ଆଜିକାଲି ଆଖିରୁ ପଣି ବାହାରିବା ବହୁତ ସାଧାରଣ କଥା ହୋଇ ଯାଇଛି । ବର୍ତ୍ତମାନ ପ୍ରାୟତଃ ସମସ୍ତେ କହୁଛନ୍ତି କି ତାଙ୍କ ଆଖିରୁ ପାଣି ବାହାରୁଛି, ଆଖି ପୋଡୁଛି ଓ ଆଖି ଜଳୁଛି । ଏହାର ମୁଖ୍ୟ କାରଣ ଆମର ପ୍ରଦୂଷଣ । ଏହା ସହିତ ଯେଉଁମାନେ କମ୍ପ୍ୟୁଟର ପାଖରେ ୮ ରୁ ୧୦ ଘଣ୍ଟା କିମ୍ବା ଅଧିକ ସମୟ ଧରି କାମ କରୁଛନ୍ତି, ତାର ଯେଉଁ ରେଡିଏସନ ଓ ଏସି ଯୋଗୁ ଡ୍ରାଏନେସ ହୋଇଥାଏ, ଏହି ସବୁ କାରଣ ଯୋଗୁ ଆଖିରୁ ପାଣି ବାହାରିଥାଏ ।
ଯଦି ଆପଣ ଏସିରେ ୧୦ଘଣ୍ଟା ରହୁଛନ୍ତି ତେବେ ଆପଣଙ୍କ ଚର୍ମ ଶୁଖିଯାଏ । ସେହିଭଳି ଆଖିରୁ ଯେଉଁ ପାଣି ବାହାରିଥାଏ ତାହା ବି ଶୁଖି ଯାଏ । ଯାହାକୁ ଆମେ Dry Eye Sundrome କହିଥାଉ । ଆଖି କିମ୍ବା ଚର୍ମ ଶୁଖିଯାଏ ତେବେ ଆମର ଶରୀରର ଅଧିକ ପାଣି ବାହାର କରିବାକୁ ଚେଷ୍ଟା କରିବ ।
ସେହି ସମୟରେ ଆପଣ ଦେଖିବେ କି ଆଖିରେ ପାଣି ଜମି ରହୁଛି କିମ୍ବା ଆଖିରୁ ପାଣି ବାହାରୁଛି । ଏହାର ମୂଳ କାରଣ ହେଉଛି ଡ୍ରାଏନେସ ଓ ଏହି କାରଣରୁ ଆଖିରୁ ପାଣି ବାହାରିଥାଏ । ଯେଉଁମାନେ ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସିବେ ସମସ୍ତଙ୍କର ଏହି ସମସ୍ୟା ହେବ । କମ୍ପ୍ୟୁଟର ରେଡିଏସନ ହେଉଛି ବ୍ଲୁ ଲାଇଟ ।
ଆପଣଙ୍କ ଦ୍ରୁଷ୍ଟି ଶକ୍ତି କମ ଥାଉ ନ ଥାଉ ଯଦି ଆପଣ ବ୍ଲୁ ଲାଇଟ ବାଲା ଚଷମା ବ୍ୟବାହାର କରୁଛନ୍ତି ତେବେ ଲ୍ୟାପଟପ ଓ କମ୍ପ୍ୟୁଟରରୁ ଯେଉଁ ରେଡିଏସନ ଯାଉଛି ତାହା ଆଉ ଆପଣଙ୍କ ଆଖିକୁ ଯିବ ନାହିଁ । ଏହା ଦ୍ଵାରା ଆପଣଙ୍କ ଆଖି ଓ ରେଟିନା ବି ସୁସ୍ଥ ରହିବ ।
ଆଖିରୁ ଯେଉଁ ପାଣି ବାହାରୁଛି ତାହା ବି କମିଯିବ । ଯଦି ଛୋଟ ନବଜାତ ଶିଶୁ ବିଷୟରେ କହିବା ତେବେ ଜନ୍ମ ହେବା ପରେ ୨୧ ଦିନ ପର୍ଯ୍ୟନ୍ତ କୌଣସି ବି ଶିଶୁର ଆଖିରୁ ପାଣି ବାହାରି ନ ଥାଏ । କାରଣ ୨୧ ଦିନ ପର୍ଯ୍ୟନ୍ତ ତାର ଲୁହ ସୃଷ୍ଟି ହୋଇ ନ ଥାଏ ।
କିନ୍ତୁ ୨୧ ଦିନ ଭିତରେ ତାର ଆଖିରୁ ଯଦି ପାଣି ବାହାରୁଛି ଓ ତାର ଆଖିରେ ଲେନ୍ଦ୍ରା ହେଉଛି ତେବେ ବୁଝି ଯାଆନ୍ତୁ କି ସେହି ଶିଶୁ ମଧ୍ୟରେ ଇନଫେକସନ ଅଛି । ଇନଫେକସନ ତାର ଶରୀରରେ ହେଉ କିମ୍ବା ଜନ୍ମ କରିବା ସମୟରେ ତା ମା ପାଖରୁ ହେଉ ବିଭିନ୍ନ ଉପାୟରେ ତାର ଶରୀରକୁ ଆସିଥାଏ । ଏହିଭଳି ସ୍ଥିତିରେ ଆପଣ ଯଦି ସଙ୍ଗେ ସଙ୍ଗେ ଏହାର ଚିକିତ୍ସା କରିବେ ନାହିଁ ତେବେ ଆଖି ଖରାପ ହୋଇପାରେ ।