣ୍ଟା ଘରେ ଲଗାନ୍ତୁ ନାହି । ଘଣ୍ଟାର ସମୟ ସର୍ବଦା ଆଗକୁ ରଖନ୍ତୁ ।

୫- ଘରର ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହି । ଏପରି କରିବା ଦ୍ଵାରା ଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

୬- ଶ୍ରୀଜନ୍ତ୍ର ଓ ଲାଲ କାପଡାରେ ବନ୍ଧା ହୋଇଥିବା ନଡିଆ ଠାକୁର ଘରେ ମା ଲକ୍ଷ୍ମୀଙ୍କ ପାଖରେ ରଖନ୍ତୁ । ଏପରି କରିବା ଦ୍ଵାରା ଗୃହରେ ଧନ ସମ୍ପତି ପ୍ରାପ୍ତ ହୋଇଥାଏ ।

୭- ଘରେ ବ୍ୟବହାର ହେଉଥିବା ପାଣି ଟ୍ୟାପରେ ପାଣି ଅନବରତ ବୋହୁଥିଲେ ଘର ଅମଙ୍ଗଳ ହେବା ସହ ଯେତେ ରୋଜଗାର କରିଲେ ମଧ୍ୟ ଧନର ଅଭାବ ହୋଇଥାଏ । ତେଣୁ ତୁରନ୍ତ ପାଣି ଟ୍ୟାପ ଖରାପ ହୋଇଥିଲେ ଠିକ କରନ୍ତୁ ।

୮- ଯେଉଁ ମାନଙ୍କର କେଶ ଝାଡିବାର ସମସ୍ଯା ରହିଛି ଦୁଦୁରା ପତ୍ର ସହ କିଛି ଲୁଣ ମିଶାଇ ୭ ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କର କେଶ ସମସ୍ଯା ଦୂର ହେବ ।

୯- ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତି ଦିନ ବର ଗଛ ଓ ଓସ୍ତ ଗଛ ଏକାଠି ଥିବା ଜାଗାରେ କିଛି ସମୟ ବସନ୍ତୁ । କିଛି ଦିନ ମଧ୍ୟରେ ସ୍ମରଣ ଶକ୍ତି ଦ୍ରୁତ ଗତିରେ ବଢିବାରେ ଲାଗିବ ।

୧୦- ଯଦି ଆପଣଙ୍କ ଗୃହରେ କଳା ପିମ୍ପୁଡି ଡିମ୍ବ ଧରି ବାହାରିବାର ଦେଖନ୍ତି ତେବେ ଏହା ଧନ ବୃଦ୍ଧି ହେବାର ସୂଚନା ମିଳିଥାଏ । କିନ୍ତୁ ନାଲି ପିମ୍ପୁଡି ଏକତ୍ର ହେବାର ଦେଖିଲେ ପାରିବାରିକ କଳହ ହେବାର ସଙ୍କେତ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *