ନମସ୍କାର ବନ୍ଧୁଗଣ, ଗତ କାଲି ବିଳମ୍ବିତ ରାତିରେ ସ୍ବ-ର୍ଗ-ତଃ ମିହିର ଦାସ ଙ୍କ ସାନ ପୁଅ ଅକ୍ଲାନ୍ତ ଦାସ ଙ୍କର ମାତ୍ର 26 ବର୍ଷ ବୟସରେ ପ-ର-ଲୋ-କ ଘଟିଛି । ତେବେ ନାତି କୁ ଝୁରି ଝୁରି ଅକ୍ଲାନ୍ତ ଙ୍କ ଆଈ କିଛି ଏମିତି କହିଛନ୍ତି ଯେ “ରିକି ରେ ମୋତେ ଛାଡି ଚାଲିଗଲୁ ଏମିତି କହି ଘରେ କାନ୍ଦୁଛନ୍ତି ଆଈ । ଏତେ କମ ବୟସରେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଗଲୁ । ଆଗ ମା, ତା ପରେ ବାପା ଆଉ ଆଜି ତୁ ଚାଲିଗଲୁ ।
ତୋ କଥା ଆଜି ବହୁତ ମନେ ପଡୁଛି । କହିଥିଲୁ ମେଡିକାଲରେ ଭଲ ହୋଇ ଆସିବା ପରେ ଆଈ ପାଖରେ ରହିବି କୁଆଡେ ଗଲା ତୋର ସେହି ପ୍ରତିଶ୍ରୁତି । ଭାବିଥିଲି ତୁ ବାହା ହେବୁ ତୋ ସ୍ତ୍ରୀ ଆସିବ କେତେ କଣ ଭାବିଥିଲି । ହେଲେ ସବୁ ସ୍ଵପ୍ନ ମୋର ସ୍ଵପ୍ନରେ ରହିଗଲା । ଆଉ ତୋ ଆଈ ଡାକ ସବୁ ଦିନ ପାଇଁ ବନ୍ଦ ହୋଇଗଲା । ତୋ ବାପା କହିଥିଲେ ମୋ ପୁଅ ତୁମକୁ ଲାଗିଲା ।
ହେଲେ ତୁ ବି ଆମକୁ ପର କରି ଅଫେରା ରାଇଜକୁ ଚାଲିଗଲୁ । ଯେବେ ଅଜା ବଞ୍ଚିଥିଲେ ତୋତେ ଭଲ ପାଉଥିଲେ । ତୁମ ଦୁଇ ଭାଇ ତାଙ୍କର ଦୁଇ ଆଖି ଥିଲ । ଅଜା ସବୁବେଳେ ତୁମ ମାନଙ୍କୁ ଧରି ବୁଲୁଥିଲେ । ହେଲେ ଅଜା ଚାଲିଗଲା ପରେ ମୁଁ ଏକା ହୋଇଗଲି ଭାବିଥିଲି ତୁମେ ଦୁଇ ଭାଇ ମୋର ସାହା ହେବ । ବାପା ଚାଲିଗଲା ପରେ ଅମ୍ଳାନ ଆଉ ତୁ ଭାଙ୍ଗି ପଡିଥିଲୁ ।
ମୁଁ ସବୁବେଳେ ପଚାରେ ରିକି ତୋ ଦେହ ଭଲ ଅଛି ତ ଆଉ ତୁ କହୁ ହଁ ଆଈ ମୁଁ ପୁରା ଫିଟ ଅଛି । ହେଲେ ତୋର ସେହି ମିଛ ଆଜି ତୋତେ କେତେ ଦୂରକୁ ନେଇଗଲା । ଦେହ ଖରାପ ସମୟରେ ତୁ କହିଥିଲୁ ଆଈ ମୁଁ ତୋ ପାଖରେ ରହିବି ବହୁତ ଜଲ୍ଦି ଘରକୁ ଫେରି ଆସିବି । ଘରେ ରହିବାକୁ ଭଲ ଲାଗୁନି । ଏକା ଲାଗୁ ନାହି ଆଉ ବାପା ମା କଥା ଭାରି ମନେ ପଡୁଛି ଏମିତି କିଛି କହୁଥିଲେ ଅକ୍ଲାନ୍ତ ତାଙ୍କ ଆଈ କୁ ।
ଆଈ ପାଖକୁ ଆସିଲେ ମୋତେ ଭଲ ଲାଗିବ ବୋଲି ଅକ୍ଲାନ୍ତ କହିଥିଲେ । ହେଲେ ସବୁ କଥା ଆଜି ସ୍ଵପ୍ନ ହୋଇଯାଇଛି । ରିକି ତୁ ମେଡିକାଲରେ ପଡିଲୁ ଯେ ମୋ ତୋତେ ଟିକେ ଦେଖି ପାରିଲି ନାହି । ମୋ ଆଖି ଆଗରେ ଜଣ ଜଣକରି ସମସ୍ତେ ଚାଲିଗଲେ । ତୋତେ ଅଜା ବେସୀ ଭଲ ପାଉଥିଲେ । ରିକି ରେ କେଉଁଠୁ ଅଛୁ ମୋ କୋଳ କୁ ଫେରି ଆ । ତୋ ମୁହଁ ଏବେ ବୋ ମୋ ଆଖିରେ ନାଚୁଛି ।
ଆଉ ମୁଁ ବି କେଉଁ ଦିନ ତୁମ ମାନଙ୍କ କଥା ଭାବି ଭାବି ଆରପାରିକୁ ଚାଲିଯିବି । ରିକି ତୁ ଯେଉଁଠି ରହ ଭଗବାନ ତୋତେ ଭଲରେ ରଖନ୍ତୁ । ପୁଣି ଆର ଜନ୍ମରେ ମୋତେ ତୋ ଭଳି ନାତି ମିଳୁ” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।